ଛାତରୁ ଡେଇଁ ପଡିଲେ ଭୁବନେଶ୍ୱର ଆଇଆଇଟି ଛାତ୍ରୀ, ଚାଲିଗଲା ଜୀବନ
Bhubneswar IIT: ଏହାକୁ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଉଛି। ମାନସିକ ଦୁା୍ଛିନ୍ତା ଏହାର କାରଣ ହୋଇପାରେ ବୋଲି ସହପାଠୀ ମାନେ କହିଛନ୍ତି।
ଭୁବନେଶ୍ୱର: ଅରୁଗୁଳର ସ୍ଥିତ ଆଇଆଇଟି – ଭୁବନେଶ୍ୱରର ଛାତରୁ ପଡ଼ି ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ସେ ବିଟେକ୍ ୩ୟ ବର୍ଷର ଛାତ୍ରୀ ଏବଂ ତାଙ୍କର ଘର ଦିଲ୍ଲୀରେ ବୋଲି ଜଣାପଡ଼ିଛି। କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ତାଙ୍କ ପରିବାର ଲୋକଙ୍କୁ ଏ ବାବଦରେ ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ଅନୁସାରେ କ୍ରିତିକା ରାଜ ନାମକ ଜଣେ ଛାତ୍ରୀ ଗତକାଲି ରାତି ପ୍ରାୟ ସାଢ଼େ ବାରଟା ସମୟରେ ହଷ୍ଟେଲର ୫ମ ମହଲା ଛାତରୁ ତଳକୁ ଡେଇଁ ପଡ଼ିଥିଲେ। ଡେଇଁବା ପରେ ଶବ୍ଦ ଶୁଣି ତାଙ୍କ ସହଯୋଗୀମାେନ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍କୁ ଚିକିତ୍ସା ପାଇଁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏହାକୁ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି। ମାନସିକ ଦୁସଚିନ୍ତା ଏହାର କାରଣ ହୋଇପାରେ ବୋଲି ସହପାଠୀ ମାନେ କହିଛନ୍ତି।