Ambulance​ Accident: ରୋଗୀ ଛାଡ଼ି ଫେରିବା ବାଟରେ ଦୁର୍ଘଟଣାଗ୍ରସ୍ତ ହେଲା ଆମ୍ବୁଲାନ୍ସ । ନବରଙ୍ଗପୁର (Nabarangpur) ଜିଲ୍ଲା ଝରିଗାଁ-ଉମରକୋଟ (Jharigam Umerkot) ମୁଖ୍ୟ ରାସ୍ତା ବାଞ୍ଜିଆମ୍ବା ନିକଟରେ ଘଟିଛି ଏହି ଅଘଟଣ । ଦୁର୍ଘଟଣା ପରେ ଦୀର୍ଘ ୨ ଘଣ୍ଟା ଘରି ଆମ୍ବୁଲାନ୍ସରେ ଚାପି ହୋଇ ରହିଥିଲେ ଡ୍ରାଇଭର । ଅଗ୍ନିଶମ ବାହିନୀ (Fire Brigade) ଘଟଣାସ୍ଥଳରେ ପହଁଞ୍ଚି ଡ୍ରାଇଭରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ଝରିଗାଁ ଚକଲାପଦର ଗ୍ରାମର ଜଣେ ରୋଗୀଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ (Umerkot Hospital) କେନ୍ଦ୍ରକୁ ଛାଡିବାକୁ ଯାଇଥିଲା ଏକ ଆମ୍ବୁଲାନ୍ସ (Ambulance) । ରୋଗୀଙ୍କୁ ଛାଡ଼ି ମେଡିକାଲ ଫେରିବା ବାଟରେ ବାଞ୍ଜିଆମ୍ବ ଗାଁ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇ ୫ ଫୁଟ ତଳେ ଥିବା ଧାନ ଜମିରେ ଓଲଟି ପଡିଥିଲା ଆମ୍ବୁଲାନ୍ସ । ଫଳରେ ଷ୍ଟିଅରିଂ ଓ ସିଟ୍ ମଝିରେ ଚାପି ହୋଇ ଗୁରୁତର ହୋଇଥିଲା ଡ୍ରାଇଭର । ଏହି ଦୁର୍ଘଟଣାରେ (Accident) ଆମ୍ବୁଲାନ୍ସର ସାମ୍ମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି । ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଡ୍ରାଇଭରଙ୍କୁ ଉଦ୍ଧାର କରି ପ୍ରଥମେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ (Nabarangpur Capital Hospital) ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣାରେ ଡ୍ରାଇଭରଙ୍କ ବାମ ଗୋଡ ଭାଙ୍ଗି ଯାଇଥିବା ବେଳେ ମୁହଁରେ ଆଘାତ ଲାଗିଛି ।


ସେହିପରି, ଶୁକ୍ରବାର ଦିନ ବିଳମ୍ବିତ ରାତିରେ ଗଜପତି ଜିଲ୍ଲା (Gajapati) ହିକିରୁକୁପା ଗାଁ ନିକଟରେ ଦୁର୍ଘଟଣାଗସ୍ତ ହୋଇଥିଲା ଯାତ୍ରୀବାହୀ ବସ । ବ୍ରହ୍ମପୁରରୁ ଇନ୍ଦ୍ରାବତୀ ଯାଉଥିବା ଆର.ବି. କୋଚ୍ ନାମକ ଏକ ଘରୋଇ ବସ ହିକିରିକୁପା ଗାଁ (Hikirikupa village) ନିକଟ ବୁଲାଣିଆ ରାସ୍ତାରେ ଭାରସାମ୍ୟ ହରାଇ ତଳକୁ ଖସିପଡ଼ିଥିଲା । ବସରେ ଥିବା ୩୦ରୁ ଉର୍ଦ୍ଧ୍ବ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି । ଖବର ପାଇ ମୋହନା ପୋଲିସ (Mohana Police Station) ଓ ଅଗ୍ନିଶମ ବାହିନୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରି ଅନ୍ୟ ବସ୍ ସହାୟତାରେ ସୋମାନଙ୍କୁ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ପଠାଇଥିଲା । ବସର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୁର୍ଘଟଣା ହୋଇଥିବା ବସ୍ ଡ୍ରାଇଭର କହିଛନ୍ତି ।


ପ୍ରକାଶ ଥାଉ କି, ବୁଧବାର ଦିନ ନବରଙ୍ଗପୁର (Nabarangpur) ଜିଲ୍ଲା ଚନ୍ଦାହାଣ୍ତି ଘାଟି (Chandahandi Ghati) ଏକ ସ୍କୁଲ ବସଟି (School bus) ଦୁର୍ଘଟଣାଗସ୍ତ ହୋଇଥିଲା । ଏଥିରେ ୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଥିବା ବେଳେ ଖେଳ ଶିକ୍ଷକଙ୍କ ମୃତ୍ୟୁ ହୋଇଥିଲା । ଜିଲ୍ଲା ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଯୋଗ ଦେବା ନେଇ ଉମରକୋଟରୁ (Umarkot) ବିଭିନ୍ନ ସ୍କୁଲ୍‌ ଛାତ୍ରଛାତ୍ରୀ ଓ ଖେଳ ଶିକ୍ଷକଙ୍କୁ ନେଇ ବସଟି ଚନ୍ଦାହାଣ୍ତି ଯାଉଥିଲା । ଠିକ୍ ଏତିକି ବେଳେ ଚନ୍ଦାହାଣ୍ତି ଘାଟିରେ (Chandahandi Ghati) ହଠାତ୍ ଭାରସାମ୍ୟ ହରାଇ ବସଟି ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣାରେ ୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଥିବା ବେଳେ ଖେଳ ଶିକ୍ଷକଙ୍କ ମୃତ୍ୟୁ ଘଟିଥିଲା  । ମୃତକଙ୍କ ନାମ ପ୍ରଭାତ ଜେନା ବୋଲି ଜଣାପଡ଼ିଛି ।