Afghanistan vs Pakistan Match Result: ଅକ୍ଟୋବର ୨୩ ତାରିଖ ସୋମବାର ୨୦୨୩ ବିଶ୍ୱକପ୍ ର ୨୨ ତମ ମ୍ୟାଚ୍ ରେ ହୋଇଥିଲେ ଆଫଗାନିସ୍ତାନ-ପାକିସ୍ତାନ। ହେଲେ ଏହି ମ୍ୟାଚ୍ ରେ ଦେଖିବାକୁ ମିଳିଛି ଏକ ବଡ଼ ପରିବର୍ତ୍ତନ। ଇଂଲଣ୍ଡ ପରେ ପାକିସ୍ତାନ ଦଳକୁ ମାତ ଦେଇ ପୁଣି କ୍ରିକେଟ ଦୁନିଆରେ ଚହଳ ସୃଷ୍ଟି କରିଛି ଆଫଗାନିସ୍ତାନ। ଚେନ୍ନାଇ ସ୍ଥିତ ଚିଦାମ୍ବରମ୍ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ଲଢେଇରେ ଆଫଗାନିସ୍ତାନ ପାଖରୁ ୮ ୱିକେଟ ବ୍ୟବଧାନରେ ପରାସ୍ତ ହୋଇଛି ପାକିସ୍ତାନ। ଏହାପୂର୍ବରୁ ଅକ୍ଟୋବର ୧୫ ତାରିଖରେ ଦିଲ୍ଲୀ ସ୍ଥିତ ଅରୁଣ ଜେଟଲୀ ଷ୍ଟାଡିୟମ୍ ଠାରେ ଖେଳାଯାଇଥିବା ମ୍ୟାଚ୍ ରେ ଇଂଲଣ୍ଡ ଦଳକୁ ୬୯ ରନ୍ ରେ ପରାସ୍ତ କରି ଆଫଗାନିସ୍ତାନ ଟିମ୍ ଏକ ବଡ଼ ପରିବର୍ତ୍ତନ କରି ଦେଖାଇଥିଲା। 


COMMERCIAL BREAK
SCROLL TO CONTINUE READING

ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ନିର୍ଦ୍ଧାରିତ ୫୦ ଓଭର ରେ ୭ ୱିକଟ ହରାଇ ୨୮୨ ରନ୍ ସଂଗ୍ରହ କରିଥିଲା। ୨୮୩ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଆଫଗାନିସ୍ତାନ ୪୯ ଓଭର ପର୍ଯ୍ୟନ୍ତ ମ୍ୟାଚ ଖେଳି ୨ ୱିକେଟ ହରାଇ ୨୮୬ ରନ୍ ସଂଗ୍ରହ କରିଥିଲା। ଆଫଗାନିସ୍ତାନ ପାଇଁ ଇବ୍ରାହିମ ଜାଦରାନ ୧୧୩ ବଲ ଖେଳି ସର୍ବାଧିକ ୮୭ ରନ ସ୍କୋର କରିଥିଲେ। ରହମତ ଶାହ ୮୪ ବଲ ଖେଳି ୭୭ ରନ୍ ସଂଗ୍ରହ କରିଥିଲେ। ଓପନର୍ ରହମାନୁଲ୍ଲା ଗୁରୁବାଜ ୫୩ ବଲ୍ ରେ ୬୫ ରନ୍ ର ଚମତ୍କାର ଇନିଂସ ଖେଳିଥିଲେ। କ୍ୟାପଟେନ ହଶମତୁଲ୍ଲା ଶାହିଦି ୪୫ ବଲ୍ ଖେଳି ୪୮ ରନ ସ୍କୋର କରିଥିଲେ। ପାକିସ୍ତାନ ପାଇଁ ଶାହିନ୍ ଶାହ ଆଫ୍ରିଦି ଏବଂ ହାସନ ଅଲ୍ଲୀ ଗୋଟିଏ ଲେଖାଁଏ ୱିକେଟ୍ ନେଇଥିଲେ।


ପାକିସ୍ତାନ ଅଧିନାୟକ ବାବର ଆଜାମ ଏବଂ ଓପନର୍ ଅବଦୁଲ୍ଲା ଶଫିକ୍ ଙ୍କ  ଅର୍ଦ୍ଧଶତକୀୟ ପାଳି ସହାୟତାରେ ପାକିସ୍ତାନ ଆଫଗାନିସ୍ତାନ ସ୍ପିନ୍ କ୍ୱାର୍ଟର ଚ୍ୟାଲେଞ୍ଜ୍ ଅତିକ୍ରମ କରି ନିର୍ଦ୍ଧାରିତ ୫୦ ଓଭର ରେ ୭ ୱିକଟ ହରାଇ ୨୮୨ ରନ୍ ସଂଗ୍ରହ କରିଥିଲା। ଗତ କିଛି ମ୍ୟାଚ୍‌ରେ ରନ୍ ସ୍କୋର କରିବାକୁ ସଂଘର୍ଷ କରୁଥିବା ବାବର ୯୨ ବଲ୍ ଖେଳି ୭୪ ରନ୍ ସଂଗ୍ରହ କରିଥିଲେ। ଯେଉଁଥିରେ ୪ ଚୌକା ଏବଂ ୧ ଛକା ସାମିଲ ରହିଥିଲା। ଶଫିକ୍ ୭୫ ବଲ୍ ଖେଳି ୫୮ ରନ୍ ସ୍କୋର କରିଥିଲେ। ସେହିପରି ଶାଦାବ ଖାନ ୩୮ ବଲ୍ ଖେଳି ୪୦, ଇଫତିଖାର ଅହମ୍ମଦ ୨୭ ବଲ ଖେଳି ୪୦ ରନ୍ ର ଇନିଂସ ଖେଳଥିଲେ। ଉଭୟେ ପରବର୍ତ୍ତୀ ଓଭର ରେ ଷଷ୍ଠ ୱିକେଟ୍ ପାଇଁ ୭୩ ରନ୍ ର ଏକ ସହଭାଗୀତା କରିଥିଲେ।


ଚେନ୍ନାଇ ସ୍ଥିତ ଚିଦାମ୍ବରମ୍ ଷ୍ଟାଡିୟମ୍ ପିଚ୍ ସ୍ପିନର ଙ୍କ ପାଇଁ ଅନୁକୂଳ ଥିଲା। ଆଫଗାନିସ୍ତାନ ଟିମ୍ ଏହାର ଚୂଡାନ୍ତ ଏକାଦଶ ଖେଳାଳୀ ତାଲିକାରେ ଚାରି ଜଣ ସ୍ପିନର ଙ୍କୁ ଅନ୍ତର୍ଭୂକ୍ତ କରିଥିଲା। ସେମାନଙ୍କ ମଧ୍ୟରୁ ବାମ ହାତୀ ସ୍ପିନର ନୁର ଅହମ୍ମଦ ସବୁଠାରୁ ସଫଳ ହୋଇଥିଲେ। ନୁର ୪୯ ରନ୍ ବ୍ୟୟ କରି ଦଳ ପାଇଁ ତିନୋଟି ୱିକେଟ୍ ନେଇଥିଲେ। ଦ୍ରୁତ ବୋଲର ନବୀନ ଉଲ ହକ ୫୨ ରନ୍ ବ୍ୟୟ କରି ଦୁଇଟି ୱିକେଟ୍ ନେଇଥିଲେ। ଅଫ୍ ସ୍ପିନର ମହମ୍ମଦ ନବୀ ୩୧ ରନ୍ ବ୍ୟୟ କରି ଗୋଟିଏ ୱିକେଟ୍ ନେଇଥିଲେ। ହେଲେ ଅଗ୍ରଣୀ ସ୍ପିନର ରସିଦ ଖାନ ଏବଂ ମୁଜିବ ଉର ରେହମାନ କୌଣସି ସଫଳତା ପାଇନଥିଲେ।


ପାକିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ପାୱାର ପ୍ଲେ ର ୧୦ ଓଭର ପର୍ଯ୍ୟନ୍ତ କୌଣସି ୱିକେଟ ନ ହରାଇ ପାକିସ୍ତାନ ୫୬ ରନ୍ ସ୍କୋର କରିଥିଲା। ଯେଉଁଥିରେ ଓପନର୍ ଅବଦୁଲ୍ଲା ଶଫିକ୍ ଙ୍କ   ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିଲା। ଯିଏ ତାଙ୍କ ପାଳିରେ ୫ ଚୌକା ଏବଂ ୨ ଛକା ମାରିଥିଲେ। ତାଙ୍କର ଓପନିଂ ପାର୍ଟନର ଇମାମ ଉଲ୍ ହକ୍ ମାତ୍ର ୧୭ ରନ୍ ସ୍କୋର କରିବାକୁ ସକ୍ଷମ ହୋଇଥିଲା। ପାୱାର ପ୍ଲେ ପରେ ତୁରନ୍ତ ସେ ମଧ୍ୟମ ପେସ୍ ବୋଲର ଆଜମାତ୍ ଉମରଜାଇଙ୍କ ପ୍ରଥମ ବଲ୍ ର ମିଡ୍ ୱିକେଟ୍ ରେ ଧରାପଡିଥିଲେ। ଦ୍ୱିତୀୟ ୱିକେଟ୍ ପାଇଁ ବାବର ଏବଂ ଶଫିକ୍ ମଧ୍ୟ ଅର୍ଦ୍ଧଶତକୀୟ ଭାଗିଦାରୀ ୫୨ ରନ୍ ସ୍କୋର କରିଥିଲେ। ଶଫିକ୍ ଏଲବିଡବ୍ଲୁ କରି ଆଫଗାନୀ ସ୍ପିନର ନୁର ଅହମ୍ମଦ ପ୍ରଥମ ୱିକେଟ୍ ନେଇଥିଲେ।


ଏହା ପରେ ନୁର ଅହମ୍ମଦ ଆଫଗାନିସ୍ତାନ ଦଳକୁ ଗୁରୁତ୍ୱପୂର୍ଣ୍ଣ ସଫଳତା ଦେଇ ମହମ୍ମଦ ରିଜୱାନ (୮) ଙ୍କ ୱିକେଟ ଦଖଲ କରିଥିଲେ। ଯେତେବେଳେ ବାବର ଏକ ବଡ଼ ଇନିଂସ ଖେଳିବାକୁ ଯାଉଥିଲେ, ସେତେବେଳେ ୨୦୨୩ ବିଶ୍ୱକପ୍‌ର କନିଷ୍ଠ ଖେଳାଳି ନୁର ଅହମ୍ମଦ ତାଙ୍କୁ କଭର ରେ କ୍ୟାଚ ଆଉଟ କରି ପାକିସ୍ତାନ ଟିମ୍ ଡେଥ ଓଭର ରଣନୀତିକୁ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ନବୀ, ସାଉଦ ଶକିଲ (୨୫) କୁ ଭଲ ପାଳି ଆରମ୍ଭ କରିବାର ସୁଯୋଗ ନେବାକୁ ଦେଇନଥିଲେ। ତେବେ ଶେଷ ଓଭରରେ ଶାଦବ ଏବଂ ଇଫତିଖାର ଶୀଘ୍ର ରନ୍ ସ୍କୋର କରିଥିଲେ। ଇନିଂସ ଶେଷ ଓଭର ରେ ନବୀନ ଅଲ ହକ ଉଭୟଙ୍କୁ ଆଉଟ କରିଥିଲେ। ଇଫତିଖାର ତାଙ୍କ ପାଳିରେ ୪ ଛକା ମାରିଥିଲେ।