ଟଳିଲା ଆନ୍ଦୋଳନ: ସ୍ୱାଭାବିକ ହେଲା ୧୦୮ ଆମ୍ୱୁଲାନ୍ସ ସେବା
108 ambulance: କର୍ମଚାରୀଙ୍କ ଧର୍ମଘଟ ଯୋଗୁଁ ରାଜ୍ୟବ୍ୟାପୀ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି। ସ୍ଥାୟୀ ନିଯୁକ୍ତି, ବକେୟା ଦରମା ପ୍ରଦାନ, ଗ୍ରାଚ୍ୟୁଇଟି ପ୍ରଦାନ, ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଆଦି ୭ ଦଫା ନେଇ ଜିପିଏସ ବଟନ ଅଫ କରି ଅଫରୋଡ୍ ମୋଡରେ ଆମ୍ବୁଲାନ୍ସ ଚଳାଉଛଥିଲେ। ଗ୍ରାଚ୍ୟୁଇଟି ପାଇଁ ପୂର୍ବ ଠିକା ସଂସ୍ଥା ସହ ଆଲୋଚନା କରାଯାଇଥିବା କହିଛନ୍ତି ୧୦୮ ଆମ୍ବୁଲାନ୍ସ ସର୍ଭିସ ରାଜ୍ୟ ମୁଖ୍ୟ।
ଭୁବନେଶ୍ଵର: ସ୍ୱାଭାବିକ ହେଲା ୧୦୮ ଆମ୍ୱୁଲାନ୍ସ ସେବା। ଏନେଇ ଗୁରୁବାର ୧୦୮ କର୍ମଚାରୀ ମହାସଂଘ ସୂଚନା ଦେଇଛି। ବର୍ତ୍ତମାନ ଅନରୋଡ୍ ମୋଡ୍ରେ ଗାଡ଼ି ଗଡ଼ିବ। ୧୦ ଦଫା ଦାବି ନେଇ ସାରା ରାଜ୍ୟରେ ଆନ୍ଦୋଳନ କରିଥିଲେ ଆମ୍ବୁଲାନ୍ସ କର୍ମଚାରୀ। ସେବା ପ୍ରଦାନକାରୀ କମ୍ପାନୀ ଓ କର୍ମଚାରୀଙ୍କ ବିବାଦ ଯୋଗୁ ସେବା ବ୍ୟାହତ ହୋଇଥିଲା।
ସେପଟେ କର୍ମଚାରୀଙ୍କ ଧର୍ମଘଟ ଯୋଗୁଁ ରାଜ୍ୟବ୍ୟାପୀ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି। ସ୍ଥାୟୀ ନିଯୁକ୍ତି, ବକେୟା ଦରମା ପ୍ରଦାନ, ଗ୍ରାଚ୍ୟୁଇଟି ପ୍ରଦାନ, ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଆଦି ୭ ଦଫା ନେଇ ଜିପିଏସ ବଟନ ଅଫ କରି ଅଫରୋଡ୍ ମୋଡରେ ଆମ୍ବୁଲାନ୍ସ ଚଳାଉଛଥିଲେ। ଗ୍ରାଚ୍ୟୁଇଟି ପାଇଁ ପୂର୍ବ ଠିକା ସଂସ୍ଥା ସହ ଆଲୋଚନା କରାଯାଇଥିବା କହିଛନ୍ତି ୧୦୮ ଆମ୍ବୁଲାନ୍ସ ସର୍ଭିସ ରାଜ୍ୟ ମୁଖ୍ୟ।