Odisha News: ଆଜିବି ଅପହଂଚ ସରକାରୀ ଯୋଜନା। ନ ଅଛି ପକ୍କା ଘର ନା ମିଳୁଛି କୌଣସି ଯୋଜନାର ସୁବିଧା।  ଦିର୍ଘ ୨୫ ବର୍ଷ ହେବ ଏକ ଅଭିଶପ୍ତ ଜୀବନ ଜିଇଁବାକୁ ବାଧ୍ୟ ହେଉଛନ୍ତି ନିତ୍ୟାନନ୍ଦଙ୍କ ପରିବାର। ପଲିଥିନର ଏକ କୁଡିଆ ଘରେ ରହୁଥିବା ନିତ୍ୟାନନ୍ଦ ପରିବାରଙ୍କ ପାଇଁ ସରକାରୀ ଯୋଜନା ସାତ ସପନ ପାଲଟିଥିବା ବେଳେ ଦୀର୍ଘ ୨୫ବର୍ଷ ହେବ ଏହିଭଳି ଜୀବନ ଜିଉଁଛନ୍ତି। ଆମେ କହୁଛୁ  ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ପଙ୍କପାଳ ଗ୍ରାମର ନିତ୍ୟାନନ୍ଦ ଓ ପ୍ରତିମା ଓଝାଙ୍କ ପରିବାର କଥା।


COMMERCIAL BREAK
SCROLL TO CONTINUE READING

୧୯୯୯ ମସିହା ମହାବାତ୍ୟାର କରାଳ ରୂପରେ ଉଜୁଡ଼ି ଯାଇଥିବା ଗାଁ ଗଣ୍ଡା ରୂପ ରେଖ ଏବେ ସମ୍ପୂର୍ଣ୍ଣ ବଦଳି ଯାଇଛି। ହେଲେ ମହାବାତ୍ୟାରେ ଭାଙ୍ଗି ଯାଇଥିବା ନିତ୍ୟାନନ୍ଦ ଓ ପ୍ରତିମା ଙ୍କ ତେଲ ଲୁଣ ର ସଂସାର ଦୀର୍ଘ ୨୫ ବର୍ଷ ମଧ୍ୟରେ ବି ଅଣ୍ଟା ସଳଖି ଠିଆ ହୋଇ ପାରୁ ନାହାନ୍ତି।  ୧୯୯୯ ପ୍ରଳୟଙ୍କାରୀ ମହାବାତ୍ୟା ରେ ଧ୍ଵଂସ ବିଧ୍ଵସ୍ତ ହୋଇଥିବା ତାଙ୍କ ଏହି ଭଙ୍ଗା ଘର ଓ ଜରି ପଲିଥିନ ର ଛପର ହୋଇଥିବା ଘର ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି। ସରକାରୀ ଘର ଏମାନଙ୍କ ପାଇଁ ସତେ ଯେମିତି ଦିବା ସ୍ଵପ୍ନ ପାଲଟିଛି। ଦରିଦ୍ରତା ର କଷାଘାତେ ମଧ୍ୟରେ ମୂଲ ଲାଗିଲେ ଏମାନଙ୍କ ଚୁଲି ଜଳୁଥିବା ବେଳେ ଭାଗ୍ୟକୁ ଆଦରି ଏକ ଜରି ପଲିଥିନର ଛପର ହୋଇଥିବା ଭଙ୍ଗା ଘରେ ଚାଲିଛି ଭବିଷ୍ୟତ। 


ଏମିତିକି ବିଜୁଳି ସଂଯୋଗ ଟିକେ ବି ଏମାନଙ୍କ ପାଇଁ ବହୁ ଦୂରରେ। ଦିନର ରୋଷେଇକୁ ସନ୍ଧ୍ୟା ହେଲେ ମହମବତୀର ଝିପି ଝିପି ଆଲୁଅରେ ଖାଇ ସାରି ଶୋଇ ପଡ଼ନ୍ତି ସାରା ପରିବାର। କେବଳ ସରକାର ଙ୍କର ରାସନ ଚାଉଳ ମିଳୁଥିବା ବେଳେ ଘର ଖଣ୍ଡିକ ପାଇଁ ସରକାର ଙ୍କ ଯୋଜନା କୁ ଅପେକ୍ଷା କରିକରି ବର୍ଷ ପରେ ବର୍ଷ ବିତି ଯାଉଥିବା କହିଛନ୍ତି ନିତ୍ୟାନନ୍ଦ ଙ୍କ ପରିବାର। 


କେଉଁଠି ମାଟି କାନ୍ଥ ଫାଟି ଆଁ କଲାଣି ତ କେଉଁଠି ଜରି ଛପର ଚାଳ ପଟେ ଦିନର ଆଲୋକ ଝଲମଲ କରୁଛି । ପରିସ୍ଥିତି ଏଭଳି କି ଏହି ଘରେ କବାଟ ମଧ୍ଯ ଠିକ୍ ସେ ନାହିଁ । ବଢିଲା ଝିଅ ଆଉ ପତ୍ନୀ ସହ ଏହି ଗୋଟିଏ ଘରେ ଜରି ପାଲ ଟାଣି ଦିନ କାଟନ୍ତି ନିତ୍ୟାନନ୍ଦ । ଅର୍ଥ ଅଭାବରୁ ପୁଅ ଝିଅ ଦୁଇଜଣଙ୍କର ପାଠ ଘରେ ଅଧାରୁ ଡୋରି ବାନ୍ଧିବାକୁ ବାଧ୍ୟ ହେଇଛନ୍ତି ଏମାନେ। ଗରିବ ଆଉ ସରଳ ଜୀବନ ଜିଉଁ ଥିବା ଏହି ପରିବାର ର ଅନେକ ଅନୁରୋଧ ସତ୍ବେ ଏପର୍ଯ୍ୟନ୍ତ ପାଇ ପାରି ନାହାଁନ୍ତି ଘର ଖଣ୍ଡିଏ। ଏମାନଙ୍କ ବିଷୟରେ ଅବଗତ ନଥିବା ବିଡିଓ ମହୋଦୟ କହିଛନ୍ତି।