Prithiv Shawଙ୍କୁ ଅଧିନାୟକ ଭାବେ ଦେଖିବାକୁ ଚାହାନ୍ତି ଗୌତମ ଗମ୍ଭୀର, ଦେଲେ ଏଭଳି କାରଣ
Prithiv Shaw: ବର୍ତ୍ତମାନ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି କି ଗମ୍ଭୀର କାହିଁକି ନିଜର ପସନ୍ଦ ଅଧିନାୟକ ପ୍ରସଙ୍ଗ ଉଠାଇଛନ୍ତି। ସେପଟେ ପୃଥ୍ୱୀଙ୍କୁ ଅଧିନାୟକ ଭାବେ ଦେଖିବା ପାଇଁ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଯେତିକି ଆଗ୍ରହ ପ୍ରକାଶ ପାଉଛି ସେତିକି ଆଶ୍ଚର୍ଯ୍ୟ ମଧ୍ୟ ହେଉଛନ୍ତି। କାରଣ ପୃଥ୍ୱୀ ୨୦୨୧ ପରେ ଦେଶ ପାଇଁ ଗୋଟିଏ ବି ମ୍ୟାଚ ଖେଳିନାହାନ୍ତି।
Prithiv Shaw Captaincy: ନୂଆଦିଲ୍ଲୀ: ପୃଥ୍ୱୀ ଶ'ଙ୍କୁ (Prithiv Shaw ) ନେଇ ଏକ ବଡ଼ ବୟାନ ଦେଇଛନ୍ତି ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର (Goutm Gambhir)। ଗମ୍ଭୀର (Goutam Gambhir) ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଓ ପୃଥ୍ୱୀ ଶ'ଙ୍କ (Prithiv Shaw) ଭବିଷ୍ୟତକୁ ନେଇ ଏକ ବଡ ବୟାନ ଜାରି କରିଛନ୍ତି ଗମ୍ଭୀର। ଦଳ ସମ୍ଭାବ୍ୟ ଅଧିନାୟକକୁ ନେଇ ଆଶଙ୍କା କରିଛନ୍ତି ସେ। ସେ କହିଛନ୍ତି କି ପାଣ୍ଡ୍ୟାଙ୍କୁ ଅଧିନାୟକ ଭାବରେ ପ୍ରାୟ ସମସ୍ତେ ପସନ୍ତ କରୁଛନ୍ତି। କାରଣ ନିକଟରେ ଟି୨୦ ସିରିଜରେ ସେ ଅଧିନାୟକ ଭାର ସମ୍ଭାଳିଥିଲେ। ଏପରିକି ସେ ଚଳିତ ବର୍ଷ ତାଙ୍କ ଅଧିନାୟକତ୍ୱରେ ଗୁଜରାଟ ଟାଇଟନ୍ସକୁ ବିଜୟୀ କରାଇଥିଲେ।
ତେବେ ବର୍ତ୍ତମାନ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି କି ଗମ୍ଭୀର କାହିଁକି ନିଜର ପସନ୍ଦ ଅଧିନାୟକ ପ୍ରସଙ୍ଗ ଉଠାଇଛନ୍ତି। ସେପଟେ ପୃଥ୍ୱୀଙ୍କୁ ଅଧିନାୟକ ଭାବେ ଦେଖିବା ପାଇଁ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଯେତିକି ଆଗ୍ରହ ପ୍ରକାଶ ପାଉଛି ସେତିକି ଆଶ୍ଚର୍ଯ୍ୟ ମଧ୍ୟ ହେଉଛନ୍ତି। କାରଣ ପୃଥ୍ୱୀ ୨୦୨୧ ପରେ ଦେଶ ପାଇଁ ଗୋଟିଏ ବି ମ୍ୟାଚ ଖେଳିନାହାନ୍ତି। ସେପଟେ କିନ୍ତୁ ପୃଥ୍ୱୀଙ୍କୁ ନେଇ ଗମ୍ଭୀର ବେଶ ଜୋର ଦେଇଛନ୍ତି। ଏହା ପଛର କାରଣ ମଧ୍ୟ ସେ କହିଛନ୍ତି।
ଗୌତମ ଗମ୍ଭୀର କହିଛନ୍ତି କି ମୋତେ ଲାଗୁଛି କି ପୃଥ୍ୱୀ ଶ' ଜଣେ ଆକ୍ରାମକ ଅଧିନାୟକ ଭାବେ ଉଭା ହୋଇ ପାରିବେ। ଜଣେ ସଫଳ ଅଧିନାୟକ ହୋଇ ପାରିବେ କାରଣ ଆପଣ ପୃଥ୍ୱୀଙ୍କ ଆକ୍ରାମକ ପ୍ରଦର୍ଶନକୁ କେବଳ ଖେଳାଳି ଭାବେ ଦେଖୁଛନ୍ତି। ଗୌତମ ଗମ୍ଭୀର ଆହୁରି ମଧ୍ୟ କହିଛନ୍ତି କି ମୁଁ ଜାଣେ ଅନେକ ଲୋକ ତାଙ୍କ ଅଫ୍ ଫିଲ୍ଡ କାର୍ଯ୍ୟକଳାପ ବିଷୟରେ କଥାବାର୍ତ୍ତା କରନ୍ତି, କିନ୍ତୁ କୋଚ୍ ଏବଂ ଚୟନକର୍ତ୍ତାଙ୍କ କାର୍ଯ୍ୟ ତାହା ଅଟେ। ଚୟନକର୍ତ୍ତାଙ୍କ କାର୍ଯ୍ୟ କେବଳ ୧୫ ବାଛିବା ନୁହେଁ ବରଂ ଲୋକଙ୍କୁ ସଠିକ୍ ମାର୍ଗରେ ମାର୍ଗଦର୍ଶନ କରିବାର ଆବଶ୍ୟକତା ରହିଛି।
ଗୌତମ ଗମ୍ଭୀର ଏବେ ଫେଡେରସନ ଅଫ ଇଣ୍ଡିଆନ ଚାମ୍ବର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ଏଭଳି କହିଥଇଲେ। ସେଠାରେ ସେ ଆହୁରି ମଧ୍ୟ କହିଥିଲେ କି ପାଣ୍ଡ୍ୟା ସ୍ପଷ୍ଟ ଭାବେ ଲାଇନ ମଧ୍ୟରେ ରହିଛନ୍ତି। କିନ୍ତୁ ରୋହିତ ଶର୍ମାଙ୍କ ପାଇଁ ଖରାପ ସମୟ ଖୁବ ଶୀଘ୍ର ଆସିଯିବ। କାରଣ ମୋତେ ଲାଗୁଛି କି କେବଳ ଗୋଟିଏ ଆଇସିସି ଇଭେଣ୍ଟରେ ତାଙ୍କର ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଇବା ଠିକ ହେବ ନାହିଁ ବୋଲି ସେ କହିଥିଲେ।
ଚଳିତ ବର୍ଷ ଖେଳାଯାଇଥିବା ଟି-୨୦ ବିଶ୍ୱକପର ସେମିଫାଇନାଲରେ ଇଂଲଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆ ହାରି ଯାଇଥିଲା। ଏହି ପରାଜୟ ପରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ବାରମ୍ବାର ଉଠିବାରେ ଲାଗିଛି। ବିଶ୍ୱକପରୁ ବାଦ୍ ପଡ଼ିବା ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ରୋହିତ ଶର୍ମାଙ୍କୁ ଖେଳର ସବୁଠାରୁ କମ୍ ଫର୍ମାଟରେ ସ୍ଥାନାନ୍ତର କରିବାକୁ ଦାବି ହୋଇଥିଲା। ଏହି ସମୟରେ ଗୌତମ ଗମ୍ଭୀରଙ୍କ ଏହି ବିବୃତ୍ତି ସାମ୍ନାକୁ ଆସିଛି।
ଅଧିକ ପଢନ୍ତୁ: Team India: କିଏ ହେବେ ଟିମ୍ ଇଣ୍ଡିଆର ପରବର୍ତ୍ତୀ ମୁଖ୍ୟ ଚୟନକର୍ତ୍ତା? ରେସରେ ଅଛନ୍ତି ଏହି ଓଡ଼ିଆ ଖେଳାଳି