ବ୍ରହ୍ମପୁର: ଗ୍ୟାସ ଲିକରୁ ଅଗ୍ନିକାଣ୍ଡ ୩ଗୁରୁତର। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ତୁରୁବୁଡ଼ି ନରେନ୍ଦ୍ରପୁର ଗାଁରେ ଅଭାବନୀୟ ଘଟଣା। ଆହତ ମାନେ ହେଲେ ଜି ବବି, ଜି ବୁଡୁ, ଜି କାହ୍ନl। ବବି ରୋଷେଇ କରିବା ପାଇଁ ଗ୍ୟାସ ଲଗାଇବା ପରେ ନିଆଁ ଲାଗିଯାଇଥିଲା। ତାଙ୍କୁ ଉଦ୍ଧାର କରିବାକୁ ଯାଇ ସ୍ୱାମୀ ବୁଡୁ ଓ ପୁଅ କାହ୍ନ। ନିଆଁରେ ପୋଡି ଯାଇଥିଲେ। ଆହତଙ୍କୁ ଦିଗପହଣ୍ଡି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। କିନ୍ତୁ ଜି ବୁଡୁଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।