କଟକ: ସିଲଭର ସିଟିରେ ଦୂର୍ଗାପୂଜା ଉପଲକ୍ଷେ ଭିଡ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯିବା ସହ ଜନସାଧାରଣଙ୍କ ପାଇଁ ସୂଚନା ଜାରି କରାଯାଇଛି । ଯାନବାହାନର ସୁନିୟନ୍ତ୍ରିତ ଚଳାଚଳ ତଥା ଜନସାଧାରଣ ଓ ପଥଚାରୀଙ୍କ ସୁବିଧା ଉଦ୍ଦେଶ୍ୟରେ ଓଡ଼ିଶା ଅର୍ବାନ୍ ପୁଲିସ ଆକ୍ଟ ୨୦୦୩ ଧାରା ୨୮ (ଓଡ଼ିଶା ଆକ୍ଟ, ୨୦୦୭ ର ଧାରା ୮) ଏବଂ ପୁଲିସ କମିସନରେଟ୍ ଭୁବନେଶ୍ୱର କଟକ ଟ୍ରାଫିକ୍ ଓ ପବ୍ଲିକ୍ ଅର୍ଡର ୨୦୦୮ ଧାରା ୩୬ ଅନୁସାରେ ନିମ୍ନଲିଖିତ କଟକଣା ଗୁଡ଼ିକ ଆସନ୍ତା ତା. ୦୯.୧୦.୨୦୨୪ ରିଖ ଠାରୁ ତା. ୧୩.୧୦.୨୦୨୪ ରିଖ ଅପରାହ୍ନ ୪ ଘଟିକା ଠାରୁ ରାତ୍ର ୧ ଘଟିକା ପର୍ଯ୍ୟନ୍ତ ବା ଭିଡ ଭାଙ୍ଗିବା ପର୍ଯ୍ୟନ୍ତ ଲାଗୁ କରାଯିବ । 


COMMERCIAL BREAK
SCROLL TO CONTINUE READING

ହାୱଡା ମୋଟର ଛକ ଠାରୁ କୌଣସି ଯାନବାହାନ ସିଧା ମଙ୍ଗଳାବାଗ ଛକ ଆଡକୁ ଯାଇପାରିବେ ନାହିଁ । ଏହି ଗାଡିଗୁଡିକ ହାୱଡା ମୋଟର ଛକ ଠାରୁ ମାତାମଠ ଛକ ଦେଇ ମହାନଦୀ ରିଙ୍ଗ ବନ୍ଧରେ ଆସି ମଲ୍ଲାସାହି ବା କାଠଗୋଲା ଦେଇ ମଙ୍ଗଳାବାଗ ଛକକୁ ଯାଇପାରିବେ । ମଙ୍ଗଳାବାଗ ଆଡୁ କୌଣସି ଗାଡି କାଠଗୋଲା କିମ୍ବା ମଲ୍ଲାସାହି ଆଡକୁ ଯାଇପାରିବେ ନାହିଁ । ଉକ୍ତ ଯାନବାହାନ ଗୁଡିକ ମେଡିକାଲ ଭିତର ରାସ୍ତା ଦେଇ କେନାଲ ରୋଡରେ ଯାଇପାରିବେ । ମଙ୍ଗଳାବାଗ ପୁରୁଣା ଦେବୀ ଘର ଛକଠାରୁ କୌଣସି ଯାନବାହାନ ବଣିଆସାହି କିମ୍ବା ଥୋରିଆ ସାହି ଆଡକୁ ଯାଇପାରିବେ ନାହିଁ । 


ଦୋଳମୁଣ୍ଡାଇ ଛକ ଆଡୁ ଆସୁଥିବା ସମସ୍ତ ଯାନବାହାନ ଗୁଡିକ ବଜ୍ରକବାଟୀ ବନ୍ଧ ଛକ ଠାରୁ ରାଣୀହାଟ ଆଡକୁ ଯାଇପାରିବେ ନାହିଁ । ଉକ୍ତ ଯାନବାହାନ ଗୁଡିକ ବଜ୍ରକବାଟୀ ବନ୍ଧ ଛକ ଠାରୁ ବାମ ପଟ କେନାଲ ରୋଡରେ ଗହ୍ମାଡିଆ, କବର ସ୍ଥାନ, କେଶରପୁର ଛକ ଦେଇ ମଙ୍ଗଳାବାଗ କିମ୍ବା ବକ୍ସିବଜାର ଆଡକୁ ଯାଇପାରିବେ ଏବଂ ଫ୍ରେଣ୍ଡସ କଲୋନୀ ଦେଇ ଥୋରିଆ ସାହି ବାଳିକା ସ୍କୁଲ ପାଖରେ ବାହାରି କେବଳ ମଙ୍ଗଳାବାଗ ଆଡକୁ ଯାଇପାରିବେ, ବଣିଆସାହି କିମ୍ବା ଭୂଦାନ ଅଫିସ ଆଡକୁ ଯାଇପାରିବେ ନାହିଁ । 


କେଶରପୁର ପୋଲ, ଗହ୍ମାଡିଆ ଛକ, ଥୋରିଆ ସାହି ବାଳିକା ସ୍କୁଲ ଛକ ଓ ଫ୍ରେଣ୍ଡସ କଲୋନୀ ତରଫରୁ କୌଣସି ଯାନବାହାନ ବଜ୍ରକବାଟୀ ବନ୍ଧ ଆଡକୁ ଯାଇପାରିବେ ନାହିଁ । ମାଲଗୋଦାମ ଫାଣ୍ଡି ଛକ ପାଖରୁ କୌଣସି ଯାନବାହାନ ଛତ୍ରବଜାର ଦେଇ ମହତାବ ରୋଡ ଆଡକୁ କିମ୍ବା ପିଲିଗ୍ରୀମ ରୋଡ ଦେଇ କଲେଜ ଛକ ଆଡକୁ ଯାଇପରିବେ ନାହିଁ । ବ୍ଲକ ଟାୱାର ଠାରୁ କେନାଲ କୂଳରେ ଆସୁଥିବା ଯାନବାହାନ ଗୁଡିକ ଛତ୍ରବଜାର ବନ୍ଧ ଠାରୁ ବାମ ମୋଡ ନେଇ ମାଲଗୋଦାମ ଆଡକୁ ଯାଇପାରିବେ କିମ୍ବା ଡାହାଣ ମୋଡ ନେଇ ଓ.ଏମ.ପି. ଆଡକୁ ଯାଇପାରିବେ । ଥୋରିଆ ସାହି ଓ ବଣିଆସାହି ଛକରୁ କୌଣସି ଯାନବାହାନ ବଢେଇ ସାହି ଆଡକୁ ଯାଇପାରିବେ ନାହିଁ । ମୋଟି ସାହି ଛକ ଠାରୁ କୌଣସି ଯାନବାହାନ ରାଣୀହାଟ ହାଇସ୍କୁଲ ଦେଇ ବ୍ଲକ ଟାୱାର ଆଡକୁ ଯାଇପାରିବେ ନାହିଁ । ସେହି ଗାଡିଗୁଡିକ ମୋଚିସାହି ଛକ ଠାରୁ ବାମପଟ କେନାଲ ରାସ୍ତା ଦେଇ ଯାଇପାରିବେ । ଦୋଳମୁଣ୍ଡାଇ ଛକ ଆଡୁ ଆସୁଥିବା ଯାନବାହାନ ଗୁଡିକ ମହତାବ ରୋଡ ଦେଇ ଛତ୍ରବଜାର ଆଡକୁ ଯାଇ ସେହି ଠାରୁ ମାଲଗୋଦାମ କିମ୍ବା ଓ. ଏମ.ପି. ଆଡକୁ ଯାଇପାରିବେ । ଛତ୍ରବଜାର ଦୈତାରୀ ରାଉତଙ୍କ ଆଳୁ ଗୋଦାମ ଆଡୁ କୌଣସି ଯାନବାହାନ ପ୍ରଫେସରପଡା ଦେଇ ବଜ୍ରକବାଟୀ ଆଡକୁ ଯାଇପାରିବେ ନାହିଁ, କିନ୍ତୁ ବଜ୍ରକବାଟୀ ଆଡୁ ଆସୁଥିବା ଯାନବାହାନ ଗୁଡିକ ପ୍ରଫେସରପଡା ଦେଇ କେନାଲ ରାସ୍ତାରେ ଛତ୍ରବଜାର ଆଡକୁ ଯାଇପାରିବେ ।


କୌଣସି ଯାନବାହାନ ଛତ୍ରବଜାର କିମ୍ବା ମାଲଗୋଦାମରୁ ମହତାବ ରୋଡ ଦେଇ ଦୋଳମୁଣ୍ଡାଇ ଆଡକୁ ଯାଇପାରିବେ ନାହିଁ । ସମ୍ରାଟ ସିନେମା ଆଡୁ କିମ୍ବା କଲ୍ୟାଣୀ ନଗର ପଟୁ ଆସୁଥିବା ଯାନବାହାନ ଗୁଡିକ ତାଳଦଣ୍ଡା କେନାଲି ରାସ୍ତା ଦେଇ ଛତୁବତାର ଆଡକୁ ଯାଇପାରିବେ କିନ୍ତୁ କଲ୍ୟାଣୀ ନଗର ଆଡକୁ ଯିବାକୁ ଚାହୁଁଥିବା ଯାନବାହାନ ଗୁଡିକ ନୂଆ କେନାଲ ରୋଡ ଦେଇ ଆନନ୍ଦପୁର ଶିବ ମନ୍ଦିର ଦେଇ ଯାଇପାରିବେ । ମାଲଗୋଦାମ ଟ୍ରାଫିକ ଷ୍ଟାଣ୍ଡରୁ ଗାଡିଗୁଡିକ ମାଲଗୋଦାମ ମେଢ ପର୍ଯ୍ୟନ୍ତ ଯାଇ ଦେବୀ ଘର ସାମ୍ନା ଦେଇ କିରଣ ବା କମ୍ପାନୀ ରାସ୍ତା ଦେଇ ବାଲାଡି ହୋଟେଲ ଛକ ହୋଇ କୋଇଲା ଡିପୋ ଦେଇ ଓ.ଏମ.ପି. ଛକ କିମ୍ବା ଡାହାଣ ମୋଡ ନେଇ କେନାଲ ରାସ୍ତା ଦେଇ ଶ୍ରୀୟା ହପିଟାଲ ଆଡକୁ ଯାଇପାରିବେ । ମାଲଗୋଦାମ ଆଡୁ ଫ୍ଲାଏଓଭର ବ୍ରିଜ ଆଡକୁ କୌଣସି ଗାଡି ଆସିପାରିବେ ନାହିଁ । ଭକ୍ତ ଗାଡିଗୁଡିକ ଫ୍ଲାଏଓଭର ବ୍ରିଜର ବାମ ପାର୍ଶ୍ବରେ ଥିବା ପୁରୁଣା ରାସ୍ତା ଦେଇ ରେଲୱେ ଷ୍ଟେସନ କିମ୍ବା ରେଭେନ୍ସା କଲେଜ ଆଡକୁ ଯାଇପାରିବେ । ମାଲଗୋଦାମ ଫ୍ଲାଏଓଭର ବ୍ରିଜରେ ଭିଡ ହେଲେ ଓ.ଏମ.ପି. ଛକରୁ କୌଣସି ପ୍ରକାରର ଯାନବାହାନକୁ କଲେଜ ଛକ ଆଡକୁ ଯିବାକୁ ଦିଆଯିବ ନାହିଁ । ସେହି ଗାଡିଗୁଡିକ ସିଧା ଶିଖରପୁର ଦେଇ ଯୋବ୍ରା ଛକ ହୋଇ ଯାଇପାରିବେ । ପିଠାପୁର ଓ ଝୋଲାସାହି ଆଡୁ ଆସୁଥିବା ଯାନବାହାନ ଗୁଡିକ ଝୋଲାସାହି ଫୋନବନ୍ଧୁ ଛକ ଠାରୁ ବାମପଟେ ଗୋପାଳନୀର ଲେନ, ବଙ୍ଗାଳି ସାହି କିମ୍ବା ନନ୍ଦୀ ସାହି ଛକ ଆଡକୁ ନଯାଇ ଫୋନ ବଡ଼ ଛକ ଠାରୁ ଡାହାଣ ପଟ ରାସ୍ତାରେ କାଠଗଡ଼ା ସାହି ଦେଇ ଧର୍ମଶାଳା ଛଳରୁ ଫୁଲ ଦୋକାନ ସାମ୍ବା ରାସ୍ତାରେ ଉତ୍କଳିକା ଦେଇ ଜେଲରୋଡ କିମ୍ବା ଗୌରିଶଙ୍କର ପାର୍କ ଆଡକୁ ଯାଇପାରିବେ । ଉତ୍କଳିକା ଛଳ ପଟୁ କୌଣସି ପ୍ରକାରର ଯାନବାହାନ ଫୁଲ ଦୋଳାନ ଦେଇ କାଠଗଡା ସାହି କିମ୍ବା କେଉଟ ସାହି ଆଡକୁ ଯାଇପାରିବେ ନାହିଁ । ଗୌରିଶଙ୍କର ପାର୍କ ସବଷ୍ଟେସନ ଛକ ଠାରୁ କାଠଗଡ଼ା ସାହି ଓ ଝୋଲା ସାହି ଆଡକୁ ଯିବାକୁ ଚାହୁଁଥିବା ଗାଡିଗୁଡିକ ସବଷ୍ଟେସନ ଛକ ଠାରୁ ପ୍ରେସ କ୍ଳବ ସାମ୍ନା ଦେଇ ଧର୍ମଶାଳା ଛକରୁ ଡାହାଣ ମୋଡ ନେଇ କେଉଟ ସାହି ଦେଇ ଆପଣଙ୍କ ହୋଟେଲ ଛକରୁ ନନ୍ଦି ସାହି ଓ ଖୋଲା ସାହି ଭିତର ଦେଇ ଏଲେକ୍ଟ୍ରି ଟ୍ରାନ୍ସଫର୍ମର ଛକ ଦେଇ ଯାଇପରିବେ । ଆପଣଙ୍କ ହୋଟେଲ ଛଳରୁ କୌଣସି ପ୍ରକାରର ଯାନବାହାନ ପୂର୍ଣସାହୁ ଛକ ଆଡକୁ ଯାଇପାରିବେ ନାହିଁ । ୧୮ । ପୁରୁଣା ଜେଲ ଛକ ପଟୁ ଚୌଧୁରି ବଜାଇ ଛକ ଆଡକୁ ଆସୁଥିବା ଯାନ‌ବାହାନ ଗୁଡିକ ଗୌରିଶଙ୍କର ପାର୍କ ସବଷ୍ଟେସନ ଛକରୁ ସିଧା ଚୌଧୁରି ବଜାର ଆଡକୁ ଯାଇପାରିବେ ନାହିଁ । ସେହି ଗାଡିଗୁଡିକ ସବଷ୍ଟେସନ ଛକରୁ ଡାହାଣ ମୋଚ ନେଇ ଗଙ୍ଗା ମନ୍ଦିର ଓ ମେହେନ୍ଦୀ ପୁର ଦେଇ ମୁନଲାଇଟ ସ୍କୁଲ ଛଳରେ ବାହାରି କେବଳ ଚାନ୍ଦିନୀଚୌକ ଆଡକୁ ଯାଇପାରିବେ । ପୂର୍ଣସାହୁ ଛକରୁ କୌଣସି ଯାନବାହାନ ଯାଉଁଳିଆପଟି, କେଉଟ ସାଳି କିମ୍ବା ନନ୍ଦୀ ସାହି ଆଡକୁ ଯାଇପାରିବେ ନାହିଁ, ସେମାନେ ମୁକ୍ତିପାଲଟୀ ଓ ଗୋପାଳତୀର ଲେନ ଦେଇ ଝୋଲାସାହି ଓ ବଙ୍ଗାଳୀସାହି ଯାଇପାରିବେ । ଚୌଧୁରୀ ବଜାଇ ଛକରୁ କୌଣସି ଯାନବାହାନ ଗୌରିଶଙ୍କର ପାର୍କ ଆଡକୁ ଯାଇପାରିବେ ନାହିଁ । କୌଣସି ଯାନବାହାନ ବାଲୁବଜାର ଛକରୁ ନିମଟୋନି ଛକ, ରୂପାରିଗୋବିନ୍ଦ ଗହଣା ଦୋକାନ ଛକ କିମ୍ବା ହାଇକୋର୍ଟ ଛକ ଦେଇ ଚାନ୍ଦିନଚୌକ ଯାଇପାରିବେ ନାହିଁ। କଲେକ୍ଟର ଅଫିସ୍ ପଟୁ ଆସୁଥିବା ଯାନବାହାନ ଗୁଡିକ କେବଳ ହାଇକୋର୍ଟ ଛକରୁ ଡାହାଣକୁ ଭାଙ୍ଗି ନିମଟୋତି ଆଡକୁ ଯାଇପାରିବେ । କାଲିଗଳି ଭିତରୁ ଆସୁଥିବା ସମସ୍ତ ଯାନବାହାନ ଗୁଡିକ ଚାନ୍ଦିନୀଚୌକି ଆଡକୁ ଯାଇପାରିବେ ନାହିଁ ।


ଗଙ୍ଗାମନ୍ଦିର ଛକରୁ କିମ୍ବା ଆଲାମଚନ୍ଦ ବଜାରୁ ଛକରୁ କୌଣସି ଯାନବାହାନ ନିମଚୌଡି ଛକ ଦେଇ ଚାନ୍ଦିନୀଚୌକ ଛଳ ଆଡକୁ ଯାଇପାରିବେ ନାହିଁ । ସେମାନେ କାଜିବଜାର ଛକ ଓ ମେହେନ୍ଦୀପୁର ଛକ ଦେଇ ଚାଲିନୀଚୌକ ଆଡକୁ ଯାଇପାରିବେ ପାରିବେ । କାଜିବଜାର ପୁରୁଣା ଦେବୀ ଘର ଛକରୁ କୌଣସି ଯାନବାହାନ ଗଙ୍ଗାମନ୍ଦିର ଆଡକୁ ଯାଇପାରିବେ ନାହିଁ । ଚାନ୍ଦିନୀଚୌକ ଛକ ଠାରୁ କୌଣସି ଯାନବାହାନ ଶେଖ ବଜାର ଦେଇ ଚଣ୍ଡୀ ମନ୍ଦିର ଆଡକୁ ଆସିବେ ନାହଁ । ମହମ୍ମଦିଆ ବଜାର ରାସ୍ତା ବ୍ୟତୀତ ଚାନ୍ଦିନୀଚୌକରୁ ଚଣ୍ଡୀ ମନ୍ଦିର ଛକ ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ଅନ୍ୟ ସମସ୍ତ ଗଳି ରାସ୍ତା ମାନଙ୍କରୁ କୌଣସି ଯାନବାହାନ ମୁଖ୍ୟ ରାସ୍ତାକୁ ଆସିବେ ନାହିଁ । ମହମ୍ମଦିଆ ବଜାର ରାସ୍ତା ବ୍ୟତୀତ ଭକ୍ତ ମୁଖ୍ୟ ରାସ୍ତରୁ ଗଳି ରାସ୍ତା କୁ ଯାଇ ପାରିବେ ନାହିଁ । କଲେଜ ଛକରେ ସଙ୍ଗୀତ ଆସର ହେଇଥିବା ସମୟରେ ବ୍ଳକ ଟାୱାର ଆଡୁ ଆସୁଥିବା ସମସ୍ତ ଯାନବାହାନ କଟକ ସୁଇଟଷ୍ଟଲ ଛକରୁ ବାମକୁ ଯାଇ ଆଉ ଲଭ କଟକ ଛକ, ବମ୍ବେ ହୋଟେଲ୍ ଛଳ ଓ ପୋଷ୍ଟ ଅଫିସ୍ ଛଳ ଦେଇ ମାଲଗୋଦାମ ଫ୍ଲାଇଓଭରଟ୍ରିଜ୍‌ ଆଡକୁ ଯାଇପାରିବେ। କୌଣସି ଯାନବାହାନ କ୍ରୟେ ହୋଟେଲ ଛକର କିମ୍ବା ପୋଷ୍ଟ ଅଫିସ୍ ଛକ ଦେଇ କଲେଜ ଛକ ଦେବୀଘର ଆଡକୁ ଯାଇପାରିବେ ନାହିଁ । ଡକ୍ଟର ଗୁରୁ ମହାନ୍ତି ଛକଠାରୁ କୌଣସି ଯାନବାହାନ ସିଧା ଚାନ୍ଦିନୀଚୌକ ଆଡକୁ ଆସିପାରିବେ ନାହିଁ । ପୁଲିସ କ୍ଲବ ଗଡ଼ାରୁ କୌଣସି ଯାନବାହାନ ଡକ୍ଟର ଗୁରୁ ମହାନ୍ତି ଛକ ଆଡକୁ ଯାଇପାରିବେ ନାହିଁ । ନୂଆ ବଜାର ଛକରୁ କୌଣସି ଚାରିଚକିଆ ଓ ଭାରିଯାନ ସିଧା ଓ.ଏମ.ପି ଛକ ଆଡକୁ ଯାଇପାରିବେ ନାହିଁ। କେବଳ ଚାରିଚକିଆ ଯାନ ନୂଆ କେନାଲ ରୋଡ଼ ଦେଇ କିମ୍ବା ପୋନାପୋଖରୀ ଆଡକୁ ଯାଇ ପାରିବେ ଓ ଭାରୀଯାନ ପୋତାପୋଖରୀ ଦେଇ ଓ.ଏମ.ପି ଛକ ଆଡକୁ ଯାଇପାରିବେ, ସେହିପରି ଓ. ଏମ.ପି ଛକରୁ କୌଣସି ଭାରୀଯାନ ଚାଉଳିଆଗଞ୍ଜ ଆଡକୁ ଯାଇପାରିବେ ନାହିଁ । କନ୍ଦରପୁର ଠାରୁ କୌଣସି ଭାରିଯାନ ଅପରାହ୍ନ ୪ ଘଟିକା ଠାରୁ ରାତ୍ର ୧୨ ଘଟିକା ପର୍ଯ୍ୟନ୍ତ ବା ଭିଡ ନଭାଙ୍ଗିବା ପର୍ଯ୍ୟନ୍ତ ନୂଆବଜାର ଆଡକୁ ଆସିପାରିବେ ନାହିଁ । କାର୍ନିଆକୁଦାରେ ଟ୍ରାଫିକ ଭିଡ ହେଲେ ପୋତାପୋଖରୀ ଆଡୁ ଆସୁଥିବା ଯାନବାହାନ ଗୁଡିକ ହାରାମଣୀ ମଣ୍ଡପ ଛକରୁ ସିଧା କାଳିଆବୁଦା ଆଡକୁ ନଯାଇ ମହାନଦୀ ବିହାର ପି.ସି. ଡସ୍ଟିସ ଛକ, ମଙ୍ଗଳା ମନ୍ଦିର ଛକ ମହାନଦୀ ବିହାର, ଜାତୀୟ ରାଜପଥ ତଳ ରାସ୍ତା ଦେଇ ଯାଇ ପାରିବେ । ଯୋବ୍ରା ଆନିକଟ ଛକ ଆଡୁ ଆସୁଥିବା ସମସ୍ତ ଚିକିଚକିଆ ଓ ଚାରିଚକିଆ ଯାନ ଗୁଡିକ ଯୋବ୍ରା ଶନି ମନ୍ଦିର ଛକ ଠାରୁ ସିଧା ଗଳିପୋଲ ରାସ୍ତାରେ ନଯାଇ ବାମକୁ ଗତି ମହାନଦୀ କଡ ରାସ୍ତାରେ ଯାଇପାରିବେ । ସେହିପରି ଗୁରୁଦ୍ବାରା ପଟୁ ଆସୁଥିବା ତିନିଚକିଆ ଓ ଚାରିଚକିଆ ଯାନ ସିଧା ଗଳିପୋଲୋ ରାସ୍ତାରେ ନଯାଇ ରିଂ ରୋଡ଼ରେ ଡାହାଣକୁ ଗତି ଯୋବ୍ରା ଆଡକୁ ଯାଇ ପାରିବେ । 


ଏହି ନିୟମଟି ଜନସାଧାରଣଙ୍କ ସୁରକ୍ଷିତ ଓ ସୁଗମନାଗମନ ନିମନ୍ତେ ଲାଗୁ କରାଯାଇଛି । ଏହି ନିୟମ ଖିଲାପ କଲେ ଖୁଲାପକାରୀଙ୍କୁ ଓଡ଼ିଶା ଅର୍ବାନ୍ ପୁଲିସ ଆକ୍ଟ ୨୦୦୩ ଧାରା ୯୭ ଅନୁସାରେ ୫୦୦ ଟଙ୍କା କିମ୍ବା ସର୍ବାଧିକ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିବ । ଉପରୋକ୍ତ କଟକଣା ଗୁଡିକ ପୁଲିସ, ଫାୟାର ବ୍ରିଗେତେ, ଏକ୍ସସାଇଜ, ଆମ୍ବଲାଙ୍କୁ ଓ ଅନ୍ୟ ଅତ୍ୟାବଶ୍ୟକୀୟ ଗାଡି ଗୁଡିକ ପାଇଁ ଲାଗୁ ହେବ ନାହିଁ ।


Also Read- Top 10 News Today: ସଂକ୍ଷେପରେ ପଢନ୍ତୁ ଅପରାହ୍ଣର ୧୦ଟି ପ୍ରମୁଖ ଖବର