କନ୍ଧମାଳ: ଆମ୍ବ ଟାକୁଆରୁ ପ୍ରସ୍ତୁତ ଯାଉ ଖାଇ ୬ ପରିବାରର ୬ଜଣ ମହିଳା ଅସୁସ୍ଥ ଏବଂ ୨ ଜଣଙ୍କ ମୃତ୍ୟୁ । ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ଗଦାପୂର ପଞ୍ଚାୟତ ମାଣ୍ଡି ପଙ୍କା ଗ୍ରାମର ଦଡା ସାହିରେ ଦେଖିବାକୁ ମିଳିଛି ଏପରି ଅଭାବନୀୟ ଘଟଣା ।


COMMERCIAL BREAK
SCROLL TO CONTINUE READING

ସୂଚନା ମୁତାବକ, ପ୍ରଥମେ ୮ ଜଣ ମହିଳା ଅସୁସ୍ଥ ହେବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ । ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ଜଣା ପଡ଼ିଛି । ମୃତକଙ୍କ ମଧ୍ୟରେ ଅଛନ୍ତି ରମୀତା ପାଟ ମାଝୀ (୨୮) ଏବଂ ରୁନୁ ମାଝୀ (୨୮) । ଖବର ଅନୁଯାୟୀ ଗତ ଗତ ୨୩ ତାରିଖ ଦିନ ପାରମ୍ପାରିକ ଖାଦ୍ୟ ଭାବେ ଆମ୍ବ ଟାକୁଆରୁ କୋଇଲି ବାହାର କରିବା ପରେ ସେଥିରେ ଯାଉ ପ୍ରସ୍ତୁତ କରାଯାଇଥିଲା । ଗ୍ରାମର ପ୍ରାୟ ୨୦ ପରିବାରର ୩୦ରୁ ଉର୍ଦ୍ଧ୍ବ ଲୋକେ ଏହି ଯାଉକୁ ବାଣ୍ଟି ଖୁଣ୍ଟି ଖାଇଥିଲେ । ସେଥିରୁ ବଳକା ଥିବା ଆମ୍ୱ ଟାକୁଆ କୋଇଲିକୁ ଗଚ୍ଛିତ ରଖି ଗତ ମଙ୍ଗଳବାର ଦିନ ପୁଣି ଥରେ ଯାଉ ପ୍ରସ୍ତୁତ କରି କିଛି ମହିଳା ଖାଇଥିଲେ । ତାପରେ ହଠାତ ରମିତା ନାମକ ଜଣେ ମହିଳାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡ଼ିକାଲକୁ ନିଆ ଯାଇଥିଲା । ସେଠାରେ ଚିକିତ୍ସିତ ଅବସ୍ଥାରେ ରମିତାଙ୍କର ମୃତ୍ୟୁ ଘଟିଥିଲା । ଶୁକ୍ରବାର ଦିନ ପୁଣି ଅଚାନକ ଭାବେ ଆଉ ୭ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ପ୍ରଥମେ ବ୍ରାହ୍ମଣୀଗାଁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ବ୍ରହ୍ମପୁର ବଡ ମେଡ଼ିକାଲ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ  । ବ୍ରହ୍ମପୁର ନେବା ବାଟରେ ଅନ୍ୟ ଜଣେ ମହିଳା ରୁନୁ ମାଝୀଙ୍କ ମୃତ୍ୟୁ ଘଟିଥିଲା । ଆଉ ୬ ଜଣ ବର୍ତ୍ତମାନ ଚିକିତ୍ସାଧୀନ ଅବସ୍ଥାରେ ଥିବା ଜଣାପଡ଼ିଛି । ସେମାନଙ୍କ ମଧ୍ୟରେ ରହିଛନ୍ତି ପ୍ରଭାତୀ ପାଟ ମାଝୀ (୩୨) , ଡ୍ରାଙ୍ଗାଲୁ ପାଟ ମାଝୀ (୫୫) , ଟୁନି ମାଝୀ (୪୫) ,ସୁଷମା ପାଟ ମାଝୀ (2୨୫), ଜିତା ମାଝୀ (୩୦), ଜିବନ୍ତି ମାଝୀ (୪୫) । ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତହସିଲଦାର ଶରତ ଶବର, ବିଡ଼ିଓ ପ୍ରୀତି ରଞ୍ଜନ ରଥ ଘଟଣା ସ୍ଥଳରେ ପହଞ୍ଚି ଘଟଣା ସମ୍ପର୍କରେ ଅନୁଧ୍ୟାନ କରୁଥିବା ଜଣାପଡିଛି ।


Also Read- ରାଜ୍ୟରେ ହେବ ନୂଆ ଷ୍ଟିଲପ୍ଲାଣ୍ଟ, କେନ୍ଦୁଝରକୁ ଚୟନ କରିଛନ୍ତି JSW-ପୋସ୍କୋ


Also Read- Weekly Horoscope: ନଭେମ୍ବରର ପ୍ରଥମ ସପ୍ତାହରେ ୪ ରାଶିର ଜୀବନରେ ବଡ ପରିବର୍ତ୍ତନ