Gajapati News: ଯୁବକକୁ ମାଡ ମାରି ଲହୁଲୁହାଣ କରିବା ପରେ ଯୌନାଙ୍ଗ କାଟିବା ଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟଣାର ପରଦାଫାସ କରିଛି ପୋଲିସ୍।ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ କଟାମା ପଞ୍ଚାୟତର ଜାଡିଙ୍ଗି ଗ୍ରାମର ସିମନ ମାଝୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଏଥିରେ ସଂମୃକ୍ତ ହତ୍ୟାକାରୀ ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଅଡବା ପୋଲିସ୍।ଗିରଫ ଅଭିଯୁକ୍ତମାନେ ହେଲେ ଜାଡିଙ୍ଗି ଗ୍ରାମର ଅରୁଣ ମାଝୀ (29), କରଡ଼ବାଡି ଗ୍ରାମର ଜିରିମିୟ ମାଝୀ (25), ଜିହୁଦା ମାଝୀ (24), ମୈଶକ ମାଝୀ (22) ଓ ନେହୁ ମାଝୀ (21)। ପୂର୍ବ ଶତ୍ରୁତାରୁ ସିମନ ମାଝୀକୁ ହତ୍ୟା କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ହତ୍ୟାକାରୀ ମାନେ ସିମନର ବେକ, ଯୌନାଙ୍ଗ କାଟିଦେବା ସହ ପଥରରେ ଛେଚି ହତ୍ୟା କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

 ଘଟଣା ସ୍ଥଳରୁ ଗୋଟିଏ ଛୁରୀ, ପଥର ଓ ମୋବାଇଲ ଜବତ କରାଯାଇଛି । ଶୁକ୍ରବାର ସନ୍ଧ୍ୟାରେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶୁଭ୍ରାନ୍ତ ପଣ୍ଡା କହିଛନ୍ତି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ ଗତ ୧୯ତାରିଖ ଦିନ ଜାଡିଙ୍ଗି ଗାଁର ଅରୁଣ ମାଝୀ ଓ ସିମନ ମାଝୀ ଗୋଟିଏ ବାଇକ ରେ ଏକ ଶୁଦ୍ଧିକ୍ରିୟା ଭୋଜି ରେ ଯୋଗଦେବା ପାଇଁ ଖାରୀଗୁଡା ଯାଇଥିଲେ l ସେଠାରୁ ଫେରିବା ବେଳେ ଜି୍ରିମିୟ, ଜିହୁଦା, ମୈଶକ ଓ ନେହୁ ହରଭଙ୍ଗୀ ଜଳଭଣ୍ଡାର ରାସ୍ତାରେ ସେମାନଙ୍କୁ ଅଟକାଇ ସିମନ କୁ ଘୋଷାଡ଼ି ନେଇ ପ୍ରଥମେ ପଥରରେ ଛେଚି ଦେଇଥିଲେ । ଏହାପରେ ଏକ ଛୁରୀରେ ସିମନର ବେକ କାଟିଦେବା ସହ ଯୌନାଙ୍ଗ କୁ ମଧ୍ୟ କାଟି ଦେଇଥିଲେ ।ଏହି ସମସ୍ତ ଘଟଣାର ଅରୁଣ ହିଁ ମାଷ୍ଟର ମାଇଣ୍ଡ ଥିବା ତଦନ୍ତରୁ ଜଣା ପଡିଛି ବୋଲି ଥାନା ଅଧିକାରୀ କହିଛନ୍ତି।


ଗୁରୁବାର ସିମନ ନିଖୋଜ ଥିବା ଥାନାରେ ଲିଖିତ ଅଭିଯୋଗ କରିଥିଲେ ମୃତ ସିମନଙ୍କ ଭାଇ ଦମ୍ବୁରୁଧର ମାଝୀ । ଥାନାରେ କେସ ନମ୍ବର 191/23 ରେ ମାମଲା ରୁଜୁ କରାଯିବା ସହ ଦଫା 294, 302, 34 ଆଇପିସି ରେ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ କହିଛନ୍ତି । ସୁଧ ଘରକୁ ଡ଼ାକିନେଇ ଯୋଜନା ବଦ୍ଧ ଭାବେ ରାସ୍ତା ରେ ଯୁବକଙ୍କୁ ମାରିଦେବା ଘଟଣାରେ ପୋଲିସ ଗତକାଲି ହିଁ ମାଷ୍ଟରମାଇଣ୍ଡ ଅରୁଣ ମାଝୀ କୁ ଗିରଫ କରିଥିଲା l କିନ୍ତୁ ଅଡବା ପୋଲିସର ଅଧିକା ତଦନ୍ତ ପରେ ଉକ୍ତ ଘଟଣାରେ କରଡବାଡି ଗ୍ରାମର ର ଆଉ ଚାରି ଅଭିଯୁକ୍ତ ଙ୍କୁ ଗିରଫ କରିଛି ପୋଲିସ l ତେବେ ସିମନଙ୍କୁ କିପରି ହତ୍ୟା କରାଯାଇଥିଲା ତାହାର ସମ୍ପୁର୍ଣ୍ଣ ତଥ୍ୟ ପୋଲିସ ଆଗରେ କହିଥିଲେ କରଡ଼ାବାଡ଼ି ଗ୍ରାମର ଜୀର୍ମୀୟ ମାଝୀ l ଅରୁଣ ଓ ସିମନ ସୁଧ ଘରୁ ଫେରିବା ବାଟରେ ଜଗି ବସିଥିଲେ ଆଉ ଚାରିଜଣ ହତ୍ୟାକାରି l ସିମନ ଙ୍କୁ ବୁରୁଡି ନିକଟ ଜଙ୍ଗଲ ରାସ୍ତା ରେ ପ୍ରଥମେ ମୁଣ୍ଡ କୁ ଆଘାତ କରିବା ସହ ଘୋଷାଡ଼ି ଘୋଷାଡ଼ି ପାହାଡ଼ ତଳେ ଥିବା ହରଭଙ୍ଗୀ ଡ୍ୟାମ ତଳକୁ ନେଇ ସିମନ ର ତଣ୍ଟି କାଟିବା ସହ ପରେ ସିମନ ଉଠିବାକୁ ଚେଷ୍ଟା କଲାରୁ ଯୌନାଙ୍ଗକୁ ବି କାଟି ଫୋପାଡ଼ି ଦେଇଥିଲେ। ତେବେ ଏହି ଘଟଣା ରେ ଆଗରୁ ପୂର୍ବ ଶତ୍ରୁତା ଥିବାରୁ ଏଭଳି ହତ୍ୟା କାଣ୍ଡ ଘଟିଥିବା ପୋଲିସ ସୂତ୍ରରୁ ଜଣା ପଡିଛି ।


Also Read: ଖଲ୍ଲିକୋଟରେ ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ୫୦ ଛେଳି