ଶ୍ରାବଣ ସୋମବାରରେ ପୁଣି ଅଘଟଣ: ଦୁଇ କାଉଡିଆଙ୍କ ଉପରକୁ ମାଡ଼ିଗଲା କାର, ୧୦ରୁ ଅଧିକ ଆହତ
Road Accident: ଗତ ସୋମବାର ଦିନ ମଧ୍ଯ ଏପରି ଅଘଟଣର ଚିତ୍ର ସାମ୍ନାକୁ ଆସିଥିଲା । ବାଲେଶ୍ୱର ଜିଲ୍ଲା ବରଦା ପଞ୍ଚାୟତ ସାଳନ୍ଦୀ ନଦୀରେ କାଉଡିଆମାନେ ମହାଦେବଙ୍କୁ ଜଳଲାଗି ପାଇଁ ନଦୀରେ ବୁଡ଼ ପକାଉଥିଲେ ୩ ଜଣ କାଉଡ଼ିଆ ସାଳନ୍ଦୀ ନଦୀରେ (Salandi River) ଭାସି ଯାଇଥିଲେ । ଜଣେ କାଉଡ଼ିଆଙ୍କୁ ତୁରନ୍ତ ଉଦ୍ଧାର କରାଯାଇଥିବା ବେଳେ ତା’ପର ଦିନ ଅର୍ଥାତ୍ ମଙ୍ଗଳବାର ଦିନ ଅନ୍ୟ ଦୁଇ କାଉଡିଆଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।
Brahmapur Road Accident: ପୁଣି ଶ୍ରାବଣ ସୋମବାରରେ ସାମ୍ନାକୁ ଆସିଲା ଅଘଟଣର ଚିତ୍ର । ଗଞ୍ଜାମ (Brahmapur) ଜିଲ୍ଲା କୋଟିନଡା ଥାନା ଭେଜିପୁଟ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା (Road Accident) । ଏହି ଦୁର୍ଘଟଣାରେ ଦୁଇ କାଉଡିଆଙ୍କ ମୃତ୍ଯୁ ହୋଇଥିବା ବେଳେ ୧୦ରୁ ଅଧିକ ଜଣ ଆହତ ହୋଇଥିବା ଜଣାପଡ଼ିଛି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, ପୁଣି ଶ୍ରାବଣ ସୋମବାରରେ ସାମ୍ନାକୁ ଆସିଛି ଦୁଃଖଦ ଖବର । ଗୋଟେ ପଟେ ଜଳାଭିଷେକ ଲାଗି ରାଜ୍ୟର ସମସ୍ତ ଶିବାଳୟରେ ଭିଡ଼ ଲାଗିଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ସାମ୍ନାକୁ ଆସିଛି ଅଘଟଣର ଚିତ୍ର । ଆସିକାରୁ (Asika) ଋଷିକୂଲ୍ୟା ନଦୀରୁ (rushikulya river) ଅରଖପୁର ତାଡକେଶ୍ୱର ଶିବ ପୀଠକୁ ପାଣିଭାର ନେଇ ଯାଉଥିବା ବେଳେ ଭେଜିପୁଟ ନିକଟରେ ଦୁଇ କାଉଡିଆଙ୍କୁ ପଛପଟୁ ଏକ କାରଟି ଧକ୍କା ଦେଇଥିଲା । ଫଳରେ ଏହି ଦୁର୍ଘଟଣାରେ ଦୁଇ କାଉଡିଆଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି । ମୃତକଙ୍କ ନାଁ ଅନିତା ଜେନା ଓ ମୁକୁନା ବେହେରା ବୋଲି ଜଣାପଡ଼ିଛି । ଅନିତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଏମକେସିଜିରେ ମୁକୁନାଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ପରେ ଅବସ୍ଥା ଗୁରୁତର ହେବାରୁ ସମସ୍ତଙ୍କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ (MKCG Medical College And Hospital) ସ୍ଥାନାନ୍ତରିତ କରାଯାଇ ସେଠାରେ ଚିକିତ୍ସା କରାଯାଉଛି । ଜଣେ ଗୁରୁତରଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସମସ୍ତଙ୍କ ଘର ଅରଖପୁର ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣା ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।
ପ୍ରକାଶ ଥାଉ କି, ଗତ ସୋମବାର ଦିନ ମଧ୍ଯ ଏପରି ଅଘଟଣର ଚିତ୍ର ସାମ୍ନାକୁ ଆସିଥିଲା । ବାଲେଶ୍ୱର ଜିଲ୍ଲା ବରଦା ପଞ୍ଚାୟତ ସାଳନ୍ଦୀ ନଦୀରେ କାଉଡିଆମାନେ ମହାଦେବଙ୍କୁ ଜଳଲାଗି ପାଇଁ ନଦୀରେ ବୁଡ଼ ପକାଉଥିଲେ ୩ ଜଣ କାଉଡ଼ିଆ ସାଳନ୍ଦୀ ନଦୀରେ (Salandi River) ଭାସି ଯାଇଥିଲେ । ଜଣେ କାଉଡ଼ିଆଙ୍କୁ ତୁରନ୍ତ ଉଦ୍ଧାର କରାଯାଇଥିବା ବେଳେ ତା’ପର ଦିନ ଅର୍ଥାତ୍ ମଙ୍ଗଳବାର ଦିନ ଅନ୍ୟ ଦୁଇ କାଉଡିଆଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ସେହିପରି ଶ୍ରାବଣ ମାସ ଦ୍ବିତୀୟ ସୋମବାର ଦିନ ମଧ୍ଯ ଏଭଳି ଅଘଟଣ ଘଟିଥିଲା । ଜଳଲାଗି ନେଇ କେତେକେଶ୍ବର ଘାଟରେ ପାଣି ଉଠାଇବା ସମୟରେ ୨ ଜଣ କାଉଡ଼ିଆ ଭାସିଯାଇଥିଲେ ।
ଅନ୍ୟପଟେ ଗତ ଜୁଲାଇ ମାସରେ ଦୁଇଟି ଗାଡ଼ିରେ କେନ୍ଦ୍ରାପଡ଼ାର (kendrapara) କିଛି ଯୁବକ ମୂର୍ଗା ମହାଦେବଙ୍କ ନିକଟକୁ ଜଳଲାଗି ପାଇଁ ଯାଉଥିବା ବେଳେ ଘଟିଥିଲା ଅଘଟଣ । ଏହି ସମୟରେ ଘଷିପୁରା ଥାନା ଅନ୍ତର୍ଗତ ୨୦ ନଂ ଜାତୀୟ ରାଜପଥ ହୋହିରା ନିକଟରେ ଟାଟା ମାସ୍କିମା ଗାଡ଼ିଟି ଭାରସାମ୍ୟ ହରାଇ ହଠାତ୍ ଓଲଟି ପଡ଼ିଥିଲା । ଫଳରେ ଭ୍ୟାନରେ ଥିବା ୧୨ ଜଣ କାଉଡି଼ଆ ଆହତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିଲା । ଅନ୍ୟପଟେ ଶ୍ରାବଣ ମାସର ପ୍ରଥମ ସୋମବାର ଦିନ ଦେବଗଡ଼ ଝାଡ଼େଶ୍ବର ମନ୍ଦିର ପରିସରରେ ଜଣେ କାଉଡ଼ିଆଙ୍କ ମୃତ୍ୟୁ ହୋଇଥିଲା । ମୃତ କାଉଡ଼ିଆଙ୍କ ନାମ ବିଭୂତି ବେହେରା ଅଟେ । ବିଭୁତି ନିଜ ଅଞ୍ଚଳରୁ ପାଣି ଉଠାଇ ଝାଡ଼େଶ୍ବର ମନ୍ଦିରରେ ଜଳ ଲାଗି କରିବାକୁ ଆସିଥିଲେ । ରାତିରେ ଝାଡ଼େଶ୍ବର ମନ୍ଦିରରେ ପହଁଞ୍ଚିବା ପରେ ସେଠାରେ ସେ ଶୋଇଯାଇଥିଲେ । ସକାଳେ ତାଙ୍କ ସାଥୀମାନେ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ ଆଉ ଉଠି ନଥିଲେ । ଏହା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ନିଆଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।