Crime News: ରାଜଧାନୀ ଭୁବନେଶ୍ୱରରୁ ୨ଜଣ ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଦୁଇ ଲୁଟେରା ବୁଦ୍ଧିରାମ ସ୍ୱାଇଁ ଏବଂ ଗୁଡୁ ନାୟକ ଏକ ଅଟୋ ବ୍ୟବହାର କରି ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇଦେବା ଆଳରେ ଅଟୋରେ ବସାଉଥିଲେ । ପରେ ଥଣ୍ଡା ପାନୀୟରେ ନିଶାଦ୍ରବ୍ୟ ମିଶାଇ ଯାତ୍ରୀଙ୍କୁ ଅଫର କରୁଥିଲେ । ଯାତ୍ରୀ ନିଶାରେ ସଂଜ୍ଞା ହରାଇ ପଡିବା ପରେ ତାଙ୍କଠାରୁ ଟଙ୍କା ସମେତ ସମସ୍ତ ଜିନିଷ ଲୁଟି ନେଉଥିଲେ ।


COMMERCIAL BREAK
SCROLL TO CONTINUE READING

ଖବର ମୁତାବକ, ୧ ନମ୍ୱର ହାଟର ନରେଶ ନାମକ ଜଣେ ବ୍ୟବସାୟୀ ୨୧ ତାରିଖ ଦିନ ପରିବା ବିକ୍ରି କରିବା ପରେ ଘରକୁ ଫେରୁଥିଲେ । ସେହି ସମୟରେ ଆଚାର୍ଯ୍ୟ ବିହାର ନିକଟରେ ସେ ଦୁଇ ଲୁଟେରାଙ୍କ ହାବୁଡରେ ପଡିଥିଲେ । ଲୁଟେରା ରୂପକ ଅଟୋ ଡ୍ରାଇଭର ନରେଶଙ୍କୁ ଅଟୋରେ ଯିବା ପାଇଁ ଡାକିଥିଲେ । ନରେଶ ଅଟୋରେ ବସିବା ପରେ ତାଙ୍କୁ ନିଶାଦ୍ରବ୍ୟ ମିଶା ପାନୀୟ ଦେଇଥିଲେ ଲୁଟେରା । ନରେଶ ବିଶ୍ୱାସର ସହିତ ତାହାକୁ ପାନୀୟ ଭାବେ ବ୍ୟବହାର କରିଥିଲେ । ନିଶା ଚଢିବା ପରେ ନରେଶ ସଂଜ୍ଞା ହରାଇ ପଡିଥିଲେ । ଯାହାର ଫାଇଦା ଉଠାଇଥିଲେ ଦୁଇ ଲୁଟେରା । ନରେଶଙ୍କ ନିକଟରୁ ସମସ୍ତ ଟଙ୍କା, ମୋବାଇଲ ଲୁଟ୍ କରି କଟକ ଜଗତପୁର ଅଞ୍ଚଳରେ ନରେଶଙ୍କୁ ରାସ୍ତା କଡରେ ଶୁଆଇଦେଇ ଚମ୍ପଟ ମାରିଥିଲେ ଲୁଟେରା ।


ନରେଶଙ୍କ ହୋସ୍ ଆସିବା ପରେ ସେ ଆଶ୍ଚର୍ଯ୍ୟ ହୋଇପଡିଥିଲେ । ଜଣେ ବ୍ୟକ୍ତିଙ୍କ ଫୋନରୁ ନିଜ ଘରକୁ କଲ କରି ସମସ୍ତ କଥା କହିଥିଲେ । ନରେଶଙ୍କ ପୁଅ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବାପାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଇଥିଲେ । ପରେ ସହିଦନଗର ଥାନାରେ ଏ ସମ୍ପର୍କରେ ଏତଲା ଦିଆଯାଇଥିଲା । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିବା ସହ ଲୁଟେରାଙ୍କୁ ଟ୍ରାକ୍ କରିଥିଲା । ବର୍ତ୍ତମାନ ଦୁଇ ଲୁଟେରାଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କ ନିକଟରୁ ନିଶା ଔଷଧ ଜବତ କରିଛି । ସେ ବାଲେଶ୍ୱରରୁ ଏହି ଔଷଧ କିଣିଥିବା ଜଣାପଡିଛି । ଏଥିସହ ଉଭୟଙ୍କ ନାମରେ ପୂର୍ବରୁ ଅପରାଧିକ ମାମଲା ରହିଥିବା ଜଣାପଡିଛି ।


Also Read- Crime News: ବ୍ୟାକିଂ ଠକେଇ ମାମଲାରେ ୩ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ


Also Read- Shukra Gochar 2024: ଆଜି ଶୁକ୍ରଙ୍କ ଚଳନ, ୩ ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ଲାଗିବ ଲଟେରୀ