Fireball Game: ଦୀପାବଳିରେ ନିଆରା ଅଗ୍ନିପେଣ୍ଡୁ ଖେଳ ପରମ୍ପରା।ସୁତୁଲି , ଅଖା ବସ୍ତାରେ ତିଆରି ଏକ ଫୁଟବଲକୁ ନିଆଁ ଲଗାଇ ଫୁଟବଲ ଖେଳର ତରିକାରେ ଏହି ଖେଳ ପଡିଆରେ ଖେଳାଯାଏ । ଦୀର୍ଘ ୪୦ବର୍ଷ ହେବ ଏଭଳି ଏକ ପରମ୍ପରାକୁ ନେଇ ଦୀପାବଳି ସଂଧ୍ୟାରେ ରେଢାଖୋଲରେ ଏହି ଅଗ୍ନି ପେଣ୍ଡୁ ଖେଳ ଖେଳାଯାଉଛି। ସମ୍ପୁର୍ଣ୍ଣ ସତର୍କତା, ସୁରକ୍ଷିତ ଓ ନିୟମ ଅନୁଯାୟୀ ଖେଳା ଯାଇଥାଏ ଏହି ଖେଳ, ଏପରି ଏକ ଦୁଃସାହସିକ ଖେଳ ଖେଳିବାର ମୁଖ୍ୟ ଉଦ୍ୟେଶ୍ୟ ହେଲା ମନରୁ ଭୟ ଦୂର ହେବ। ଏହି ଖେଳଟି ସମ୍ପୁର୍ଣ ଫୁଟବଲ ଖେଳଠୁ ଅଲଗା , କୌତୁହଳ ଓ ନିଆରା। ସାଧାରଣ ଫୁଟବଲ ଯାଗାରେ ଏଠାରେ ରହିଛି ସ୍ବତନ୍ତ୍ର ପଦ୍ଧତିରେ ତିଆରି ହୋଇଥିବା ଫୁଟବଲ। ଦୀପାବଳି ସଂଧ୍ୟାରେ ରେଢାଖୋଲର ଯଦୁମଣିପାଟଣାରେ ଖେଳନ୍ତି ଏହି ଅଗ୍ନିପେଣ୍ଡୁ ଖେଳ ।


COMMERCIAL BREAK
SCROLL TO CONTINUE READING

ସ୍ଥାନୀୟ ଭୀମଭୋଇ ମିନି ଷ୍ଟାଡିୟମରେ ଦୀପାବଳି ସଂଧ୍ୟାରେ ଯିଏ ଯେଉଁଠି ଥିଲେ ମଧ୍ୟ ଠିକ ସମୟରେ ପହଂଚି ଯାଆନ୍ତି ସମସ୍ତେ । ସାହି ମୁଖିଆ ଅଗ୍ନିପେଣ୍ଡୁକୁ ପଡିଆ ମଝିରେ ରଖି ପୂଜାର୍ଚ୍ଚନା କଲାପରେ ପେଣ୍ଡୁରେ ନିଆଁ ଲଗାଇଥାନ୍ତି । ତାପରେ ପେଣ୍ଡୁକୁ ଖେଳାଳି ମାନଙ୍କୁ ଦେଇଥାନ୍ତି । ପୂର୍ବରୁ ତାଲିମ ନେଇଥିବା ଛୋଟ ପିଲା ଠୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଖେଳ ଖେଳିଥାନ୍ତି । ଖେଳିବା ବେଳେ ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରାଯାଏ, ପଡିଆରେ ବାଲି,ପାଣି,କମ୍ବଳ , ଔଷଧ ରଖାଯାଇଥାଏ। ନିଆଁ ଦାଉରୁ ନିଜକୁ ରକ୍ଷାକରିବା ଓ ନିଆଁ ର ଭୟ ମନରୁ ଯିବା ପାଇଁ ଏହା ଖେଳା ଯାଉଛି ବୋଲି କୁହାଯାଏ l


ଆଜିକୁ ପ୍ରାୟ ୪୦ ବର୍ଷ ହେବ ଏହି ପରମ୍ପରା ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଅଂଚଳର ଯଦୁମଣି ପାଟଣା ଗାଁ ରେ ଚାଲିଛି । ଦୀପାବଳି ଦିନ ପୂର୍ବରୁ ଅଖାବସ୍ତା କୁ ସୁତୁଲିରେ ବନ୍ଧାଯାଏ । ବଲଟି ପ୍ରସ୍ତୁତ ହେଲାପରେ କିରୋସିନିରେ ବୁଡାଇ ରଖାଯାଏ । ଦିପାବଳୀ ସଂଧ୍ୟାରେ ପଡ଼ିଆରେ ପୂଜା କରାଯାଇ ଖେଳାଯାଏ । ଏହି ଖେଳ ଖେଳିବା ପାଇଁ ବର୍ଷସାରା ଅପେକ୍ଷାରେ ଥାନ୍ତି ଖେଳାଳି , ଠିକ ସେମିତି ଦର୍ଶକ ମଧ୍ୟ ପଡିଆରେ ଦେଖିବା ପାଇଁ ଅପକ୍ଷା କରିଥାନ୍ତି ଦିପାବଳୀରେ ଅଗ୍ନିପେଣ୍ଡୁ ଖେଳ| ଏହି ଖେଳ ଦେଖିବାକୁ ବିଭିନ୍ନ ଅଂଚଳରୁ ଦର୍ଶକ ମଧ୍ୟ ଆସନ୍ତି।


ସମ୍ପୂର୍ଣ ଭାଇଚାରାର ଏହି ଖେଳ ଦେଖିବାରେ କୌତୁହଳ ରହିଛି ଗୋଲ ହେଲେ ମଜା ଲାଗେ ଆଜି ପର୍ଯ୍ୟନ୍ତ କୌଣସି ଅଘଟଣ ଘଟିନାହିଁ ଖେଳର ନିତି ନିୟମ ମାନି ଛୋଟରୁ ବଡ ସମସ୍ତେ ଖେଳନ୍ତି । ବଲ ଉପରକୁ ଉଠିବ ନାହିଁ , ଦେହକୁ ବାଜିବ ନାହିଁ, ଯଦୁମଣି ପାଟଣା ସ୍ଥିତ ମିନିଷ୍ଟାଡିୟମରେ ଏହି ଖେଳ ହୋଇଥାଏ । ଛୋଟପିଲା ମଧ୍ୟ ନିଜର ସାହାସ ପାଇଁ ଏହି ଖେଳର ମଜା ନେଇଥାନ୍ତି । ଆଜି ପର୍ଯ୍ୟନ୍ତ କୌଣସି ଅଘଟଣ ହୋଇନି ବୋଲି କୁହନ୍ତି ଖେଳାଳି ଓ ସ୍ଥାନୀୟ ପିଲାମାନେ l


Also Read: World Cup 2023: IND-NZ ମ୍ୟାଚରେ ଟସ୍ ଉପରେ ସମସ୍ତଙ୍କ ନଜର, ଯିଏ ଜିତିବ ଟସ୍ ସିଏ ମାରିବ ବାଜି !