Olive ridley: (ନାରାୟଣ ବେହେରା) ନଭେମ୍ବର ମାସ ୧/୧୧/୨୦୨୪ ତାରିଖ ଠାରୁ ମେ ମାସ ୩୧/୦୫/୨୦୨୫ ତାରିଖ ପର୍ଯ୍ୟନ୍ତ ମାଛ ଧରିବା ଉପର କଟକଣା ଜାରୀ କରାଯାଇଛି। ଦେବୀ, ଋଷିକୂଲ୍ୟା ଓ ଧାମରା ନଦୀ ମୁହାଣରୁ ୨୦କିଲୋମିଟର ପର୍ଯ୍ୟନ୍ତ ମାଛ ଧରିବା ଉପରେ କଟକଣା ଜାରୀ କରାଯାଇଛି। ଏହି ସବୁ ସ୍ଥାନରେ ଅଲିଭ୍ ରିଡ଼ଲେ କଇଁଚ ସଂରକ୍ଷଣ ନିମନ୍ତେ ସମ୍ପୂର୍ଣ୍ଣ ମାଛ ଧରିବା ନିଷିଦ୍ଧ କରାଯାଇଛି। 


COMMERCIAL BREAK
SCROLL TO CONTINUE READING

ଏହାକୁ ସମସ୍ତ ବୋଟ୍ ଓ ଡଙ୍ଗା ମାଲିକ ସମେତ ମତ୍ସ୍ୟଜୀବୀ ମାନଙ୍କୁ ଡାକବାଜୀ ଯନ୍ତ୍ର ଦ୍ବାରା ଅବଗତ କରାଇବା ସହିତ ଏହାକୁ ସମସ୍ତେ ମାନିବା ପାଇଁ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗ ଓଡ଼ିଶା ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। ଏହାକୁ କେହି ଅମାନ୍ୟ କଲେ ସେମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡାକବାଜୀ ଯନ୍ତ୍ର ଦ୍ବାରା ସମସ୍ତ ମତ୍ସ୍ୟଜୀବୀ ମାନଙ୍କୁ ଅବଗତ କରାଯାଇଛି। ପାରାଦୀପ ର ନୂଆବଜାର, ଷଣ୍ଢକୁଦ,ବାଲିପ୍ଲଟ ଓ ଚଉମୁହାଣୀ ଭଳି ସ୍ଥାନ ମାନଙ୍କ ରେ ଥିବା ମତ୍ସ୍ୟଜୀବୀ ଙ୍କୁ ଅବଗତ କରାଯାଇଛି।