(ପଟ୍ଟାମୁଣ୍ତାଇ, ତ୍ରିଲୋଚନ ଦାସ) Sports News: ମହିଳା ଏକ ଦିବସୀୟ ଟ୍ରଫି ସିନିୟର୍ ପାଇଁ ଘୋଷଣା ହେଲା ଓଡ଼ିଶା ମହିଳା ଦଳ। ୧୬ ଜଣିଆ ମହିଳା ଦଳ ଘୋଷଣା କଲା ଓସିଏ (Odisha Cricket Association)। ମାଧୁରୀ ମେହେଟାଙ୍କ ଉପରେ ରହିଲା ଅଧିନାୟକ ଭାର । ଯଦି ଦଳ କଥା କହିବା ଏହି ଟିମ୍ ରେ ସରିତା ମେହେର, ପୁନମ ନାୟକ,ସଂଗୀତା ଖାଡ଼ିଆ,ପ୍ରଜ୍ଞା ପାରମିତା ମହାନ୍ତି, ଶିଳ୍ପା ସ୍ଵାଇଁ, ଅଞ୍ଜଳି ସିଂ,ସୁଶ୍ରୀ ଦିବ୍ୟାଦର୍ଷିନି,ମୋନାଲିସା ରାଉତ,ରିମା ଲକ୍ଷ୍ମୀ ଏକ୍କା,ସୁଜାତା ମଲ୍ଲିକ, ରାମେଶ୍ଵରୀ ନାୟକ, ରାସ୍ନରା ପରୱିନ,ଲକ୍ଷ୍ମୀପ୍ରିୟା ନାୟକ,ପ୍ରିୟଙ୍କା ସାହୁ ସ୍ଥାନ ପାଇଛନ୍ତି ।


COMMERCIAL BREAK
SCROLL TO CONTINUE READING

ତେବେ ଓଡ଼ିଶାର ସମସ୍ତ ମ୍ୟାଚ୍ ପଣ୍ଡିଚେରୀରେ ଖେଳାଯିବ। ୭ ଟି ମ୍ୟାଚ୍ ମଧ୍ୟରେ ପ୍ରଥମ ମ୍ୟାଚ୍ ରେ ଆସାମକୁ ଭେଟିବ ଟିମ୍ ଓଡ଼ିଶା । ଏହା ପରେ ମଣିପୁର, ରେଲୱେ, ତାମିଲନାଡୁ, ସୌରଷ୍ଟ୍ର, ମଧ୍ୟପ୍ରଦେଶ, ଓ ଚଣ୍ଡିଗଡକୁ ଭେଟିବ ଓଡ଼ିଶା ମହିଳା ଟିମ୍। ତେବେ ଏହି ମହିଳା ଟିମ୍ ରେ ୭ ଜଣ ଷ୍ଟାଣ୍ଡ ବାଏ ଖେଳାଳୀଙ୍କୁ ରଖାଯାଇଛି। ତେବେ ଏହି ଘରୋଇ ସିଜିନରେ ଓଡ଼ିଶା ମହିଳା ଦଳ ଭଲ ଖେଳ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି ଓସିଏ (Odisha Cricket Association)।


କାହିଁକିନାଦଳରେ ବହୁ ଯୁବ ଓ ଅଭିଜ୍ଞ ଖେଳାଳି ରହିଛନ୍ତି। ଯେଉଁ ମାନଙ୍କ ପାଖରେ ଦକ୍ଷତା ରହିଛି ଯେ ଓଡ଼ିଶା ପାଇଁ ଭଲ ଖେଳ ପ୍ରଦର୍ଶନ କରି ପାରିବେ। ପୂର୍ବରୁ ଏହି ଦଳ ଗଠନ କରିବା ପାଇଁ ଓସିଏ ବହୁ କସରତ୍ କରିଛି। ସ୍ଵତନ୍ତ୍ର ପ୍ରଶିକ୍ଷଣ, ଓ ଅଭ୍ୟାସ ମ୍ୟାଚ ଖେଳିଛି ଓଡ଼ିଶା ଦଳ। ତେବେ ଆସନ୍ତା ସିଜିନରେ ଓଡ଼ିଶା ଦଳ ବେଶ ଉଚ୍ଚ କୋଟିର ଖେଳ ପ୍ରଦର୍ଶନ କରିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମହିଳା ଚୟନ କମିଟି ଅଧକ୍ଷା ରଶ୍ମିତା ମହାନ୍ତି।