ମୟୁରଭଞ୍ଜ: ବାରିପଦା ଏମ୍‌‌କେସି ହାଇସ୍କୁଲ ଛକ ନିକଟରୁ ବିପୁଳ ପରିମାଣର ସୁନା ଜବତ ହୋଇଛି। କୋଲକାତାରୁ ବାରିପଦା ଆସୁଥିବା ବେଳେ ଏମକେସି ହାଇସ୍କୁଲ ଛକରୁ ଗାଡି ସହ ଧରିଲା ଜିଏସଟି ଟିମ। ବାରିପଦା ଏମ୍ କେ ସି ହାଇସ୍କୁଲ ପାଖ ଏକ ଗହଣା ଦୋକାନରେ ସୁନା ଗହଣା ଯୋଗାଇ ଦେଉଥିବା ବେଳେ ଜବତ ହୋଇଛି। ସୁନା ସହିତ ୩ଜଣଙ୍କୁ ଅଟକ ରଖାଯାଇଛି। 


COMMERCIAL BREAK
SCROLL TO CONTINUE READING

ସୂଚନାଯୋଗ୍ୟ ଯେ, ଗତକାଲି ବିଳମ୍ୱିତ ରାତିରେ କୋଲକାତାରୁ ଏକ ଲଜିଷ୍ଟିକ୍ ଗାଡ଼ିରେ ପ୍ରାୟ ୧୫କେଜି ସୁନା ବାରିପଦା ସହରକୁ ଆସିଥିଲା. ମୁମ୍ବାଇରୁ ଉକ୍ତ ସୁନା ଫ୍ଲାଇଟ୍‌ରେ କୋଲକାତାରେ ପହଞ୍ଚିଥିଲା। ଏହାପରେ ସେଠାରୁ ସଡ଼କ ପଥରେ ଲଜିଷ୍ଟିକ୍‌ ଗାଡ଼ିରେ ଜଳେଶ୍ୱର ଦେଇ ବାରିପଦା ସହରରେ ପହଞ୍ଚିଥିଲା। ଏନେଇ ଜିଏସ୍‌ଟି ଅଧିକାରୀ ବିଶେଷ ସୂତ୍ରରୁ ଖବର ପାଇ ଏମକେସି ହାଇସ୍କୁଲ ଛକ ନିକଟରେ ଜଗି ରହିଥିଲେ। ମଧ୍ୟ ରାତିରେ ଗାଡ଼ିଟି ଅତିକ୍ରମ କରୁଥିବା ବେଳେ ପୁଲିସ୍‌ ସହାୟତାରେ ତାହାକୁ ଅଟକ ରଖାଯାଇଛି। ଗାଡ଼ିରେ ମୁମ୍ବାଇ, କୋଲକାତା, ବାଲେଶ୍ଵର ଓ ବାରିପଦାର କିଛି ଗହଣା ବ୍ୟବସାୟଙ୍କ ନାମରେ ବିଲ୍ ଥିବାରୁ ସେଥିରେ ସନ୍ଦେହ କରାଯାଉଥିବା ବାଣିଜ୍ୟକର ଅଧିକାରୀ କହିଛନ୍ତି।