Crime News: (ଅଭୟ ମହାନ୍ତି) ସାମାନ୍ୟ ଜମି ବିବାଦକୁ ନେଇ ଗୋଟିଏ ମା' ପେଟରୁ ଜନ୍ମ ହୋଇଥିବା ବଡ଼ ଭାଇକୁ ହତ୍ୟା କଲା ସାନ ଭାଇ। ବଡ ଭାଇ ଭାଉଜ ଜମିରେ କାମ କରୁଥିବା ବେଳେ ଦୁର୍ଦ୍ଦାନ୍ତ ସାନ ଭାଇ ଭାଉଜକୁ ମାଡ ମାରି ତଳେ ପକେଇ ବିଷ ପିଆଇ ଦେବାରୁ ତାକୁ ବିରୋଧ କରିବାରୁ ବଡ ଭାଇ ସାନ ଭାଇ ତାଙ୍କ ପୁଅ ଓ ସ୍ତ୍ରୀ ସହିତ ମଶି ବଡ଼ ଭାଇର ତଣ୍ଟିକୁ କାଟିଦେଇ ଥିଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ଆସିକା ଥାନା ଅନ୍ତର୍ଗତ ଖଣ୍ଡଦେଉଳି ପଞ୍ଚାୟତ ସମେଇ ଗୁଡ଼ା ଗ୍ରାମରେ। ଘଟଣାଟି ଘଟିଛି କେ. ଭରତ ପଲ୍ଲୀ ଓ ସମେଇ ଗୁଡ଼ାର ରାସ୍ତା ଠାରୁ ଅନିତ ଦୂରରେ ଥିବା ଜମି ଭିତରେ।


COMMERCIAL BREAK
SCROLL TO CONTINUE READING

ରକ୍ତର ସମ୍ପର୍କ ଯେ ସମ୍ପତ୍ତି ପାଇଁ ଜୀବନ ନେଇଯିବ ଏକଥା ବିଶ୍ୱାସ କରି ପାରୁନାହାଁନ୍ତି ଗାଁ ଲୋକେ। ଗତ କିଛି ମାସ ହେଲା ମୃତ ରାଜୁ ପାତ୍ରଙ୍କୁ ମିଶେଇ ଚାରି ଭାଇଙ୍କ ଜମି କେ. ଭରତ ପଲ୍ଲୀ ଠାରେ ରହି ଥିଲା।ଉକ୍ତ ଜମିର ଭାଇ ଭାଗ ବଣ୍ଟା ପରଠୁ ବଡ ଭାଇ ରାଜୁ ପାତ୍ର ସହ ସାନ ଭାଇ ଭୋବିନି ପାତ୍ର ସହ ତିକ୍ତତା ଲାଗି ରହିଥିଲା। ବିଶେଷ କରି ଜମିରେ ପାଣି ମଡାକୁ କେନ୍ଦ୍ର କରି ବଚସା ହୋଇଥଲା। ପୂର୍ବ ପ୍ରସ୍ତୁତି ପ୍ରକାର ସାନ ଭାଇ ଭୋବିନି ତାଙ୍କ ପୁଅ ପପୁନ ପାତ୍ର ଓ ତାଙ୍କ ସ୍ତ୍ରୀ ମିଶି ଏହି ହତ୍ୟା କାଣ୍ଡ ଘଟାଇଛନ୍ତି।


ସମ୍ପତ୍ତି ରହିକି ଲାଭ କଣ। ଯୋଉଠି ସମ୍ପତ୍ତି ପାଇଁ ଭାଇ ଭାଇ ମଧ୍ୟରେ ତିକ୍ତତା ବଢୁଛି। ହଜି ଯାଇଛି ସେ ମାନବିକତା, ଏବେ ଆଉ ସେ ଯୁଗର ଲକ୍ଷ୍ମଣ ନାହାନ୍ତି ଯିଏ ଭାଇକୁ ସୁରକ୍ଷା ଦେବ। ବଦଳି ଯାଇଛି ଲୋକଙ୍କ ମାନସିକତା, ଧନ ଆଗରେ ଭୁଲି ଯାଉଛନ୍ତି ରକ୍ତର ସମ୍ପର୍କ।