Accident News: ଭୁବନେଶ୍ୱର ପଟିଆ ଛକ ସ୍ଥିତ ଏକ ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ। ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପ୍ରକ୍ରିୟା ଜାରି ରଖିଛି।ଏହି ଅଗ୍ନିକାଣ୍ଡ କେଉଁ କାରଣ ପାଇଁ ଘଟିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି।



COMMERCIAL BREAK
SCROLL TO CONTINUE READING

ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଏଥିରେ କେତେ କ'ଣ କ୍ଷତିଗ୍ରସ୍ତ ହୋଇଛି ତାହାର କୌଣସି ସୂଚନା ଏଯାଏଁ ମିଳିପାରି ନାହିଁ। ହୁତୁହୁତୁ ହୋଇ ଆପାର୍ଟମେଣ୍ଟଟି ଜଳୁଥିବା ଦେଖିବାକୁ ମିଳିଛି। ପଟିଆ ଛକର ଏଖ ଆପାର୍ଟମେଣ୍ଟର ୭ମ ମହଲାରେ ଲାଗିଛି ଏହି ନିଆଁ ।