ଭିଜିଲାନ୍ସ ଜାଲରେ ବାରିପଦା ଟାଉନ୍ ଥାନା ଏଏସଆଇ
Vigilance Raid: ଦୀର୍ଘ ମାସ ପରେ ହଠାତ୍ ଏଏସଆଇ ରାମଚନ୍ଦ୍ର ସୋରେନ୍ ତାଙ୍କ ଘରକୁ ଆସି ପୁଅର ନାମ କାଟିବାକୁ ୭ହଜାର ଟଙ୍କା ମାଗିଥିଲେ।
ବାରିପଦା: ଭିଜିଲାନ୍ସ ଜାଲରେ ବାରିପଦା ଟାଉନ ଥାନା ଏଏସ୍ଆଇ ରାମଚନ୍ଦ୍ର ସୋରେନ। ଅଭିଯୋଗକାରୀ ଠାରୁ ୬ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ବାରିପଦା ଭିଜିଲାନ୍ସ ବିଭାଗ। ବାରିପଦା ଭିଜିଲାନ୍ସ ଆଡିସନାଲ ଏସ୍ପି ହରେକୃଷ୍ଣ ମାଝୀଙ୍କ ନେତୃତ୍ୱରେ ଯାଇଥିବା ଟିମ୍ ଏଏସ୍ଆଇଙ୍କୁ ଧରିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଶୁଭ୍ରାଂଶୁ ଶେଖର ଦତ୍ତଙ୍କଠାରୁ ଏକ ମାମଲାରୁ ନାମ କାଟିବା ଲାଗି ଏଏସ୍ଆଇ ଲାଞ୍ଚ ନେଉଥିଲେ। ବାରିପଦା ବାରୁଣୀ ରୋଡ଼ ଠାରେ ନିଜ ଭଡ଼ା ଘର ସମ୍ମୁଖରେ ଟଙ୍କା ନେଉଥିଲେ। ତେବେ ଏକ ପାରିବାରିକ ଗଣ୍ଡଗୋଳକୁ ନେଇ ଅଭିଯୋଗକାରୀଙ୍କ କକା ଓ ଖୁଡି ସେମାନଙ୍କ ନାମରେ ବାରିପଦା ଟାଉନ୍ ଥାନାରେ ଏକ ମିଥ୍ୟା ମାମଲା କରିଥିଲେ। ଦୀର୍ଘ ମାସ ପରେ ହଠାତ୍ ଏଏସଆଇ ରାମଚନ୍ଦ୍ର ସୋରେନ୍ ତାଙ୍କ ଘରକୁ ଆସି ପୁଅର ନାମ କାଟିବାକୁ ୭ହଜାର ଟଙ୍କା ମାଗିଥିଲେ। ପରେ ଭିଜିଲାନ୍ସକୁ ଖବର ଦେଇ ଆଜି ଶୁଭ୍ରାଂଶୁ ସମ୍ପୃକ୍ତ ASIଙ୍କୁ ୬ ହଜାର ଟଙ୍କା ଲାଞ୍ଚ ଦେବା ବେଳେ ଭିଜିଲାନ୍ସ ଟିମ୍ ASI ରାମଚନ୍ଦ୍ର ସୋରେନ୍ଙ୍କୁ ଧରିଥିଲା। ପରେ ତାଙ୍କ ଅଫିସ ସହିତ ଘରେ ମଧ୍ୟ ତନାଘନା କରୁଛି ଭିଜିଲାନ୍ସ। ତେବେ ତାଙ୍କର କେତେ ସମ୍ପତି ଠାବ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। ଭିଜିଲାନ୍ସ ଟିମ୍ ଚଢ଼ଉ ଜାରି ରଖିଛି।