Odisha News: ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁକୁ କେନ୍ଦ୍ର କରି ବାଲେଶ୍ବର ଜିଲ୍ଲା ଜଳେଶ୍ଵର ସ୍ଥିତ ଜିକେ ଭଟ୍ଟର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା। ସ୍ବାସ୍ଥ୍ଯକେନ୍ଦ୍ରର ଇନଚାର୍ଜ ଡାକ୍ତର ଦିଲ୍ଲିପ ପାତ୍ରଙ୍କୁ ମାଡ ମାରିଲେ ମୃତ ରୋଗିଙ୍କ ସଂପର୍କୀୟ। ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଜଳେଶ୍ବର ପୋଲିସ ପହଞ୍ଚି ଉତ୍ଯକ୍ତ ଲୋକଙ୍କୁ ବୁଝାସୁଝା କରିଛି।


COMMERCIAL BREAK
SCROLL TO CONTINUE READING

 ସୂଚନା ଅନୁଯାୟୀ ଜଳେଶ୍ଵର ଥାନା ଅନ୍ତର୍ଗତ ଚକହରି ଗ୍ରାମର ଉମେଶ ଉଝା ଆଜି ମଧ୍ଯାହ୍ନ ସମୟରେ ଘରୋଇ କଳହ ଯୋଗୁ ବିଷ ପିଇ ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ଜଳେଶ୍ବର ସ୍ଥିତ ଜିକେ ଭଟ୍ଟର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ମାତ୍ର ହସପିଟାଲ ରେ କାର୍ଯ୍ୟରତ ଡାକ୍ତର ଦିଲ୍ଲିପ ପାତ୍ର ରୋଗୀ ଦେଖିବାରେ ଅବହେଳା କରିବାରୁ ରୋଗୀର ମୃତ୍ୟୁର ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ହସପିଟାଲ ପରିସରରେ ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ମୃତକଙ୍କ ସମ୍ପର୍କୀୟମାନେ ଡାକ୍ତରଙ୍କୁ ମାଡ଼ ମାରିଥିଲେ। ଖବର ପାଇ ଜଳେଶ୍ବର ପୋଲିସ ପହଞ୍ଚି ଉତ୍ଯକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଘଟଣାର ତଦନ୍ତ କରୁଛି। ଏନେଇ ଡାକ୍ତର ଦିଲ୍ଲୀପ ପାତ୍ରଙ୍କ ପ୍ରତିକ୍ରିୟା ମିଳି ପାରିନି।