ଭୁବନେଶ୍ୱର: ନିକଟରେ ଚର୍ଚ୍ଚାକୁ ଆସିଥିବା ତଥା କଥିତ ‘କୁନି ବାବା’ଙ୍କ ଆଶ୍ରମ ଭଙ୍ଗା ହେବା ନେଇ ବିଡିଏ ଓ ବିଏମ୍‍ସି ଜାରି କରିଥିବା ନିର୍ଦ୍ଦେଶକୁ ସ୍ଥଗନ ଆଦେଶ ଦେଇଛନ୍ତି ହାଇକୋର୍ଟ । ଏହାଦ୍ୱାରା ଡିସେମ୍ବର ୧୨ ତାରିଖ ଯାଏ ଆଶ୍ରମ କର୍ତ୍ତୃପକ୍ଷଙ୍କୁ ଆଶ୍ୱସ୍ତି ମିଳିଛି।


COMMERCIAL BREAK
SCROLL TO CONTINUE READING

ମନକୁ ମନ ବାବା ବୋଲାଇ ସନାତନୀ ହିନ୍ଦୁଙ୍କ ଧର୍ମୀୟ ଭାବନା ଉପରେ ଆଘାତ ଆଣିଥିବା ଏହି ନାବାଳକ ବାବାଙ୍କ ବିରୋଧରେ  ଲୋକଙ୍କୁ ଶୋଷଣ କରୁଥିବା ନେଇ ଅଭିଯୋଗ ହୋଇଥିଲା। ଏହା ପରେ ସମ୍ପୃକ୍ତ ଆଶ୍ରମର ବୈଧାନିକତା ବିଷୟ ମଧ୍ୟ ସାମ୍ନାକୁ ଆସିଥିଲା। ଏହାକୁ ଯାଞ୍ଚ କରିବା ପରେ ଖଣ୍ଡଗିରିରେ ଥିବା ‘ବୈକୁଣ୍ଠ ଧାମ’କୁ ଭାଙ୍ଗିବା ଲାଗି ଆଦେଶ ଦେଇଛନ୍ତି ବିଡିଏ। ଏହି ଆଦେଶ ଶୁକ୍ରବାରଦିନ କାର୍ଯ୍ୟକାରୀ କରିବାକୁ ସ୍ଥିର ହୋଇଥିଲା। ହେଲେ ଏ ସ୍ଥଗିତାଦେଶ ଏବେ ସବୁ ଆଶଙ୍କାକୁ ପ୍ରଶମିତ କରିଛି।


ସୂଚନା ଅନୁସାରେ ଆସନ୍ତା କାଲି ସକାଳେ ବିଡିଏ ଓ ବିଏମ୍‍ସିର ଏକ ସ୍ୱତନ୍ତ୍ର ଟିମ୍‍ ଏହି କାର୍ଯ୍ୟକୁ ରୂପାୟାନ କରିଥାଆନ୍ତେ।। ଏହା ପୂର୍ବରୁ ଆଜି ଏ ନେଇ ମାଇକରେ ଘୋଷଣା କରାଯାଇଥିଲା । ଆଶ୍ରମ ଭିତରେ ଥିବା ସାମଗ୍ରୀ କାଢି ନେବାକୁ ବି କୁହାଯାଇଥିଲା।


ଖଣ୍ଡଗିରି ବାସିନ୍ଦା ତଥା କଥାବାଚକ କାଶୀନାଥ ମିଶ୍ରଙ୍କ ନାବାଳକ ପୁଅ ଅନନ୍ତ ମାଧବଙ୍କୁ କିଛି ବ୍ୟକ୍ତି ଗଲା କିଛିଦିନ ହେଲା ବାବା ଭାବରେ ପୂଜା କରୁଛନ୍ତି। ତାଙ୍କ ଉଦ୍ଦେଶ୍ୟରେ ସତ୍‍ସଙ୍ଗ ଆୟୋଜନ ବି କରାଉଛନ୍ତି। ତାଙ୍କୁ ଅଲୌକିକ ପ୍ରତିଭାର ଅଧିକାରୀ ବୋଲି କହି ତାଙ୍କ ପାଦ ତଳେ ତୁଳସୀ ରଖି ଫଟୋ ଭାଇରାଲ କରୁଛନ୍ତି। ଏହା ଦ୍‍ୱାରା ମନକୁ ମନ ବାବା ବୋଲାଉଥିବା ମାଧବ ଓ ତାଙ୍କ ସମର୍ଥକଙ୍କ ପ୍ରତି ଜନ ଅସନ୍ତୋଷ ବଢ଼ି କ୍ରମଶଃ ବିଭିନ୍ନ ଉତ୍କଟ ହେବାରେ ଲାଗିବାରୁ  ପୁଲିସ ର ହସ୍ତକ୍ଷେପ ଆବଶ୍ୟକ ପଡ଼ିଥିଲା।  ପରେ  ବିଡିଏ ଏବଂ ବିଏମ୍‍ସି  ଆଶ୍ରମ ଜମିର ଯାଞ୍ଚ କରିବା ବେଳେ ୧୪୦ଡିସିମିଲ ସରକାରୀ ଜମିକୁ ଆଶ୍ରମ ନାଁରେ ଜବରଦଖଲ କରାଯାଇଥିବା ବିଡିଏ ଅଧିକାରୀମାନେ କହିଥିଲେ। ଏହାପରେ ଉଭୟ ବିଡିଏ ଓ ବିଏମ୍‍ସି ପକ୍ଷରୁ ଆସନ୍ତା କାଲି ରୂପାୟନ କାର୍ଯ୍ୟ ଆରମ୍ଭ ହେବ ବୋଲି କୁହାଯାଇଥିଲା।