Asia Cup 2022: ଏସିଆ କପ୍ ୨୦୨୨ ରେ (Asia Cup 2022) ଭାରତର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ଥିଲା । ଏହାକୁ ନେଇ ସବୁଆଡେ ଚର୍ଚ୍ଚା ହେଉଛି । ଏହି କ୍ରମରେ ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ମୁଖ୍ୟ ରମିଜ ରାଜା (Ramiz Raja) ମଧ୍ୟ ଟିମ୍ ଇଣ୍ଡିଆର (Team India) ପରାଜୟର କାରଣ କହିଛନ୍ତି । ଭିନ୍ନ ବ୍ୟାଟିଂ ଅର୍ଡରରେ ଭିନ୍ନ ଖେଳାଳିଙ୍କ ସହ ପରୀକ୍ଷଣ କରିବାର ଅଭ୍ୟାସକୁ ଦର୍ଶାଇ ରମିଜ ରାଜା ଭାରତ (India) ଓ ପାକିସ୍ତାନ (Pakistan) ମଧ୍ୟରେ ତୁଳନା କରିଛନ୍ତି । କହିରଖୁଛୁ ଯେ ଯେବେଠାରୁ ରୋହିତ ଶର୍ମା (Rohit Sharma) ଓ ରାହୁଲ ଦ୍ରାବିଡଙ୍କୁ (Rahul Dravid) ଟିମ୍ ଇଣ୍ଡିଆର ଦାୟିତ୍ୱ ମିଳିଛି, ସେବେଠାରୁ ମ୍ୟାନେଜମେଣ୍ଟ ଦଳରେ ବିଭିନ୍ନ ମିଶ୍ରଣ ଆଣିବାକୁ ଚେଷ୍ଟା କରୁଛି । ଏହି ଧାରା ଏସିଆ କପ୍ ୨୦୨୨  ରେ ମଧ୍ୟ ଜାରି ରହିଥିଲା, ଯେଉଁଠାରେ ପାଞ୍ଚଟି ଭିନ୍ନ ଭିନ୍ନ ଏକାଦଶ ସହ ସମସ୍ତ ୫ ଟି ମ୍ୟାଚ୍ ଖେଳିଥିଲେ ।


COMMERCIAL BREAK
SCROLL TO CONTINUE READING

ଅନ୍ୟପକ୍ଷରେ, ପାକିସ୍ତାନ ପୂରା ଟୁର୍ଣ୍ଣାମେଣ୍ଟରେ ଦଳର ମୁଖ୍ୟ ଖେଳାଳିଙ୍କୁ ପ୍ଲେଇଂ ଇଲେଭେନରେ ସୁଯୋଗ ଦେଇ ଚାଲିଥିଲା ଓ ଯେତେବେଳେ ସେମାନେ କୌଣସି ଖେଳାଳି ବଦଳାଇବାକୁ (ଆଘାତ ଚିନ୍ତା କିମ୍ବା ସାମ୍ପ୍ରତିକ ପରିସ୍ଥିତି ଯୋଗୁଁ) ବାଧ୍ୟ ହୋଇଥିଲେ, ସେତେବେଳେ ଦଳରେ ପରିବର୍ତ୍ତନ ଆଣିଥିଲେ । ଫାଇନାଲରେ ଆଫଗାନିସ୍ତାନକୁ ପରାସ୍ତ କରିବା ପୂର୍ବରୁ ଚାଲିଥିବା ଟୁର୍ଣ୍ଣାମେଣ୍ଟର ସୁପର-୪ ପର୍ଯ୍ୟାୟରେ ପାକିସ୍ତାନ ନିଜ ଚିର ପ୍ରତିଦ୍ୱନ୍ଦ୍ୱୀ ଭାରତକୁ ମଧ୍ୟ ପରାସ୍ତ କରିଛି ।


ରବିବାର ଦିନ ଏସିଆ କପ୍ ଫାଇନାଲ ପୂର୍ବରୁ ରମିଜ ରାଜା ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ, ଯେଉଁଠାରେ ତାଙ୍କୁ ବାବର ଆଜାମ ନେତୃତ୍ୱାଧୀନ ପାକିସ୍ତାନ କ୍ରିକେଟ୍ ଦଳର ଅଗ୍ରଗତି ସମ୍ପର୍କରେ ପଚରାଯାଇଥିଲା । ସାମ୍ପ୍ରତିକ ପରିସ୍ଥିତିକୁ ବୁଝାଇବା ପାଇଁ ସେ ମଙ୍ଗଳବାର ଦିଅଁ ଶ୍ରୀଲଙ୍କା ଠାରୁ ହାରିବା ପରେ ଏସିଆ କପ୍‌ରୁ ବାଦ୍ ପଡିଥିବା ଭାରତ ସହ ତୁଳନା କରିଛନ୍ତି ।


ରାଜା କହିଥିଲେ, "ଆପଣ ଦଳର ରାଙ୍କିଙ୍ଗ ଦେଖିଛନ୍ତି; ଫଳାଫଳ ମଧ୍ୟ ଦୃଶ୍ୟମାନ ହୁଏ । ଯଦି ଆମେ ଭାରତ ଓ ପାକିସ୍ତାନର ଦଳକୁ ତୁଳନା କରୁ, ତେବେ ଲୋକମାନେ ମୋତେ ପଚାରୁଛନ୍ତି ମୁଁ କାହିଁକି ସମାନ ଦଳ ଟିମକୁ ଖେଳାଉଛି? ଆପଣ ତାଙ୍କୁ ଆଘାତ କରିଦେବେ ନଚେତ… ମୋର କଥା ହେଉଛି ଆମେ ଏକ ବିଶେଷ ପରିସ୍ଥିତିକୁ ନିୟନ୍ତ୍ରଣ କରିଛୁ ଓ ମ୍ୟାଚ୍ ଜିତିଛୁ । ତେବେ, ମୁଁ କାହିଁକି ବିଜେତା ମଡେଲକୁ ପରିବର୍ତ୍ତନ କରିବି?'


ସେ କହିଛନ୍ତି, 'ଭାରତ କେବଳ ତଳକୁ ଖସିଗଲା କାରଣ ସେମାନେ ମଡେଲକୁ ସେଟ୍ କରିବାକୁ ଅନୁମତି ଦେଉନାହାଁନ୍ତି । ସେମାନେ ବହୁତ ପରିବର୍ତ୍ତନ କରୁଛନ୍ତି । ସେମାନଙ୍କ ପାଖରେ ଏକ ବିରାଟ ପୁଲ୍ ଅଛି, ଯାହା ସହିତ ସେମାନେ ପରୀକ୍ଷା କରୁଛନ୍ତି । ତେଣୁ, ଯଦି ଆପଣଙ୍କର ସେହି ପ୍ରକାରର ବେଞ୍ଚ ଷ୍ଟ୍ରେନ୍ଥ ନାହିଁ, ତେବେ ଆପଣଙ୍କୁ ପରୀକ୍ଷା କରିବାର ଆବଶ୍ୟକତା ନାହିଁ ।"


ଏହା ବି ପଢ଼ନ୍ତୁ: T20 WC 2022: ପନ୍ତ ନା କାର୍ତ୍ତିକ? ଟି-୨୦ ବିଶ୍ୱକପ ପ୍ଲେଇଂ ଇଲେଭେନରେ କିଏ ଖେଳିବା ଉଚିତ୍?