Lakshmi Narayan Yog 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସନ୍ତା ଅପ୍ରିଲ୍ ମାସ ବେଶ୍ ଖାସ୍ ହେବାକୁ ଯାଉଛି । କାହିଁକି ଆସନ୍ତା ମାସ ୮ ତାରିଖରେ ସୂର୍ଯ୍ୟ ଗ୍ରହଣ । ଏପ୍ରିଲ୍ ମାସରେ ଏକାଧିକ ଗୁରୁତ୍ବପୂର୍ଣ୍ଣ ଗ୍ରହ ନିଜ ରାଶି ପରିବର୍ତ୍ତନ କରିବା ସହ ବୁଧ-ଶୁକ୍ର ମଧ୍ୟ ବୃଷ ରାଶିକୁ ଚଳନ କରିବେ। ଗୋଟିଏ ରାଶିରେ ଦୁଇ ଗ୍ରହଙ୍କ ଚଳନ ଲକ୍ଷ୍ମୀ ନାରାୟଣ ଯୋଗ (Lakshmi Narayan Yog 2024) ମଧ୍ୟ ସୃଷ୍ଟି କରିବ। ଯାହା ରାଶି ଚକ୍ରରେ ଥିବା ସମସ୍ତ ୧୨ଟି  ରାଶି ଉପରେ ପ୍ରଭାବ ପକାଇବା। କିନ୍ତୁ ଏହି ଲକ୍ଷ୍ମୀ ନାରାୟଣ ଯୋଗ କିଛି ରାଶି ପାଇଁ ବେଶ୍ ଫଳଦାୟୀ ରହିବା ସହ ଶୁଭଫଳ ପ୍ରଦାନ କରିବ। 


COMMERCIAL BREAK
SCROLL TO CONTINUE READING

ALSO READ: Rahu Venus Yuti 2024: ମୀନ ରାଶିରେ ଶୁକ୍ର-ରାହୁଙ୍କ ମିଳନ, ୪ ରାଶିଙ୍କ ଉପରେ ହେବ ଧନ ବର୍ଷା!


ଭାଗ୍ୟବାନ୍ ହେବେ ଏହି ସବୁ ରାଶି:


ବୃଷ ରାଶି: ଲକ୍ଷ୍ମୀ ନାରାୟଣ ଯୋଗ ଏହି ରାଶିର ଭାଗ୍ୟ ବଦଳାଇବ । ସମସ୍ତ କ୍ଷେତ୍ରରେ ଅଭୂତନୀୟ ସଫଳତା ପ୍ରାପ୍ତ ହେବ। ଆକସ୍ମିକ ଧନଲାଭର ଯୋଗ ରହିଛି । ଦିର୍ଘ ଦିନରୁ ଅଟକି ରହିଥିବା ଟଙ୍କା ମିଳିବ। ଯଦିଓ ଆପଣଙ୍କର ଖର୍ଚ୍ଚ ବୃଦ୍ଧି ହେବ କିନ୍ତୁ ସୁଖ ଶାନ୍ତି ବୃଦ୍ଧି ପାଇବ। ବିଶେଷ କରି ଆଇଟି କ୍ଷେତ୍ରରେ ଜଡିତ ଥିବା ଲୋକେ ବିଦେଶରୁ ଭଲ ଚାକିରି ଅଫର ପାଇ ପାରନ୍ତି। ସମାଜରେ ମାନ ସମ୍ମାନ ବୃଦ୍ଧି ହେବା ସବ ସ୍ବାସ୍ଥ୍ୟରେ ସାମାନ୍ୟ ସମସ୍ୟା ଦେଖାଦେଇପାରେ। ତେଣୁ ସ୍ବାସ୍ଥ୍ୟ ପ୍ରତି  ଯତ୍ନ ନେବା ଜରୁରୀ। 


ମିଥୁନ ରାଶି:  ଲକ୍ଷ୍ମୀ ନାରାୟଣ ଯୋଗ କାରଣରୁ ମାଲେମାଲ୍ ହେବେ ଏହି ରାଶିର ଲୋକେ। ବିଶେଷ କରି ବ୍ୟବସାୟୀ ଶ୍ରେଣୀର ଲୋକଙ୍କ ପାଇଁ ସମୟ ଖୁବ୍ ଅନୁକୂଳ ରହିଛି । କାର୍ଯ୍ୟାଳୟରେ ଆପଣଙ୍କୁ କିଛି ବଡ଼ ଦାୟିତ୍ବ ମିଳିପାରେ। ଦରମା ବୃଦ୍ଧି ହେବ। ଚାକିରି ଅପେକ୍ଷାରେ ଥିବା ଆଶାୟୀଙ୍କୁ ଭଲ ଅଫର ବି ମିଳିବାର ସମ୍ଭାବନା ରହିଛି। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ପ୍ରେମୀ ଯୁଗଳଙ୍କ ପାଇଁ ସମୟ ଖୁବ୍ ଭଲ ରହିଛି। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ବୈବାହିକ ଜୀବନ ସୁଖମୟ ହେବ।


ଧନୁ ରାଶି:  ଅପ୍ରିଲ୍ ମାସ ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ପ୍ରଦାନ କରିବ। ଦିର୍ଘ ଦିନର ଇଚ୍ଛା ପୂରଣ ହେବ। ନିଜ ପିଲାମାନଙ୍କ ଠାରୁ କୌଣସି ପ୍ରକାର ଖୁସି ଖବର ପାଇ ପାରନ୍ତି। ନବ ବିବାହିତ ମାନେ ସନ୍ତାନ ପ୍ରାପ୍ତିର ସୁଖ ବି ପାଇବାର ସମ୍ଭାବନା ରହିଛି। ଏହି ଅବଧି ମଧ୍ୟରେ ଏକ ନୂତନ ଯାନ କିଣିପାରନ୍ତି । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ବେଶ୍ ସୁଦୃଢ ହେବ।


ମକର ରାଶି: ଲକ୍ଷ୍ମୀ ନାରାୟଣ ଯୋଗ ମକର ରାଶିର ବ୍ୟକ୍ତିଙ୍କୁ ଧନୀ କରିଦେବ। ରୋଜଗାରର ନୂଆ ଉତ୍ସ ସୃଷ୍ଟି ହେବ। ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। ଭାଗ୍ୟ ଆପଣଙ୍କ ପୂର୍ଣ୍ଣ ସାଥ୍ ଦେବ। ଯଦି ବୈବାହିକ ଜୀବନରେ ସମସ୍ୟା ଦେଖାଦେଇଥାଏ । ତାହେଲେ, ଏହି ବିବାଦର ବାଟ ଫିଟିବ। ପ୍ରେମ ଜୀବନରେ ରୋମାନ୍ସ ବୃଦ୍ଧି ପାଇବ ଏବଂ ସମ୍ପର୍କ ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ ହେବ।


(Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)