ଭୁବନେଶ୍ଵର: ଆଜି ବିଧାନସଭା ଆରମ୍ଭରୁ ହଟ୍ଟଗୋଳ ହୋଇଛି। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ପ୍ରଥମେ ଦିନ ସାଢେ଼ ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି। ପୁଣି ଅପରାହ୍ନ ୪ପର୍ଯ୍ୟନ୍ତ ଗୃହ ମୂଲତବୀ ଘୋଷଣା କରାଯାଇଛି। ତେବେ ପ୍ରଥମରୁ ମଦମୃତ୍ୟୁ ଓ ଇଡି ପ୍ରସଙ୍ଗକୁ ନେଇ ଗୃହରେ ହଙ୍ଗାମା କରିଥିଲେ କଂଗ୍ରେସ ବିଧାୟକ। ଗୃହ ମଝିକୁ ଆସି ହୋହାଲ୍ଲା କରିଥିଲେ ତାରା ବାହିନୀପତି ଓ ଅନ୍ୟ ବିଧାୟକ। ଚିକିଟିରେ ମଦମତ୍ୟୁକୁ ନେଇ ଗୃହ ସରଗରମ ହୋଇଥିଲା। ଏହି ପ୍ରସଙ୍ଗକୁ କେନ୍ଦ୍ର କରି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଇସ୍ତଫା ଦାବି କରିଥିଲେ। ବିଧାୟକମାନେ ହଟ୍ଟଗୋଳ କରିବାରୁ ବାଧ୍ୟ ହୋଇ ବାଚସ୍ପତି ଗୃହକୁ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

ସେହିପରି ଆଜି ଗୃହ ଆରମ୍ଭରୁ ହଟ୍ଟଗୋଳ ହେବାରୁ ବାଚସ୍ପତି ସୁରମା ପାଢ଼ୀ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ତେବେ ଗୃହରେ ଗଞ୍ଜାମର ଚିକିଟି ମଦ ମୃତ୍ୟୁ ପ୍ରସଙ୍ଗରେ ବିଜେଡି ହୋ-ହଲ୍ଲା କରିଥିବା ବେଳେ ଇଡି ପ୍ରସଙ୍ଗରେ ବିରୋଧୀ କଂଗ୍ରେସ ମଧ୍ୟ ହଟ୍ଟଗୋଳ କରିଥିଲା। ଉଭୟ ଦଳ ବାଚସ୍ପତିଙ୍କ ପୋଡିୟମ ନିକଟକୁ ଆସି ହୋ-ହଲ୍ଲା କରିଥିଲେ। ଫଳରେ ଗୃହକୁ ବାଚସ୍ପତି ମୁଲତବୀ ଘୋଷଣା କରିଛନ୍ତି।