WTC Final ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ଆଉ କିଛି ସମୟରେ ପରେ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ। ଉଭୟ ଦଳ ପାଇଁ ଗତ ୨ ବର୍ଷର ଯାତ୍ରା ବେଶ କଷ୍ଟକର ରହିଥିଲା। ଏହି ଦୁଇ ବର୍ଷ ମଧ୍ୟରେ ଅନେକ ସଂଘର୍ଷପୂର୍ଣ୍ଣ ମୁକାବିଲା, ବିଜୟର ରୋମାଞ୍ଚ କିଛି ଭାବବିହ୍ୱଳ ପରିବେଶ ତଥା ଏପରିକି ଆହତ ସମସ୍ୟା ମଧ୍ୟରେ ଲଢେଇ କରି ଉଭୟ ଦଳ ଫାଇନାଲ ଲଢେଇ ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି। ସମ୍ପୂର୍ଣ୍ଣ ଟେଷ୍ଟ ଚାମ୍ପିଅନସିପ ମଧ୍ୟରେ ଭାରତ ପାଇଁ ଅନେକ ବିଜୟ ଆଣିଦେଇଥିବା ଯଶପ୍ରୀତ ବୁମରାହ, ଋଷଭ ପନ୍ତ, ଶ୍ରେୟାସ ଆୟର ଓ କେଏଲ ରାହୁଲ ଆଜି ଦଳରୁ ବାଦ ପଡ଼ିଛନ୍ତି। ତଥାପି ଭାରତ ବିଜୟ ମୁକୁଟ ପିନ୍ଧିବା ନେଇ ଆଶାବାଦୀ ରହିଛି। 


COMMERCIAL BREAK
SCROLL TO CONTINUE READING

ସେପଟେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (WTC ଫାଇନାଲ 2023)ର ଫାଇନାଲରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ କଡ଼ା ମୁକାବିଲା ହେବାକୁ ଯାଉଛି।  ଉଭୟଙ୍କ ମଧ୍ୟରେ ଏହି ମ୍ୟାଚ୍ ଆଜିଠାରୁ ଅର୍ଥାତ ଜୁନ୍ ୭, ବୁଧବାର ଠାରୁ ଲଣ୍ଡନର କେନିଙ୍ଗଟନ୍ ଓଭାଲ୍ ଗ୍ରାଉଣ୍ଡରେ ଖେଳାଯିବ। ଭାରତୀୟ ସମୟ ଅନୁଯାୟୀ ମ୍ୟାଚ ଅପରାହ୍ନ ୩ଟାରୁ ଆରମ୍ଭ ହେବ। ଏହି ମ୍ୟାଚରେ ଉଭୟ ଦଳର ଚୂଡ଼ାନ୍ତ ଏକାଦଶ କିଭଳ ହେବ, ପିଚ ରିପୋର୍ଟ କଣ ରହିବ ତାକୁ ନେଇ କ୍ରିକେଟ ପ୍ରେମୀ ବେଶ ଉତ୍ସାହିତ ରହିଛନ୍ତି। ତେବେ ଆମେ ଆପଣଙ୍କୁ ପିଚ ସମ୍ପର୍କରେ ବିସ୍ତୃତ ରିପୋର୍ଟ ଦେବାକୁ ଚେଷ୍ଟା କରୁଛୁ। 


ପିଚ ରିପୋର୍ଟ
ଟେଷ୍ଟ ଚାମ୍ପିଅନସିପର ଅନ୍ତିମ ମ୍ୟାଚ୍ ଲଣ୍ଡନର ଓଭାଲରେ ଆରମ୍ଭ ହେବାକୁ ଯାଉଛି। ଏଠାରେ ଓ୍ୱିକେଟରେ ଭଲ ବାଉନ୍ସ  ହୋଇଥାଏ। ଦ୍ରୁତ ବୋଲରମାନଙ୍କୁ ଏଠାରେ ଲାଭ ଉଠାଇଥାନ୍ତି। କିନ୍ତୁ ମ୍ୟାଚ୍ ଆଗେଇବା ପରେ ପିଚ୍ ସ୍ପିନ୍ ବୋଲରମାନଙ୍କୁ ବେସ ସୁହାଇଥାଏ। ପ୍ରାୟ ତୃତୀୟ ଦିନ ସ୍ପିନରମାନେ ଆଧିପତ୍ୟ ବିସ୍ତାର କରିଥାନ୍ତି। ଦ୍ରୁତ ବୋଲରଙ୍କ ସ୍ୱିଙ୍ଗ୍ ପାଣିପାଗ ଉପରେ ନିର୍ଭର କରେ। ନିକଟରେ ସାମ୍ନାକୁ ଆସିଥିବା ଚିତ୍ରରେ ପିଚ ବେଶ କଅଁଳ ଘାସରେ ଆଛାଦିତ ଥିବା ଦେଖିବାକୁ ମିଳିଥିଲା। ଏଭଳି ପିଚ ପେସର ଓ ସୀମର ବୋଲରଙ୍କୁ ବେସ ସୁହାଇଥାଏ। 


ମ୍ୟାଚ ଅନୁମାନ
ଅନ୍ୟପକ୍ଷରେ ଯଦି ଆମେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚର ପୂର୍ବାନୁମାନ ବିଷୟରେ କହିଥାଉ, ତେବେ ଅଷ୍ଟ୍ରେଲିଆ ଏହି ଗ୍ରାଉଣ୍ଡରେ ଅଧିକ ମ୍ୟାଚ୍ ଖେଳିଥିବାବେଳେ ଭାରତୀୟ ଦଳ କଙ୍ଗାରୁ ଦଳ ଅପେକ୍ଷା କମ୍ ମ୍ୟାଚ୍ ଖେଳିଛି। ତେବେ ଉଭୟ ଦଳର ରେକର୍ଡ ବିଶେଷ କିଛି ହୋଇନାହିଁ। ଏଭଳି ପରିସ୍ଥିତିରେ କୌଣସି ଦଳକୁ ବିଜେତା କୁହାଯାଇପାରିବ ନାହିଁ। ଲଣ୍ଡନର ଓଭାଲ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ୩୮ଟି ଟେଷ୍ଟ ଖେଳିଛି ଯେଉଁଥିରେ ଦଳ ୭ଟି ଜିତିଛି।


ଯେତେବେଳେ କି ଭାରତ ୧୪ଟି ମ୍ୟାଚ ମଧ୍ୟରୁ ୨ଟି ଜିତିଛି। ଏଭଳି ପରିସ୍ଥିତିରେ ଉଭୟ ଦଳ ମଧ୍ୟରେ ଆକର୍ଷଣୀୟ ପ୍ରତିଯୋଗିତା ଦେଖିବାକୁ ମିଳେ। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏପର୍ଯ୍ୟନ୍ତ ମୋଟ ୧୦୬ ଟେଷ୍ଟ ମ୍ୟାଚ୍ ଖେଳାଯାଇଛି ଯେଉଁଥିରେ ଅଷ୍ଟ୍ରେଲିଆ ୪୪ଟି ବିଜୟ ସହ ନିଜର ପ୍ରାଧାନ୍ୟ ବଜାୟ ରଖିଛି। ଏଥିରେ ଭାରତ ୩୨ଟି ମ୍ୟାଚ୍ ଜିତିଛି। ୨୦୨୧ ମସିହାରେ ଭାରତ ଏହି ଗ୍ରାଉଣ୍ଡରେ ଶେଷ ଟେଷ୍ଟ ଖେଳିଥିଲା ​​ଯେଉଁଥିରେ ଦଳ ଜିତିଥିଲା। ଏଥି ସହିତ ୨୦୧୯ରେ ଖେଳାଯାଇଥିବା ମ୍ୟାଚରେ ଅଷ୍ଟ୍ରେଲିଆକୁ ପରାଜୟର ସାମ୍ନା କରିବାକୁ ପଡିଥିଲା।


କେଉଁଠି ଦେଖିୂବେ ଲାଇଭ ଷ୍ଟ୍ରିମିଂ
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଏହି ଅନ୍ତିମ ମ୍ୟାଚ୍ ଟିଭିରେ ଷ୍ଟାର ସ୍ପୋର୍ଟସ ନେଟୱାର୍କ ମାଧ୍ୟମରେ ସିଧା ପ୍ରସାରଣ ହେବ। ଦୁରଦର୍ଶନରେ ମାଗଣା ଲାଇଭ ଟେଲିକାଷ୍ଟ ହେବ। ଏହା ବ୍ୟତୀତ, ମ୍ୟାଚ୍ ଡିଜନି ପ୍ଲସ୍ ହଟଷ୍ଟାର୍ ମାଧ୍ୟମରେ ଲାଇଭ୍ ଷ୍ଟ୍ରିମିଂ ହେବା ଉଚିତ୍, ଯାହାଫଳରେ ଆପଣ ଏହି ମ୍ୟାଚ୍କୁ ମୋବାଇଲରେ ମଧ୍ୟ ଲାଇଭ୍ ଦେଖିପାରିବେ।


ସମ୍ଭାବିତ ପ୍ଲେଇଂ ଇଲେଭେନ
ଭାରତ:
ରୋହିତ ଶର୍ମା, ଶୁବମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, କେଏସ ଭରତ, ରବିନ୍ଦ୍ର ଜାଡ଼େଜା, ରବିଚନ୍ଦ୍ରନ ଅଶ୍ୱିନ, ମହମ୍ମଦ ଶାମୀ, ମହମ୍ମଦ ସିରାଜ, ଶାର୍ଦ୍ଦୁଲ ଠାକୁର


ଅଷ୍ଟ୍ରେଲିଆ: ଡେଭିଡ଼ ଓ୍ୱାର୍ଣ୍ଣର, ଉସମାନ ଖ୍ୱାଜା, ମାର୍ନସ ଲାବୁସେନ, ଷ୍ଟିଭ ସ୍ମିଥ, ଟ୍ରେଭିସ ହେଡ଼ କ୍ୟାମେରୁନ ଗ୍ରୀନ, ଏଲେକ୍ସ କ୍ୟାରୀ, ମିଶେଲ ଷ୍ଟାର୍କ, ପ୍ୟାଟ କମିନ୍ସ, ନାଥନ ଲିଓନ, ସ୍କାଟ ବୋଲେଣ୍ଡ


Also Read: Guru gochar: ଦଶନ୍ଧି ପରେ ପଡ଼ୁଛି ମହାସଂଯୋଗ, ଗୁରୁଙ୍କ ଚଳନ ପାଇଁ ବର୍ଷେ ପର୍ଯ୍ୟନ୍ତ ଏହିରାଶିରେ ବର୍ଷିବ ଧନ, ଯଶ ସମ୍ମାନ


Also Read: Oval Test: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ଏହା ହେବ ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନ; ଦୁଇ ବଡ଼ ଖେଳାଳି ପଡିବେ ବାଦ୍!


Also Read: Asia Cup 2023ରୁ ବାଦ ପଡ଼ିପାରେ ପାକିସ୍ତାନ: ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନ ଏହି ନିଷ୍ପତିକୁ କଲେ ଖାରଜ