South Africa vs Bangladesh World Cup Match Result 2023: ବିସ୍ଫୋରକ ବ୍ୟାଟିଂ ସହିତ ଦକ୍ଷିଣ ଆଫ୍ରିକା ଦଳ ୨୦୨୩ ବିଶ୍ୱକପ୍ ମୁକାବିଲାରେ ଚହଳ ସୃଷ୍ଟି କରିଛି। ଅକ୍ଟୋବର ୨୪ ତାରିଖ ମଙ୍ଗଳବାର ମୁମ୍ବାଇସ୍ଥିତ ୱାନଖେଡ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହଇଥିବା ମୁକାବିଲାରେ ଦକ୍ଷିଣ ଆଫ୍ରିକା ଟିମ୍ ବାଂଲାଦେଶ ଦଳକୁ ୧୪୯ ରନ୍ ବ୍ୟବଧାନରେ ପରାସ୍ତ କରିଛି। ଏହି ମ୍ୟାଚ୍ ରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲେ। ଦଳ ନିର୍ଦ୍ଧାରିତ ୫୦ ଓଭର୍ ରେ ୫ ୱିକେଟ୍ ହରାଇ ୩୮୨ ରନ୍ ସଂଗ୍ରହ କରିଥିଲା। ୩୮୩ ରନ୍ ଭଳି ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ବାଂଲାଦେଶ ୪୬.୪ ଓଭର୍ ରେ ସମସ୍ତ ୱିକେଟ ହରାଇ ୨୩୩ ରନ୍ ସଂଗ୍ରହ କରିଥିଲା।  


COMMERCIAL BREAK
SCROLL TO CONTINUE READING

ମଙ୍ଗଳବାର ମୁମ୍ବାଇ ୱାନଖେଡେ ଷ୍ଟାଡିୟମ ଠାରେ ବାଂଲାଦେଶ ବିପକ୍ଷ ମୁକାବିଲାର ୧୪୯ ରନ୍ ବ୍ୟବଧାନରେ ଦକ୍ଷିଣ ଆଫ୍ରିକା ଦଳ ବିଜୟୀ ହୋଇଛି। ଏହାପୂର୍ବରୁ ଅକ୍ଟୋବର ୨୧ ତାରିରେ ଖେଳାଯାଇଥିବା ମ୍ୟାଚ୍ ରେ ଦକ୍ଷିଣ ଆଫ୍ରିକା ଦଳ ସମାନ ପଡ଼ିଆରେ ଇଂଲଣ୍ଡ ଦଳକୁ ୨୨୯ ରନ୍ ବ୍ୟବଧାନରେ ପରାସ୍ତ କରିଥିଲା। ଦକ୍ଷିଣ ଆଫ୍ରିକା ଦଳ ୨୦୨୩ ବିଶ୍ୱକପ ମୁକାବିଲାର ୫ ମ୍ୟାଚ ଖେଳି ୪ ମ୍ୟାଚ୍ ରେ ବିଜୟୀ ହୋଇ ପଏଣ୍ଟ ଟେବୁଲ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି। ଦଳ ବର୍ତ୍ତମାନ ମୋଟ ୮ ପଏଣ୍ଟ ପାଇଛି।


କ୍ୱିଣ୍ଟନ୍ ଡି କକ୍ ଙ୍କ ଶତକ ଏବଂ ହେନରିଚ୍ କ୍ଲାସେନ୍ ଙ୍କ ଜବରଦସ୍ତ ଇନିଂସ ଆଧାରରେ ଦକ୍ଷିଣ ଆଫ୍ରିକା ଏକ ଖରାପ ପାଳି ଆରମ୍ଭରୁ ଉଦ୍ଧାର ହୋଇ ବାଂଲାଦେଶ ବିପକ୍ଷରେ ୫୦ ଓଭର୍ ରେ ୫ ୱିକେଟ୍ ହରାଇ ୩୮୨ ରନ୍ ସଂଗ୍ରହ କରିଥିଲା। ଡି କକ୍ ୨୦୨୩ ବିଶ୍ୱକପ୍ ରେ ୧୪୦ ବଲ ଖେଳି ୧୭୪ ରନ୍ ସ୍କୋର କରି ନିଜର ତୃତୀୟ ଶତକ ହାସଲ କରିଥିଲେ। ତାଙ୍କ ପାଳିରେ ୧୫ ଚୌକା ସହ ୭ ଛକା ଅନ୍ତର୍ଭୂକ୍ତ ରହିଥିଲେ। ଡି କକ୍ ଅଧିନାୟକ ଆଡେନ ମାର୍କ୍ରାମ (୬୦ ରନ୍) ସହ ତୃତୀୟ ୱିକେଟ୍ ପାଇଁ ୧୩୧ ରନ୍ ଭାଗିଦାରୀ କରି ଦଳକୁ ପ୍ରାରମ୍ଭିକ ବିପର୍ଯ୍ୟୟରୁ ଉଦ୍ଧାର କରିଥିଲେ।


ଏହା ପରେ ଡି କକ୍ ମାତ୍ର ୮୭ ବଲ୍ ରେ ଚତୁର୍ଥ ୱିକେଟ୍ ପାଇଁ କ୍ଲାସେନ୍ ଙ୍କ ସହ ୧୪୨ ରନ୍ ଯୋଡିଥିଲେ। ହେନରିଚ୍ କ୍ଲାସେନ୍ ୪୯ ବଲ ଖେଳି ୯୦ ରନ୍ ସଂଗ୍ରହ କରିଥିଲେ। ଯେଉଁଥିରେ ୨ ଚୌକା  ଏବଂ ୮ ଛକା ଅନ୍ତର୍ଭୁକ୍ତ ରହିଥିଲା। କ୍ଲାସେନ୍ ଡେଭିଡ ମିଲର (୩୪ ରନ୍) ଙ୍କ ସହ ମାତ୍ର ୨୫ ବଲ୍ ରେ ୬୫ ରନ୍ ଭାଗିଦାରୀ କରିଥିଲେ। ଏହି କାରଣରୁ ଦକ୍ଷିଣ ଆଫ୍ରିକା ଶେଷ ଓଭର ରେ ୧୪୪ ରନ୍ ଯୋଡିବାରେ ସଫଳ ହୋଇଥିଲା। ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଦକ୍ଷିଣ ଆଫ୍ରିକା ଭଲ ଆରମ୍ଭ କରିନଥିଲା। ରେଜା ହେଣ୍ଡ୍ରିକ୍ସ (୧୨) ଏବଂ ରାସି ୱାନ୍ ଡେର୍ ଡୁସେନ୍ (୦୧) ଙ୍କ ୱିକେଟ୍ ବହୁତ ସଅଳ ହରାଇଥିଲା।


ହେଣ୍ଡ୍ରିକ୍ସ ତାଙ୍କୁ ମିଳିଥିବା ଜୀବନ ଦାନର ଲାଭ ପଡ଼ିଆରେ ଉଠାଇ ପାରିନଥିଲେ। ଶୋରିଫୁଲ୍ ଇସଲାମଙ୍କ ଦ୍ୱାରା ବୋଲ୍ଡ ହେବା ପରେ ପାଭିଲିୟନ ଫେରିଥିଲେ। ମେହଦୀ ହାସନ ମିରାଜ ପରବର୍ତ୍ତୀ ଓଭର୍ ରେ ଡେର୍ ଡୁସେନ୍ ଙ୍କୁ ଏଲବିଡବ୍ଲ୍ୟୁ କରି ଦକ୍ଷିଣ ଆଫ୍ରିକା ସ୍କୋର ଉପରେ ବ୍ରେକ ଲଗାଇ ଦେଇଥିଲେ। ଦୁଇଟି ୱିକେଟ୍ ହରାଇବା ବେଳକୁ ଦକ୍ଷିଣ ଆଫ୍ରିକା ମାତ୍ର ୩୬ ରନ୍ ସ୍କୋର କରିଥିଲେ। ଯଦିଓ ପ୍ରଥମ ୧୦ ଓଭର ପର୍ଯ୍ୟନ୍ତ ବାଂଲାଦେଶ ବୋଲକ ସେମାନଙ୍କ ପ୍ରାଧାନ୍ୟ ବିସ୍ତାର କରିଥିଲା। ହେଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍ ଧୂଆଁଧାର ବ୍ୟାଟିଂ କରିବା ଆରମ୍ଭ କରିଥିଲେ। ବାଂଲାଦେଶ ସ୍ପିନର ସେମାନଙ୍କୁ ପ୍ରଥମେ ଚାପରେ ରଖିଥିଲେ। ଡି କକ୍ ଙ୍କ ବ୍ୟାଟ୍ସମ୍ୟାନ୍ ତାଙ୍କର ଜବରଦସ୍ତ ଇନିଂସ ଖେଳିବା ଆରମ୍ଭ କରିଥିଲେ। ବାଲାଂଦେଶ ଅଧିନାୟକ ଶକିବ ଅଲ ହାସନଙ୍କୁ ଛକା ମାରି ନୀରବତା ଭାଙ୍ଗିଥିବା ବେଳେ ମହମୁଦୁଲ୍ଲା ଙ୍କ ଉପରେ ତାଙ୍କର ରିଭର୍ସ ସ୍ୱିପ୍ ଦେଖିବାକୁ ମିଳିଥିଲା।


ଏହି ସମୟରେ ମାର୍କ୍ରାମ ଏକ ସହଯୋଗୀ ଭୂମିକାରେ ଅଭିନୟ କରିଥିଲେ। ମିରାଜଙ୍କୁ ଚୌକା ମାରି ମାର୍କ୍ରାମ ତାଙ୍କ ଦିନିକଆ କ୍ୟାରିୟର୍ ରେ ନବମ ଅର୍ଦ୍ଧଶତକ ପୂରଣ କରିଥିଲେ। ମାର୍କ୍ରାମ ଶାକିବଙ୍କ ବଲ୍ ରେ ଗୋଟିଏ ହାତରେ ଏକ ଲଫ୍ଟ ସଟ୍ ଚେଷ୍ଟା କରୁଥିବାବେଳେ ଲଙ୍ଗ୍ ଅନ୍ ଠାରେ କ୍ୟାଚ୍ ଆଉଟ ହୋଇଥିଲେ। ସେ ତାଙ୍କ ପାଳିରେ ୭ ଚୌକା ମାରିଥିଲେ। ଡି କକ୍ କିନ୍ତୁ ୱାନଖେଡେ ଷ୍ଟାଡିୟମ ଠାରେ ଏକ ଲମ୍ବା ଇନିଂସ ଖେଳିବାକୁ ସ୍ଥିର କରିଥିଲେ। ସେ ବର୍ତ୍ତମାନ ଏହି ଟୁର୍ନାମେଣ୍ଟ୍ ରେ ତୃତୀୟ ଶତକ ସହ ତାଙ୍କର ଦିନିକଆ କ୍ୟାରିୟର୍ ର ୨୦ ତମ ଶତକ ହାସଲ କରିଥିଲେ। ଏହା ପରେ ସେ ଅଧିକ ବେଗ ଦେଖାଇ ଶୋରିଫୁଲଙ୍କ ବଲ୍ ରେ  ଛକା ମାରି ଶକିବଙ୍କ ଗୋଟିଏ ଓଭର୍ ରେ ଦୁଇଟି ଛକା ଏବଂ ଦୁଇଟି ଚୌକା ସହ ୨୨ ରନ୍ ସ୍କୋର କରିଥିଲେ।


ମହମୁଦୁଲ୍ଲାହ ବାଂଲାଦେଶ ପାଇଁ ଏକ ଚମତ୍କାର ଶତକ ଇନିଂସ ଖେଳିଥିଲେ। ମହମୁଦୁଲ୍ଲାହ ୧୧୧ ବଲ୍ ଖେଳି ୧୧୧ ରନ୍ ସଂଗ୍ରହ କରିଥିଲେ। ସେ ତାଙ୍କ ପାଳିରେ ୧୧ ଚୌକା ଏବଂ ୪ ଛକା ମାରିଥିଲେ। ଏହା ବ୍ୟତୀତ ବାଂଲାଦେଶ ଦଳର ବାକି ବ୍ୟାଟ୍ସମ୍ୟାନ୍ ନିରାଶ ହୋଇଥିଲେ। ଯାହାର ଫଳସ୍ୱରୂପ ଶକିବ ଅଲ ହାସନଙ୍କ ଦଳକୁ ବିପୁଳ ବ୍ୟବଧାନରେ ପରାଜୟର ସମ୍ମୁଖୀନ ହେବାକୁ ପଡିଲା। ବାଂଲାଦେଶ ପାଇଁ ତାଞ୍ଜୀଦ ହାସନ ୧୭   ବଲ ଖେଳି ୧୨ ରନ୍ ସଂଗ୍ରହ କରିଥିଲେ। ସେହିପରି ଲିଟନ ଦାସ ୪୪ ବଲ ଖେଳି ୨୨ ରନ୍ ସ୍କୋର କରିଥିଲେ।


ନାଜମୁଲ ହୁସେନ୍ ଶାନ୍ତୋ (୦), ଶକିବ ଅଲ ହାସନ (୧), ମୁସ୍ତାଫିଜୁର ରହମାନ (୮), ମେହେନ୍ଦୀ ହାସନ ମିରାଜ (୧୧) ଏବଂ ନାସୁମ ଅହମ୍ମଦ (୧୯) ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ। ବାଂଲାଦେଶ ଦଳର ୮ ବ୍ୟାଟ୍ସମ୍ୟାନ୍  ୧୫୯ ରନ୍ ସ୍କୋର ବେଳକୁ ପାଭିଲିୟନ ଫେରିଯାଇଥିଲେ। ମାତ୍ର ମହମୁଦୁଲ୍ଲା ଦଳକୁ ୨୩୩ ରନ୍ ପର୍ଯ୍ୟନ୍ତ ନେଇଥିଲେ।


ଦକ୍ଷିଣ ଆଫ୍ରିକା ପାଇଁ ଜେରାଲ୍ଡ କୁଟଜୀ ସବୁଠାରୁ ସଫଳ ବୋଲର ଥିଲେ। ୧୦ ଓଭର ବୋଲି ୬୨ ରନ୍ ବ୍ୟୟରେ ଜେରାଲ୍ଡ କାଉଟି ୩ ୱିକେଟ୍ ନେଇଥିଲେ। ଏହା ବ୍ୟତୀତ ମାର୍କୋ ୟୁନସେନ୍, ଲିଡାଜ୍ ୱିଲିୟମ୍ସ ଏବଂ କାଗିସୋ ରାବାଡା ପ୍ରତ୍ୟେକ ଦୁଇଟି ୱିକେଟ୍ ନେଇଥିଲେ। କେଶବ ମହାରାଜଙ୍କୁ ଗୋଟିଏ ସଫଳତା ମିଳିଥିଲା।