Women Premier League 2023, UP Warriorz Captain Alyssa Healy: ମହିଳା ପ୍ରିମିୟର ଲିଗ୍ (WPL 2023) ର ଉଦ୍ଘାଟନୀ ସିଜନ ମାର୍ଚ୍ଚ ୪ରୁ ଆରମ୍ଭ ହେବ । ଏହାପୂର୍ବରୁ ସମସ୍ତ ଫ୍ରାଞ୍ଚାଇଜ୍ ନିଜ ନିଜ ଦଳର ଅଧିନାୟକ ଘୋଷଣା କରୁଛନ୍ତି । ପ୍ରଥମେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ଫ୍ରାଞ୍ଚାଇଜ୍ ନିଜର ମହିଳା ଦଳର ଅଧିନାୟକ ଘୋଷଣା କରିଥିଲା । ଏବେ ଲକ୍ଷ୍ନୌ ଫ୍ରାଞ୍ଚାଇଜ୍ ମଧ୍ୟ ନିଜର ମହିଳା ଦଳର ଅଧିନାୟକ (UP Warriorz Captain) ଘୋଷଣା କରିଛି । କେଏଲ୍ ରାହୁଲ (KL Rahul) ଏହି ଫ୍ରାଞ୍ଚାଇଜର ପୁରୁଷ ଦଳ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ (Lucknow Super Giants) ର ଅଧିନାୟକତ୍ୱ ଦାୟିତ୍ୱ ସମ୍ଭାଳନ୍ତି । କେଏଲ ରାହୁଲ ବର୍ତ୍ତମାନ ଭାରତୀୟ ଟେଷ୍ଟ ଦଳର ଏକ ସଦସ୍ୟ ଅଛନ୍ତି ।


COMMERCIAL BREAK
SCROLL TO CONTINUE READING

ୟୁପି ୱାରିୟର୍ସ (UP Warriorz) ଆସନ୍ତା ମାସରେ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ମହିଳା ପ୍ରିମିୟର ଲିଗ୍ (Women Premier League 2023) ପାଇଁ ଷ୍ଟାର୍ ଅଷ୍ଟ୍ରେଲୀୟ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଆଲିସ୍ସା ହିଲି (Alyssa Healy) ଙ୍କୁ ଦଳର ଅଧିନାୟକ ଭାବରେ ନିଯୁକ୍ତ କରିଛି । କ୍ୟାପ୍ରି ଗ୍ଲୋବାଲ୍ ହୋଲ୍ଡିଂସ୍ ପିଭି ଲିମିଟେଡର ଦଳ ୟୁପି ୱାରିୟର୍ସ ଫ୍ରାଞ୍ଚାଇଜ୍ ଆଧାରିତ ଲିଗ୍ ପାଇଁ ଏକ ସନ୍ତୁଳିତ ଦଳ ଗଠନ କରିଛନ୍ତି । ଆଲିସ୍ସା ହିଲି (Alyssa Healy) ମହିଳା କ୍ରିକେଟର ସବୁଠାରୁ ଲୋକପ୍ରିୟ ଚେହେରା ଓ ସେ ମଧ୍ୟ ବହୁତ ଅଭିଜ୍ଞ ଖେଳାଳି । ଆଲିସ୍ସା ହିଲି ଅଷ୍ଟ୍ରେଲିଆ ପାଇଁ ୧୩୯ଟି  ଟି-20 ଇଣ୍ଟରନ୍ୟାସନାଲରେ ପ୍ରାୟ ୨୫୦୦ ରନ୍ ସ୍କୋର କରିଛନ୍ତି । ତାଙ୍କ ନାମରେ ଗୋଟିଏ ଶତକ ଓ ୧୪ଟି ଅର୍ଦ୍ଧ ଶତକ ସାମିଲ ରହିଛି ।


ମହିଳା କ୍ରିକେଟର ଶ୍ରେଷ୍ଠ ୱିକେଟ୍ କିପରମାନଙ୍କ ମଧ୍ୟରେ ଆଲିସ୍ସା ହିଲି (Alyssa Healy) ଙ୍କ ଗଣତି ହୁଏ । ଆଲିସ୍ସା ହିଲି (Alyssa Healy) ଏପର୍ଯ୍ୟନ୍ତ ଟି-20 ଅନ୍ତର୍ଜାତୀୟ କ୍ରିକେଟରେ ୱିକେଟ୍ ପଛରେ ୧୧୦  ଖେଳାଳିଙ୍କୁ ଶିକାର କରିଛନ୍ତି । ଆଲିସ୍ସା ହିଲି (Alyssa Healy) ଙ୍କୁ ୟୁପି ୱାରିୟର୍ସ ଅଧିନାୟକତ୍ୱର ଦାୟିତ୍ୱ ମିଳିବାର ସେ  ଖୁସି ବ୍ୟକ୍ତ କରିଛନ୍ତି । ଆଲିସ୍ସା ହିଲି (Alyssa Healy) କହିଛନ୍ତି ଯେ, "ଡବ୍ଲୁପିଏଲ୍ ର ଉଦଘାଟନୀ ପର୍ଯ୍ୟାୟରେ ୟୁପି ୱାରିୟର୍ସର ଅଧିନାୟକ ଦାୟିତ୍ୱ ମିଳିଥିବାରୁ ମୁଁ ଅତ୍ୟନ୍ତ ଖୁସି ଅଛି । ଆମେ ସମସ୍ତେ ଉତ୍ସାହର ସହିତ WPL ପାଇଁ ଅପେକ୍ଷା କରିଥିଲୁ ଓ ୟୁପି ୱାରିୟର୍ସ ଦଳ ଚମତ୍କାର ଅଟେ । ମୁଁ ଟୁର୍ଣ୍ଣାମେଣ୍ଟରେ ଖେଳିବାକୁ ଉତ୍ସାହର ସହ ଅପେକ୍ଷା କରିଛି ।" ଏଠାରେ କହି ରଖୁଛୁ ଯେ, ମାର୍ଚ୍ଚ ୪ରୁ ୨୬ ପର୍ଯ୍ୟନ୍ତ WPL 2023 ମୁମ୍ବାଇରେ  ଖେଳାଯିବ, ଯେଉଁଥିରେ ବ୍ରାବୋର୍ନ୍ ଷ୍ଟାଡିୟମ୍ ଓ ଡିଏ ପାଟିଲ୍ ଷ୍ଟାଡିୟମରେ ମୋଟ ୨୨ଟି ମ୍ୟାଚ୍ ଅନୁଷ୍ଠିତ ହେବ । ୟୁପି ୱାରିୟର୍ସ ଗୁଜୁରାଟ ଜଏଣ୍ଟସ୍ ବିପକ୍ଷରେ ମାର୍ଚ୍ଚ ୫ ତାରିଖ ଦିନ DY ପାଟିଲ ଷ୍ଟାଡିୟମରେ ନିଜର ଅଭିଯାନ ଆରମ୍ଭ କରିବ ।


ଅଧିକ ପଢ଼ନ୍ତୁ:-୧୦ ଅଙ୍କ ବିଶିଷ୍ଟ ଏସବୁ ମୋବାଇଲ୍ ନମ୍ବର ୩୦ ଦିନ ମଧ୍ୟରେ ହୋଇଯିବ ବନ୍ଦ, TRAI ନେଲା ବଡ଼ ନିଷ୍ପତ୍ତି; ଆପଣଙ୍କର ନମ୍ବର ବି କରିନିଅନ୍ତୁ ଚେକ୍


ଅଧିକ ପଢ଼ନ୍ତୁ:-ଜେମ୍ସ ଆଣ୍ଡରସନ୍ ରଚିଲେ ଇତିହାସ, ଭାଙ୍ଗିଲେ ୮୭ ବର୍ଷ ପୁରୁଣା ରେକର୍ଡ; ୪୦ ବର୍ଷ ବୟସରେ ସମସ୍ତଙ୍କୁ ପଛରେ ପକାଇ ହେଲେ ବିଶ୍ୱର ନମ୍ୱର 1


ଅଧିକ ପଢ଼ନ୍ତୁ:-ହୋଲି ପରେ କେନ୍ଦ୍ର କର୍ମଚାରୀଙ୍କୁ ମିଳିବ ଡବଲ ଖୁସି ଖବର! ଆକାଉଣ୍ଟକୁ ଆସିବ ମୋଟା ଅଙ୍କର ଟଙ୍କା


 


ୟୁପି ୱାରିୟର୍ସର ସ୍କ୍ୱାଡ୍


ଆଲିସ୍ସା ହିଲି (ଅଧିନାୟକ), ସୋଫି ଏକ୍ଲେଷ୍ଟୋନ୍, ଦୀପ୍ତି ଶର୍ମା, ତାହଲିଆ ମ୍ୟାକଗ୍ରା, ଶବ୍ନିମ୍ ଇସମାଇଲ୍, ଅଞ୍ଜଲି ସ ସରଭାନି, ରାଜେଶ୍ୱରୀ ଗାଇକୱାଡ, ପାର୍ଶ୍ୱୀ ଚୋପ୍ରା, ଶ୍ୱେତା ସେହରାୱତ, ଏସ୍ ଯଶଶ୍ରୀ, କିରଣ ନାଭାଗେର୍, ଗ୍ରେସ୍ ହାରିସ୍, ଦେବିକା ବୈଦ୍ୟ, ଲରେନ୍ ବେଲ୍ ଏବଂ ସିମରନ୍ ଶେଖ୍ ।