Cartridges Seize: ପୁରୁଷୋତ୍ତମ ଏକ୍ସପ୍ରେସ୍ରୁ ୧୫୦ ଗୁଳି ଜବତ
Cartridges Seize: ଏହି ସମୟରେ କୋଟିଂ ଡିପୋର ସୁଇପର ତାଙ୍କୁ ନୂଆଦିଲ୍ଲୀ- ପୁରୀ ପୁରୁଷୋତ୍ତମ ଏକ୍ସପ୍ରେସ୍ର ୭୩ ନମ୍ବର ବର୍ଥରେ ଏକ କଳା ରଙ୍ଗର ଛୋଟ ବ୍ୟାଗ ପଡ଼ିଥିବା ନେଇ ସୂଚନା ଦେଇଥିଲା। ସେ ତୁରନ୍ତ ସେଠାରେ ପହଞ୍ଚି ସେହି ବ୍ୟାଗକୁ ଯାଞ୍ଚ କରିବା ବେଳେ ସେଥିରୁ ୧୫ଟି ପ୍ୟାକେଟ୍ରେ ଅଫୁଟା ଗୁଳିଥିବା ଦେଖିବାକୁ ପାଇଥିଲେ। ପ୍ରତି ପ୍ୟାକେଟ୍ରେ ଥିବା କ୍ୟାଟ୍ରିଜ୍ରେ ୧୦ ଲେଖାଏଁ ଗୁଳି ରହିଥିଲା।
Cartridges Seize: ପୁରୁଷୋତ୍ତମ ଏକ୍ସପ୍ରେସ୍ରୁ ୧୫୦ ଗୁଳି ଜବତ। ପୁରୀ ରେଳଷ୍ଟେସନରୁ ନୂଆଦିଲ୍ଲୀ- ପୁରୀ ପୁରୁଷୋତ୍ତମ ଏକ୍ସପ୍ରେସ୍ ଟେନ୍ର ଏକ ବର୍ଥରୁ ୧୫ଟି ପ୍ୟାକେଟ୍ ଭର୍ଭି ଗୁଳି ଜବତ ହୋଇଛି। ୮ ମିମିର ୧୫ଟି ପ୍ଯାକେଟ୍ ଗୁଳି ଜବତ କରାଯାଇଛି। ୧୫ ପ୍ୟାକେଟ୍ରେ ୧୫୦ଟି ଅଫୁଟା ୮ ମିମିର ଗୁଳି ମିଳିବା ପରେ ଏହାକୁ ନେଇ ଆର୍ପିଏଫ୍ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ଆର୍ପିଏଫ୍ ପକ୍ଷରୁ ଏନେଇ ରେଳବାଇ ଥାନାରେ ଅଭିଯୋଗ କରାଯାଇଛି। ଆର୍ପିଏଫ୍ ଏଏସ୍ଆଇ ଦୀପକ କୁମାର ପଟ୍ଟନାୟକ ରେଳବାଇ ଥାନାରେ କରିଥିବା ଅଭିଯୋଗ ଅନୁସାରେ ସେ ବୁଧବାର B ସିଫ୍ଟ ଡ୍ୟୁଟି କରୁଥିବା ବେଳେ ପ୍ଲାଟଫର୍ମରେ ଥିବା ରେଳକୋଚ ଗୁଡ଼ିକୁ ଯାଞ୍ଚ କରୁଥିଲେ। ଏହି ସମୟରେ କୋଟିଂ ଡିପୋର ସୁଇପର ତାଙ୍କୁ ନୂଆଦିଲ୍ଲୀ- ପୁରୀ ପୁରୁଷୋତ୍ତମ ଏକ୍ସପ୍ରେସ୍ର ୭୩ ନମ୍ବର ବର୍ଥରେ ଏକ କଳା ରଙ୍ଗର ଛୋଟ ବ୍ୟାଗ ପଡ଼ିଥିବା ନେଇ ସୂଚନା ଦେଇଥିଲା। ସେ ତୁରନ୍ତ ସେଠାରେ ପହଞ୍ଚି ସେହି ବ୍ୟାଗକୁ ଯାଞ୍ଚ କରିବା ବେଳେ ସେଥିରୁ ୧୫ଟି ପ୍ୟାକେଟ୍ରେ ଅଫୁଟା ଗୁଳିଥିବା ଦେଖିବାକୁ ପାଇଥିଲେ। ପ୍ରତି ପ୍ୟାକେଟ୍ରେ ଥିବା କ୍ୟାଟ୍ରିଜ୍ରେ ୧୦ ଲେଖାଏଁ ଗୁଳି ରହିଥିଲା।
ଏହା ବ୍ୟତୀତ ଉକ୍ତ ବ୍ୟାଗରୁ ହାଲୁକା ଗୋଲାପି ରଙ୍ଗର ସାର୍ଟ, ଏକ ଧୁଷର ରଙ୍ଗର ଫୁଲ୍ ପ୍ୟାଣ୍ଟ, ଧଳା ଟାୱେଲ, ହଳଦିଆ ସାଲ୍ ଓ ଏକ କପଡ଼ା ବ୍ୟାଗ୍ ମିଳିଥିଲା। ବ୍ୟାଗ୍ରେ ଚନ୍ଦୋଲି ରାମନଗରର କିଶନ ଲେଖା ରହିଛି। ଜିଆର୍ପି ଏସବୁ ସାମଗ୍ରୀକୁ ଜବତ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ତେବେ ଯେଉଁ ବର୍ଥରେ ଏସବୁ ଗୁଳି ମିଳିଥିଲା ସେଥିରେ କେଉଁ ଯାତ୍ରୀ ରହିଥିଲେ ସେ ସମ୍ପର୍କରେ ରେଳବାଇ ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି। ରେଳଷ୍ଟେସନର ସିସିଟିଭିକୁ ମଧ୍ୟ ଯାଞ୍ଚ କରାଯାଉଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। କେହି ଭୁଲ୍ରେ ଏହି ଗୁଳି ସବୁ ଛାଡ଼ି ଯାଇଛି ନା ଅନ୍ୟ କେହି ଲୁଚାଇ ଏସବୁ ଗୁଳି ନେଉଥିବା ବେଳେ ଧରାପଡ଼ିବା ଭୟରେ ଛାଡ଼ି ଯାଇଛି ତାକୁ ନେଇ ତନାଘନା ଚାଲିଛି।