ମୟୁରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବନାଞ୍ଚଳ ଅଧୀନ ବାଲିଖଣି ଗ୍ରାମ ନିକଟରୁ କଲରାପତରିଆ ବାଘ ଛାଲ ଜବତ। ଧୋବଣୀ ଷୋଳ ଅଧୀନ ବାଲିଖଣି ନିକଟରୁ ଏକ କଲରା ପତରିଆ ବାଘ ଛାଲକୁ ଜବତ କରିଛି ବନ ବିଭାଗ। 


COMMERCIAL BREAK
SCROLL TO CONTINUE READING

ଆଜି ସକାଳେ ସମ୍ରାଟ ଗୌଡାଙ୍କ ନେତୃତ୍ୱ ରେ ଏକ ଟିମ୍ ବାଲିଖଣି ଅଞ୍ଚଳରେ ଚଢାଉ କରି ଏକ କଲରାପତିଆ ବାଘ ଛାଲକୁ ଜବତ କରିଛି ବନ ବିଭାଗ। ବନବିଭାଗ ନିଜେ ସାଜିଥିଲା ଗରାଖ। ଡିଲ ଚାଲିଥିବା ବେଳ ମାଡ଼ିବସିଲା ବନବିଭାଗ। ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଛି ବନ ବିଭାଗ। ଜଣେ ଫେରାର ହେଇ ଥିବାର ସୂଚନା ମିଳିଛି। ବନବିଭାଗ ରେଞ୍ଜର ମହେଶ୍ୱର ସିଂ କହିଛନ୍ତି, ଦୁଇ ମାସ ପୂର୍ବରୁ ବାଘଟିକୁ ମରାଯାଇଥିବା ଅନୁମାନ କରାଯାଉଛି।