Road Accident: ଭୟଙ୍କର ଦୁର୍ଘଟଣାରେ ଚାଲିଗଲା । ଛାତି ଥରାଇଲା ପରି ଦୁର୍ଘଟଣା (Road Accident)। ଜଣେ କି ଦୁଇ ଜଣ ନୁହଁ ଏକା ସାଙ୍ଗରେ ଚାଲିଗଲା ୮ ଜୀବନ ( 8 killed)। ଏହି ଦୁର୍ଘଟଣାରେ ୧୦ ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଗାଁ- ୨୦ନମ୍ବର ଜାତୀୟ ରଜପଥ ବାଲିଜୋଡ଼ି ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି (road accident in Keonjhar)। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗଞ୍ଜାମରୁ କେନ୍ଦୁଝର ମା’ ତାରିଣୀଙ୍କ ଦର୍ଶନ କରିବାକୁ ଆସୁଥିବାବେଳେ ଏଭଳି ଘଟଣା ଘଟିଥିବା ଜଣାପଡିଛି ।


COMMERCIAL BREAK
SCROLL TO CONTINUE READING

Also Read: Entertainment News: ଆଜି ପରଦାକୁ ଆସିବ ୧୯ଟି ଫିଲ୍ମ, ନଜର ପକାନ୍ତୁ ତାଲିକା ଉପରେ...


ସୂଚନା ଅନୁସାରେ, ଏକ ଟ୍ରାଭେଲରରେ ଗଂଜାମର ପାଖାପାଖି ୧୯ଜଣ ଯାତ୍ରୀ ମା’ ତାରିଣୀଙ୍କ ଦର୍ଶନ କରିବାକୁ ଆସୁଥିଲେ । ଟ୍ରାଭେଲର ଦ୍ରୁତଗତିରେ ଆସୁଥିବାବେଳେ ଭାରସାମ୍ୟ ହରାଇ ଟ୍ରକକୁ ପଛପଟୁ ପିଟିଥିଲା । ଫଳରେ ଭୟଙ୍କର ଦୁର୍ଘଟଣା ଘଟିଥିଲା । ଏଥିରେ ଘଟଣାସ୍ଥଳରେ ୮ ଜଣଙ୍କର ମୃତ୍ୟୁ ଘଟିଥିଲା । ଭୟଙ୍କର ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ପୋଲିସ୍ ଓ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା।  ତେବେ, ଆହତଙ୍କ ମଧ୍ୟରେ ଏକାଧିକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଅନ୍ୟତ୍ର ଚିକିତ୍ସା ପାଇଁ ପଠାଯିବା ବୋଲି କୁହାଯାଉଛି । ତେବେ ଏଯାଏଁ ମୃତକ କିମ୍ବା ଗୁରୁତରଙ୍କ ପରିଚୟ ମିଳିପାରିନାହିଁ । ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।


ନିକଟରେ, ନୟାଗଡ ଦଶପଲ୍ଲାରେ ଭୟଙ୍କର ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ୩ ଜଣ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତକ ମାନେ ଦଶପଲ୍ଲା ଅଞ୍ଚଳର ସିତୁ ଖାଁ, ଦୀପକ ମେଦିନିରା ଏବଂ ଗୋକୁଳ ନାୟକ ବୋଲି ଜଣା ପଡ଼ିଛି। ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦଶପଲ୍ଲା ଥାନା ସୁବଳୟା ଛକରେ ଘଟିଛି। ଏହାକୁ ନେଇ ଦୁର୍ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ପରିବେଶ ଶାନ୍ତ ପଡ଼ିଛି।