Baliyatra: ଓଡ଼ିଶା ପ୍ରସିଦ୍ଧ କଟକର ବାଲିଯାତ୍ରାକୁ ଆଉ ଗୋଟିଏ ଦିନ ବଢ଼ାଇ ଦିଆଯାଇଛି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ଏନେଇ ଟ୍ୱିଟରରେ ସୂଚନା ଦେଇଛି। କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି,  ‘ ଲୋକଙ୍କ ଆଗ୍ରହ ଓ ଉତ୍ସାହକୁ ଦେଖି  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଐତିହାସିକ ବାଲିଯାତ୍ରାର ଅବଧିକୁ ଆହୁରି ଗୋଟିଏ ଦିନ ବୃଦ୍ଧି କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

 



ଚଳିତ ନଭେମ୍ବର ୧୫ ତାରିଖ କାର୍ତ୍ତିକ ପୂର୍ଣ୍ଣମୀଠାରୁ ବାଲିଯାତ୍ରା ଆରମ୍ଭ ହୋଇଥିଲା। ଏହା ୮ ଦିନ ଚାଲିବ ବୋଲି ପୂର୍ବରୁ  ନିଷ୍ପତ୍ତି ନିଆଯାଇଥିଲା। ହେଲେ ଲୋକଙ୍କ ଆଗ୍ରହକୁ ଧ୍ୟାନ ଦେଇ ଏହି ଯାଜ୍ରାକୁ ଆଉ ଗୋଟିଏ ଦିନ ବଢ଼ାଇ ଦିଆଯାଇଛି।