IAS Anu Garg: ଓଡ଼ିଶା କ୍ୟାଡରର ବରିଷ୍ଠ ଆଇଏଏସ୍ ଅଧିକାରୀ ଅନୁ ଗର୍ଗଙ୍କୁ କେନ୍ଦ୍ର ସରକାରଙ୍କ ସଚିବ ପଦବୀରେ ଅବସ୍ଥାପିତ କରାଯାଇଛି। ସୂଚନାନୁସାରେ, କ୍ୟାବିନେଟର ନିଯୁକ୍ତି କମିଟି ଅନୁ ଗର୍ଗ ଏବଂ ଆଉ ଜଣେ ଆଇଏଏସ ଚନ୍ଦ୍ର ଶେଖର କୁମାରଙ୍କ ସମେତ ୭ ଜଣ ଆଇଏଏସ୍ ଅଧିକାରୀଙ୍କ ସଚିବ କିମ୍ବା ସଚିବ-ସମାନ ସ୍ତରରେ କେନ୍ଦ୍ରରେ ପଦବୀ ପାଇଁ ଅନୁମୋଦନ କରିଛନ୍ତି। ବରିଷ୍ଠ ଆଇଏଏସ ଅଧିକାରୀ ଅନୁ ଗର୍ଗ ଓଡି଼ଶା କ୍ୟାଡରର ୧୯୯୧-ବ୍ୟାଚର IAS ଅଧିକାରୀ ହୋଇଥିବାବେଳେ ଚନ୍ଦ୍ର ଶେଖର କୁମାର ୧୯୯୨-ବ୍ୟାଚ୍ ର IAS ଅଧିକାରୀ ଅଟନ୍ତି । ଗର୍ଗ ବର୍ତ୍ତମାନ ଓଡି଼ଶାର ବିକାଶ କମିଶନର ତଥା ଅତିରିକ୍ତ ମୁଖ୍ୟ ସଚିବ, ଜଳ ସମ୍ପଦ ବିଭାଗରେ ଦାୟିତ୍ୱ ନିର୍ବାହ କରିଥିବା ବେଳେ  ବର୍ତ୍ତମାନ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି।


COMMERCIAL BREAK
SCROLL TO CONTINUE READING

ସୂଚନାଯୋଗ୍ୟ, ଗତକାଲି ରାଜ୍ୟ ସରକାର ରାଜ୍ୟକୁ ନୂଆ ମୁଖ୍ୟ ଶାସନ ସଚିବ(New Chief Secretary) ଦେଇଛନ୍ତି। ମନୋଜ ଆହୁଜା ହୋଇଛନ୍ତି ରାଜ୍ୟର ନୂଆ ଶାସନ ସଚିବ । ମୂଳତଃ ପଞ୍ଜାବ ନିବାସୀ ତଥା ଓଡ଼ିଶା କ୍ୟାଡରର ୧୯୯୦ ବ୍ୟାଚର ଏହି ବରିଷ୍ଠ ଆଇଏଏସ୍‌ଙ୍କୁ ନିକଟରେ କେନ୍ଦ୍ରୀୟ ଡେପୁଟେସନରୁ ଓଡ଼ିଶା କ୍ୟାଡରକୁ ଫେରାଯାଇଥିଲା । ଏବେ ମୁଖ୍ୟ ଶାସନ ସଚିବ ଥିବା ପ୍ରଦୀପ ଜେନାଙ୍କୁ ଆସନ୍ତା ଜୁଲାଇ ୩୦ ତାରିଖ ଅର୍ଥାତ୍ ଆସନ୍ତାକାଲି ଅବସର ଲାଗି ସରକାର ଅନୁମତି ଦେଇଛନ୍ତି । ତା ପୂର୍ବରୁ ରାଜ୍ୟର ନୂଆ ସରକାରରେ ନୂଆ ମୁଖ୍ୟ ଶାସନ ସଚିବ କିଏ ହେବେ, ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ଶେଷରେ ମନୋଜଙ୍କ ନାଁରେ ମୋହର ମାରିଛନ୍ତି ରାଜ୍ୟ ସରକାର । ଆଉ ମନୋଜ ଆହୁଜା ହେବାକୁ ଯାଉଛନ୍ତି ରାଜ୍ୟର ୪୫ତମ ମୁଖ୍ୟ ଶାସନ ସଚିବ ।



ଏକାଧିକ ଡିଗ୍ରୀଧାରୀ, ବିଦେଶରେ ଉଚ୍ଚ ଶିକ୍ଷିତ, ଶୃଙ୍ଖଳିତ କାର୍ଯ୍ୟଶୈଳୀ, କଠୋର ପରିସ୍ଥିତିରେ କାମ କରିବା କୌଶଳ ଏବଂ କେନ୍ଦ୍ର ଓ ରାଜ୍ୟ ପ୍ରଶାସନିକ ସେବାରେ ଦୀର୍ଘ ଅନୁଭୂତି ପାଇଁ ତାଙ୍କ ଭଳି ଜଣେ ଦକ୍ଷ ଓ ଅଭିଜ୍ଞ ଆଇଏଏସଙ୍କୁ ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ମିଳିଥିବା କୁହାଯାଉଛି । ଶ୍ରୀ ମନୋଜ ଆହୁଜା (Manoj Ahuja) ୨୦୧୭ରେ ଓଡ଼ିଶାରୁ କେନ୍ଦ୍ରକୁ ଡେପୁଟେସନରେ ଯିବା ପୂର୍ବରୁ ରାଜ୍ୟ ପ୍ରଶାସନିକ ସେବାରେ ମଧ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଥିଲେ । ସମବାୟ ବିଭାଗର ପ୍ରମୁଖ ସଚିବ, ବାଣିଜ୍ୟ କର କମିଶନର, କ୍ରୀଡ଼ା ଓ ଯୁବ ବ୍ୟାପାର ସଚିବ, ଖଣି ଓ ଇସ୍ପାତ ସଚିବ, ଖାଦ୍ୟ ଓ ଯୋଗାଣ ବିଭାଗ ସଚିବ ରହିଥିଲେ ମନୋଜ ।


Also Read: Govt Survey: ଚକିତ କଲା ସର୍ଭେ, ଦେଶରେ ୮୦ ପ୍ରତିଶତ ଜନସ୍ୱାସ୍ଥ୍ୟ କେନ୍ଦ୍ର ବିପର୍ଯ୍ୟସ୍ତ


Also Read: Anant-Radhika Wedding: ନିଜର ବିବାହ ପୂର୍ବରୁ ଏହି ଖାସ୍ ଯୋଡିଙ୍କ ବିବାହ କରାଉଛନ୍ତି ଅନନ୍ତ-ରାଧିକା