Odisha News: ପୁରୀ: ଯେଉଁ ଚାଉଳକୁ ନେଇ ଦିନେ ବିବାଦ ଦେଖାଦେଇଥିଲା ଏବେ ତାହା ବିକ୍ରି ହେବ। ଆମେ କହୁଛୁ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମୟରେ ତମାମ ରାଜ୍ୟରୁ ଆଦାୟ ହୋଇଥିବା ଅର୍ପଣ ଚାଉଳ ଏବେ ବିକ୍ରି ହେବ। ଏନେଇ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସୂଚନା ଦେଇଛନ୍ତି। ଜିଲ୍ଲାପାଳଙ୍କ ଅନୁଯାୟୀ ଏହି ଚାଉଳ ପାଇଁ ଟେଣ୍ଡର ଆହ୍ୱାନ କରାଯିବ। ଏହାକୁ ମିଲର କିମ୍ବା ବ୍ୟକ୍ତିବିଶେଷ କିଣିପାରିବେ। ଏଥିରୁ ଯାହା ଟଙ୍କା ବାହାରିବ ତାହାକୁ ମନ୍ଦିର ପ୍ରଶାସନକୁ ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ସୂଚନା 


COMMERCIAL BREAK
SCROLL TO CONTINUE READING

ସେ କହିଛନ୍ତି, ମିଳିଥିବା ଅର୍ପଣ ଚାଉଳ ମଧ୍ୟରୁ ଯୋଗ୍ୟ ଚାଉଳକୁ ମହାପ୍ରସାଦ ପାଇଁ ବ୍ୟବହାର କରାଯାଇଛି। ବଳକା ଚାଉଳ ମହାପ୍ରସାଦ ପାଇଁ ଅନୁପଯୁକ୍ତ ବୋଲି ସ୍ପଷ୍ଟ କରିଥିଲା ସୁଆର ମହାସୁଆର ନିଯୋଗ। ଫଳରେ ବଳକା ଚାଉଳକୁ କ’ଣ କରାଯିବ ବୋଲି ସେ ନେଇ ଆଲୋଚନା କରାଯାଇ ଏକ ପ୍ରସ୍ତାବ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କୁ ପଠା ଯାଇଥିଲା। ସରକାର ଏହା ଉପରେ ପୁଙ୍ଖାନୁପୁଙ୍ଖ ବିଚାର କରି ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ସବୁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ପରେ ବଳକା ଚାଉଳକୁ ବିକ୍ରି ପ୍ରକ୍ରିୟା ପାଇଁ ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲାପାଳ କହିଛନ୍ତି।


ଅନ୍ୟପକ୍ଷରେ ଅର୍ପଣ ଚାଉଳକୁ ରନ୍ଧନ କରାଯାଇ ମହାପ୍ରସାଦ ବଣ୍ଟନ କରାଗଲେ ଭକ୍ତମାନେ ଉପକୃତ ହୋଇପାରିବେ ବୋଲି ସୁଆର ମହାସୁଆର ନିଯୋଗ ସଭାପତି କହିଛନ୍ତି।


Also Read- ନଭେମ୍ବରରୁ ସୋହେଲାରୁ ଆରମ୍ଭ ହେବ ଖରିଫ ଧାନ ସଂଗ୍ରହ


Also Read- Video: ସପିଂ ମଲରେ ଏମିତି ଷ୍ଟେପ୍ ପକାଇଲେ 'ସାହୁ ଭାଉଜ', ପୁଣି ଭାଇରାଲ୍ ଭିଡିଓ