ବିରୋଧୀଙ୍କ ହଟ୍ଟଗୋଳ; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
Assembly adjourned: ପୂର୍ବାହ୍ନ ସମୟରେ ପ୍ରଥମେ ଦିବଙ୍ଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଏହାପରେ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହୋଇଥିଲା। ହେଲେ ବିରୋଧୀ ଦଳ ଆମ୍ବଟାକୁଆ ପ୍ରସଙ୍ଗ ଉଠାଇଥିଲେ। ଯାହାକୁ ନେଇ ଗୃହରେ ହୋହାଲ୍ଲା ଏବଂ ହଟ୍ଟଗୋଳ ହୋଇଥିଲା। ଏପିରିକି ପ୍ରଥମେ ଗୃହକୁ ୧୨ଟା ୨୫ ମିନିଟ୍ ଯାଏଁ ମୁଲତବୀ ଘୋଷଣା କରାଯାଇଥିଲା। ମୁଲତବୀ ସମୟ ପରେ ପୁଣି ଆରମ୍ଭ ହୋଇଥିଲା ଗୃହ କାର୍ଯ୍ୟ।
ଭୁବନେଶ୍ବର: ଶୀତକାଳୀନ ଅଧିବେଶନର ଆରମ୍ଭରୁ ବିଧାନସଭା ଅଚଳ। ପ୍ରଶ୍ନକାଳ ପରେ ଶୂନ୍ୟକାଳରେ ମଧ୍ୟ ହଙ୍ଗାମା ଦେଖିବାକୁ ମିଳିଛି। ସମ୍ବିଧାନ ପ୍ରସଙ୍ଗ ନେଇ ବିଜେଡି-ଭାଜପା ବିଧାୟକ ମୁହାଁମୁହିଁ ହୋଇଛନ୍ତି। ଏ ନେଇ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ଦିନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି।
ଆଜିଠାରୁ ଆରମ୍ଭ ହୋଇଥିଲା ବିଧାନସଭାର ଶୀତ ଅଧିବେଶନ। ପୂର୍ବାହ୍ନ ସମୟରେ ପ୍ରଥମେ ଦିବଙ୍ଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଏହାପରେ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହୋଇଥିଲା। ହେଲେ ବିରୋଧୀ ଦଳ ଆମ୍ବଟାକୁଆ ପ୍ରସଙ୍ଗ ଉଠାଇଥିଲେ। ଯାହାକୁ ନେଇ ଗୃହରେ ହୋହାଲ୍ଲା ଏବଂ ହଟ୍ଟଗୋଳ ହୋଇଥିଲା। ଏପିରିକି ପ୍ରଥମେ ଗୃହକୁ ୧୨ଟା ୨୫ ମିନିଟ୍ ଯାଏଁ ମୁଲତବୀ ଘୋଷଣା କରାଯାଇଥିଲା। ମୁଲତବୀ ସମୟ ପରେ ପୁଣି ଆରମ୍ଭ ହୋଇଥିଲା ଗୃହ କାର୍ଯ୍ୟ। ହେଲେ ୨ୟ ଥର ଗୃହ ଆରମ୍ଭ ହେବା ମାତ୍ରେ ସମ୍ବିଧାନରେ ନିରପେକ୍ଷ ଓ ସମାଜବାଦ ଶବ୍ଧ ନରହିବା ନେଇ ପ୍ରଶ୍ନ ଉଠାଇଥିଲେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ସମ୍ବିଧାନ ମୁଖବନ୍ଧରୁ ଧର୍ମ ନିରପେକ୍ଷ ଓ ସମାଜବାଦ ଶବ୍ଦ ନରହିବାରୁ ହଟ୍ଟଗୋଳ ହୋଇଥିଲା। ଫଳରେ ଅପରାହ୍ଣ ୪ଟା ଯାଏ ଗୃହକୁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ।