ଭୁବନେଶ୍ଵର: ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବ୍ରିଜ୍ ଆଣ୍ଡ ରୁଫ୍ କର୍ପୋରେସନ୍ ଜିଜିଏମ ୧୦ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ଆଜି ଦିନ ୧୨ଟା ସୁଦ୍ଧା ସିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ଚିଠି କରିଛି। ଏହି ମାମଲାରେ ଆଇଏଏସ୍ ବିଷ୍ଣୁପଦ ସେଠୀ ସିବିଆଇ ଜେରାର ସମ୍ମୁଖୀନ ହେବା ଆପାତତଃ ନିଶ୍ଚିତ ବୋଲି କୁହାଯାଉଛି। ଏଣେ ଗତକାଲି ରାଜ୍ୟ ସରକାର ବିଷ୍ଣୁପଦ ସେଠୀଙ୍କୁ ତିନିଟି ଯାକ ବିଭାଗରୁ ହଟାଇ ଦେଇଥିବାରୁ ସିବିଆଇ ତାଙ୍କୁ ଜେରା କରିବ। ଏହି ମାମଲାରେ ସିବିଆଇ ଉକ୍ତ ଉଦ୍ୟୋଗର ଜିଏମମ୍ ଙ୍କ ସମେତ ଆକାଉଣ୍ଟସ୍ ଅଧିକାରୀ ଓ ଅନ୍ୟ ଜଣେ ଅଧିକାରୀଙ୍କୁ ସିବିଆଇ ଘନଘନ ଜେରା କରିଛି। ଜିଏମ୍ ଭୂପେନ୍ଦ୍ର ସିଂହଙ୍କୁ ୬ଘଣ୍ଟା ମାରାଥନ ଜେରା କରାଯାଇଛି ଏବଂ ଆକାଉଣ୍ଟସ୍ ଅଫିସର୍ଙ୍କୁ ୭ ଦିନ ହେଲା ପର୍ଯ୍ୟାୟକ୍ରମେ ପଚରାଉଚରା ଚାଲିଛି। ବିଶେଷକରି ଅଭିଯୁକ୍ତ ଠିକାଦାର ଦେବଦତ୍ତ ମହାପାତ୍ର ଓ ସନ୍ତୋଷ ମହାରଣାଙ୍କ କେଉଁ କାମ ପାଇଁ କେତେ ବିଲ୍ ପାସ୍ କରାଯାଇଛି, ସେନେଇ ସିବିଆଇ ଜେରା କରୁଛି।


COMMERCIAL BREAK
SCROLL TO CONTINUE READING

ଅନ୍ୟପଟେ ଗତକାଲି ପଦରୁ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ହଟାଇ ଥିଲେ ରାଜ୍ୟ ସରକାର। ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗରେ ଓଏସଡି ଭାବେ ନିଯୁକ୍ତ ହୋଇଛନ୍ତି ବିଷ୍ଣୁପଦ। ପୂର୍ବରୁ ରାଜ୍ୟ ସରକାରଙ୍କ ୩ଟି ପ୍ରମୁଖ ବିଭାଗର ସଚିବ ଥିଲେ। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ସଚିବ ଥିଲେ। ୧୯୯୫ ବ୍ୟାଚ୍‌ର ଆଇଏଏସ୍‌ ଶ୍ରୀ ସେଠୀଙ୍କୁ ବଦଳି ହୋଇଥିଲେ ବି ପ୍ରମୁଖ ସଚିବ ପାହ୍ୟା ବଜାୟ ରହିବ। ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। 


ସୂଚନାଯୋଗ୍ୟ, କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ସମନକୁ ନେଇ ବିଷ୍ଣୁପଦ ଚର୍ଚ୍ଚାରେ ଥିଲେ। ଶ୍ରୀ ସେଠୀ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଦାୟିତ୍ବରେ ଥିଲେ। ସେହିପରି ତାଙ୍କ ପାଖରେ ଅନୁସୂଚିତ ଜାତି/ଜନଜାତି ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଦାୟିତ୍ବ ଥିଲା।


ବ୍ରିଜ ଆଣ୍ଡ ରୁଫ କମ୍ପାନୀ ଜିଜିଏମ୍‌ଙ୍କ ସହ ଟଙ୍କା କାରବାର ମାମଲାରେ ଛନ୍ଦି ହୋଇପଡ଼ିଛନ୍ତି ବରିଷ୍ଠ ଆଇଏଏସ୍ ବିଷ୍ଣୁପଦ ସେଠୀ। ଅବଶ୍ୟ ଏପର୍ଯ୍ୟନ୍ତ ସଂପୃକ୍ତି ନେଇ ସ୍ପଷ୍ଟ ହୋଇନଥିଲେ ବି ତାଙ୍କ ତିନି ଡ୍ରାଇଭରଙ୍କୁ ସିବିଆଇର ସମନରୁ ତାଙ୍କର ଘଟଣାରେ ସଂପୃକ୍ତି ଥିବା ପ୍ରତୀୟମାନ ହେଉଛି। ଏମିତିରେ ଏବେ ସୁଦ୍ଧା କାହିଁକି ବିଷ୍ଣୁପଦଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉନି ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠିଥିଲା। 


ଘଟଣାରେ ବିରୋଧୀମାନେ ମଧ୍ୟ ସରକାରଙ୍କୁ ଘେରିଛନ୍ତି। କାହିଁକି ବିଷ୍ଣୁପଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ । ଆଉ ଏବେବି ତାଙ୍କୁ କାହିଁକି ବିଭିନ୍ନ ବଡ଼ ବଡ଼ ବିଭାଗର ସଚିବ ଦାୟିତ୍ବ ଦିଆଯାଇଛି ତାହାକୁ ନେଇ ପ୍ରଶ୍ନ ଉଠାଇଥିଲେ।