Odisha News: ଗୁଣିଗାରେଡ଼ି ସନ୍ଦେହକୁ କେନ୍ଦ୍ର କରି ଗୋଟିଏ ପରିବାର ଗାଁ ଛାଡି ବେସାହାରା ପାଲଟିଥିବା ଘଟଣା ସାମ୍ନାକୁ ଆସିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଅଡବା ଥାନା ଅର୍ନ୍ତଗତ ରାଜଖମା ଗ୍ରାମରେ। ରାଜଖମା ଗାଁର ସନ୍ୟାସି ଦଳପତି ନିଜ ପାଞ୍ଚ ପ୍ରାଣି କୁଟୁମ୍ବକୁ ନେଇ ଭୟରେ ଗାଁ ଛାଡି ଅନ୍ୟତ୍ର ଗାଁ ରେ ନିଜ ପରିବାରକୁ ନେଇ ରହୁଛନ୍ତି। ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଅଡବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ALSO READ: Budhaditya Rajyoga 2024: ଏହି ସବୁ ରାଶିଙ୍କ ଭାଗ୍ୟ ଖୋଲିବ ବୁଦ୍ଧାଦିତ୍ୟ ରାଜଯୋଗ, ରହିଛି ଧନଲାଭର ଯୋଗ!


ମିଳିଥିବା ସୂଚନା ଅନୁଯାୟୀ ଗଜପତି ଜିଲ୍ଲା ଅଡବା ଥାନା ଅର୍ନ୍ତଗତ ଗରଡମା ପଞ୍ଚାୟତର ରାଜଖମା ଗ୍ରାମରେ ଦୁଇ ଝିଅ, ସ୍ତ୍ରୀ ଓ ବୃଦ୍ଧ ବାପା ଙ୍କୁ ନେଇ ସନ୍ୟାସୀ  ଦଳପତି ପୁର୍ବ ପୁରୁଷରୁ ରହିଆସୁଥିଲେ। ଚାଷ ବୃତ୍ତି କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ୨୦୧୪ ମସିହା ରୁ ଚାଷ ଜମି କୁ ନେଇ ଗ୍ରାମର କିଛି ଯୁବକଙ୍କ ସହ ସନ୍ୟାସୀଙ୍କ ଝଗଡ଼ା ହୋଇଥିଲା । ପରବର୍ତ୍ତୀ ସମୟରେ ଗାଁରେ କୌଣସି ପିଲାର ମୃତ୍ୟୁ ଘଟିଲେ । ସନ୍ୟାସୀଙ୍କୁ ଗୁଣିଆ କରିଥିବା ସନ୍ଦେହରେ ବିରୋଧ କରିଆସୁଥିଲେ ଗାଁଲୋକେ । ତେବେ ଗ୍ରାମବାସୀ ଙ୍କ ନିଷ୍ପତି କ୍ରମେ ଗତ ୨୦ ତାରିଖରେ ଗ୍ରାମ ନିକଟସ୍ଥ ଜଙ୍ଗଲରେ ବୈଠକ କରାଯାଇଥିଲା । ଏଥିପାଇଁ ପ୍ରତି ଘର ପିଛା ୨୦୦୦/- ଟଙ୍କା ଚାନ୍ଦା ସଂଗ୍ରହ କରାଯାଇ ଖଟ ବିଦ୍ୟା କରି ଗୁଣିଆକୁ ଧରା ହୋଇଥାନ୍ତା । ହେଲେ ଉକ୍ତ ବୈଠକ କୁ ସନ୍ୟାସୀଙ୍କୁ ଡକାଯାଇଥିଲେ ମଧ୍ୟ ଟଙ୍କା ଦେଇନଥିବା ଯୋଗୁଁ ଭୟରେ ସେ ଯାଇନଥିଲେ। ଫଳରେ ଗ୍ରାମର କିଛି ଯୁବକ ଗୁଣିଗାରେଡ଼ିରେ ସନ୍ୟାସୀ ସମ୍ପୃକ୍ତ ଥିବା କହି ତାଙ୍କ ପରିବାର ଲୋକଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ।


ଯାହା ଫଳରେ ସନ୍ୟାସୀ ଓ ନିଜ ସ୍ତ୍ରୀ ପିଲାଙ୍କ ସହ ନିଜ ବୃଦ୍ଧ ବାପା ଙ୍କୁ ଗାଁରୁ ଆଣି ଅନ୍ୟତ୍ର ସ୍ଥାନରେ ରହୁଥିବା ନେଇ ସନ୍ୟାସୀ ଥାନାରେ ଅଭିଯୋଗ କରିଛନ୍ତି।‌ ଏ ସମ୍ପର୍କରେ ଅଡବା ଥାନାରେ ଲିଖିତ ଅଭିଯୋଗ ହେବାପରେ ମାମଲା ରୁଜୁ ହୋଇଛି । ଉଭୟ ଗୋଷ୍ଠୀଙ୍କୁ ଡାକି ତଦନ୍ତ ଜାରି ରହିଥିବା ସୂଚନା ଦେଇଛନ୍ତି ଅଡବା ଥାନା ଅଧିକାରୀ ସୁଭ୍ରାନ୍ତ କୁମାର ପଣ୍ଡା। ଅନ୍ୟପକ୍ଷରେ ସନ୍ୟାସୀ ଦେଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଗ୍ରାମର ଯୁବଗୋଷ୍ଠୀ।