Odisha News: କେନ୍ଦୁଝର ସରକାରୀ ଡ଼ିଗ୍ରୀ ଇଞ୍ଜିନିୟରିଙ୍ଗ୍ କଲେଜରେ ରାଗିଂ ଅଭିଯୋଗ, ସିନିୟରଙ୍କ ମାଡରେ ଛାତ୍ର ଗୁରୁତର
Odisha News: କେନ୍ଦୁଝର ସରକାରୀ ଡ଼ିଗ୍ରୀ ଇଞ୍ଜିନିୟରିଙ୍ଗ୍ କଲେଜରେ ରାଗିଂ ଅଭିଯୋଗ । ସିନିୟର୍ ପିଲାଙ୍କ ମାଡ଼ରେ ଦ୍ବିତିୟ ବର୍ଷ ମାଇନିଂ ଛାତ୍ର ବିଶ୍ୱଜିତ ବେହେରା ଗୁରୁତର।
Odisha News: କେନ୍ଦୁଝର ସରକାରୀ ଡ଼ିଗ୍ରୀ ଇଞ୍ଜିନିୟରିଙ୍ଗ୍ କଲେଜରେ ରାଗିଂ ଅଭିଯୋଗ । ସିନିୟର୍ ପିଲାଙ୍କ ମାଡ଼ରେ ଦ୍ବିତିୟ ବର୍ଷ ମାଇନିଂ ଛାତ୍ର ବିଶ୍ୱଜିତ ବେହେରା ଗୁରୁତର। ରାତି ଅଧରେ ୫ ଜଣ ସିନିଅର ଛାତ୍ର ମୋହିତ ପାତ୍ର , ସାଫଲ୍ୟ ମଲ୍ଲୀକ , କୁସୁମ ଦାସଦା , ବାବୁ ଦାଶ ଓ ଶେଖର ହଷ୍ଟେଲ କବାଟ ଭାଙ୍ଗି ପଶି ଲୁହାରଡ଼ ଏବଂ ବାଡ଼ିରେ ପିଟିଥିଲେ। ଫଳରେ ବିଶ୍ଵଜିତ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ବିଶ୍ଵଜିତଙ୍କ ବାପା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ବିଶ୍ୱଜିତଙ୍କୁ ପୂର୍ବରୁ ଏହି ୫ ଜଣ ସିନିଅର ଛାତ୍ର ରାଗିଂ କରିଥିବା ନେଇ ତାଙ୍କ ବାପା କଲେଜ ରେ ଅଭିଯୋଗ କରିଥିଲେ। ହେଲେ କଲେଜ କଲେଜ କର୍ତୁପକ୍ଷ କୌଣସି ପଦକ୍ଷେପ ନେବା ବଦଳରେ ସେମାନଙ୍କୁ ଚେତାବନୀ ଦେଇ ଛାଡ଼ି ଦେଇଥିଲେ । କଲେଜ କର୍ତୃପକ୍ଷଙ୍କ ନିରବତା ପାଇଁ ଆଜି ଏପରି ଏକ ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି।
ALSO READ: Viral Video: ନଦୀ ବନ୍ଧ ତଳୁ ଭାଇରାଲ୍ ହେଲା ନୂଆ ଭାଉଜଙ୍କ ଏହି ଭିଡିଓ, ଦେଖନ୍ତୁ
ALSO READ: lipi Mohapatra Video: ତମ ପାଇଁ ସାଥୀ ତମ ପାଇଁ....ଗୀତରେ ଝୁମିଲେ ଅଭିନେତ୍ରୀ ଲିପି,ଦେଖନ୍ତୁ