Deep Grace Ekka: ହକିକୁ ବାଏ ବାଏ କହିଛନ୍ତି ଭାରତୀୟ ହକି ଟିମର ତାରକା ଡିଫେଣ୍ତର ଦୀପଗ୍ରେସ ଏକ୍କା (Indian former field hockey player,Deep Grace Ekka)। ସେ ଆନ୍ତର୍ଜାତୀୟ ହକିରୁ (international hockey) ଅବସର ଘୋଷଣା କରିଛନ୍ତି। ତେବେ, ସେ ଅବସର ନେବା ସହ ସମସ୍ତଙ୍କୁ ଏକ ଖୁସି ଖୁବର ବି ଦେଇଛନ୍ତି। ଖୁବ୍ ଶିଘ୍ର ସେ ବିବାହ କରିବାକୁ ଯାଉଛନ୍ତି। ହକି ଅଲିମ୍ପିଆନ୍ ଦୀପଗ୍ରେସ୍ ଏକ୍କା କ୍ରୀଡା ଜଗତରୁ ସନ୍ୟାସ ନେବା ସହ ସେ ଏକ ନୂଆ ଦୁନିଆରେ ପାଦ ଥାପିବାକୁ ଯାଉଛନ୍ତି। ସେ ଖୁବ୍ ଶିଘ୍ର ନିଜର ବୈବାହିକ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି। 


COMMERCIAL BREAK
SCROLL TO CONTINUE READING

 



ଚଳିତ ମାସ ୨୬ ତାରିଖରେ ଦୀପଗ୍ରେସ୍ ଓ ସବଡେଗା ବ୍ଲକ୍ ଦେଓଗାଁର ଅନୂପ ଲାକ୍ରାଙ୍କ ସହ ନିର୍ବନ୍ଧ ସମ୍ପର୍ଣ୍ଣ ହୋଇଛି। ରୀତିନୀତି ଅନୁଯାୟୀ  ଦୀପଗ୍ରେସଙ୍କ ଜନ୍ମମାଟି ଲୁଲକିଡିହିରେ ସମସ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଖୁସିର ମୂହୁର୍ତ୍ତରେ ଦୁଇ ପରିବାରର ଲୋକେ ସାମିଲ୍ ହେବା ସହ ବନ୍ଧୁ ବାନ୍ଧବ ମଧ୍ୟ ଉପସ୍ଥିତ ଥିଲେ। ଫେବୃଆରୀ ୬ ତାରିଖରେ ଉଭୟେ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛୁ ଯେ, ସମ୍ପ୍ରତି ପୂର୍ବତଟ ରେଳବାଇ ରେ ଦୀପଗ୍ରେସ୍ ଏକ୍କା କାର୍ଯ୍ୟରତ ଥିବା ବେଳେ ତାଙ୍କ ଭାବୀ ସ୍ବାମୀ ଅନୂପ ଭାରତୀୟ ସୈନ୍ୟ ବାହାନୀରେ କାର୍ଯ୍ୟରତ। ଅନୂପ ସୁନ୍ଦରଗଡ଼ ସାଇ ଛାତ୍ରାବାସରେ ହକି ପ୍ରଶିକ୍ଷଣ ନେଇଥିଲେ। ସେ ମଧ୍ୟ ଜାତୀୟ ପ୍ରତିଯୋଗିତାରେ ଓଡି଼ଶାର ପ୍ରତିନିଧିତ୍ବ କରିଥିଲେ।



ହକି ଖେଳାଳୀ ଦୀପଗ୍ରେସ ଏକ୍କା  ହକି ଦଳରେ ସ୍ଥାନ ପାଇ ସେ ରାଜ୍ୟ ପାଇଁ ଅନେକ ଗୌରବ ଆଣିଛନ୍ତି । ୨୦୧୧ ମସିହାରେ ଦୀପ ଗ୍ରେସ୍ ଏକ୍କା ୧୭ ବର୍ଷ ବୟସରେ ଆନ୍ତର୍ଜାତୀୟ ସର୍କିଟରେ ପ୍ରବେଶ କରିଥିଲେ। ସେ ନିଜ କ୍ୟାରିୟରରେ ୨ଟି ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି । ସେହିପରି ୨୦୧୬ ମସିହାରେ ରିଓ ଏବଂ ୨୦୨୧ ମସିହାରେ ଟୋକିଓ ଅଲିମ୍ପିକ୍ସରେ ସେ ଭାଗ ନେଇଥିଲେ ।