Weather Update: ରାଜ୍ୟରେ ବର୍ତ୍ତମାନ ମୌସୁମୀ ସକ୍ରିୟ ରହୁଛି । ତେଣୁ ଅଗଷ୍ଟ ୬ ତଥା ମଙ୍ଗଳବାର ଦିନରୁ ରାଜ୍ୟର ଅଧା ଜିଲ୍ଲାରେ ବର୍ଷା ହେବାନେଇ ଆକଳନ କରିଛି ପାଣିପାଗ ବିଭାଗ । ୧୫ଟି ଜିଲ୍ଲାରେ ୭ ସେମିରୁ ୧୧ ସେମି ପର୍ଯ୍ୟନ୍ତ ବର୍ଷା ରେକର୍ଡ ହୋଇପାରେ ବୋଲି ଆକଳନ କରିବା ସହ ଉକ୍ତ ଜିଲ୍ଲା ଗୁଡିକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।


COMMERCIAL BREAK
SCROLL TO CONTINUE READING

ସୂଚନା ମୁତାବକ, ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ୧୫ ଜିଲ୍ଲା ଗୁଡିକ ମଧ୍ୟରେ ରହିଛି ଗଜପତି, କନ୍ଧମାଳ, କେନ୍ଦୁଝର, ଯାଜପୁର, ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ଢେଙ୍କାନାଳ, ବାଲେଶ୍ୱର, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ଗଞ୍ଜାମ ଏବଂ ରାୟଗଡ଼ା । ଏଥିସହ ବୁଧବାର ଦିନ ଅତି ପ୍ରବଳ ବର୍ଷା ନେଇ ୬ଟି ଜିଲ୍ଲାକୁ ସତର୍କ କରିଛି ପାଣିପାଗ କେନ୍ଦ୍ର । ୯ ଅଗଷ୍ଟ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଅନେକ ବର୍ଷା ଲାଗି ରହିବ ବୋଲି କୁହାଯାଇଛି ।




ଅନ୍ୟପଟେ, ମଙ୍ଗଳବାର ଦିନ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ଆଶଙ୍କା ରହିଛି। ଗତ ୨୪ ଘଣ୍ଟା ଭିତରେ ପୁରୀରେ ସର୍ବାଧିକ ବର୍ଷା ହୋଇଛି। ପିପିଲିରେ ୧୦୯ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା କୁହାଯାଇଛି। 


Also Read- କଟକ ଯୋବ୍ରା ବ୍ୟାରେଜରୁ ମହାନଦୀକୁ ଡେଇଁଲେ ମହିଳା


Also Read- Gold Price Update: 3800 ଟଙ୍କା ଶସ୍ତା ହେଲା ସୁନା, ସୋମବାର କମିବ ନା ବଢିବ ?