Odisha Crime: (ପ୍ରେମାନନ୍ଦ ପୂଜାରୀ) ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ନଳୀହାଡ ଗ୍ରାମର ପିଣ୍ଟୁ ସ୍ବାଇଁ ଓ ପୁତୁରା ନାରାୟଣ ସ୍ୱାଇଁଙ୍କୁ ଆକ୍ରମଣ ଘଟଣାକୁ ନେଇ ବିଚାରଧୀନ ମାମଲା ର ଆଜି ରାୟ ପ୍ରକାଶ ପାଇଛି । ବ୍ରହ୍ମପୁର ଗୋଳନ୍ଥରା ଥାନା ଅନ୍ତର୍ଗତ ଜି ଆପନ୍ନା, କେ ବରାଡୁ ପାତ୍ର ନାମକ ଦୁଇଜଣ ଅଭିଯୁକ୍ତଙ୍କୁ ମାନ୍ୟବର ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ୩ ବର୍ଷ କାରାଦଣ୍ଡ ଆଦେଶ ଶୁଣାଇଛନ୍ତି।
ମିଳିଥିବା ସୁଚନା ଅନୁଯାୟୀ, ଗତ ୨୦୧୮ ମସିହାରେ ଜି ଆପନ୍ନା - ପିଣ୍ଟୁ ସ୍ବାଇଁ ଠାରୁ ନଗଦ ୬ ଲକ୍ଷ ଟଙ୍କା କରଜ ନେଇଥିଲେ ଓ ଶୀଘ୍ର ଫେରାଇବାକୁ ପ୍ରତିଶୃତି ଦେଇଥିଲେ। କିନ୍ତୁ ଦିନ ପରେ ଦିନ ଗଡି ଚାଲିବାକୁ ଲାଗିଲା, ଆପନ୍ନା ଧାର ଟଙ୍କା ନ ଫେରାଇବାରୁ ପିଣ୍ଟୁ ଓ ନାରାୟଣ ତାକୁ ସାକ୍ଷାତ କରି ଟଙ୍କା ଫେରସ୍ତ ପାଇଁ ଅନୁରୋଧ କରିଥିଲେ ଓ ଉଭୟଙ୍କ ମଧ୍ୟରେ ବଚସା ସୃଷ୍ଟି ହୋଇଥିଲା। ପରବର୍ତ୍ତୀ ସମୟରେ ଉଭୟ ଦାଦା ଓ ପୁତୁରା ନିଜ ଗ୍ରାମ ନଳୀହାଡ ଫେରୁଥିବା ବେଳେ ଆପନ୍ନା ଓ ତା''ର ବନ୍ଧୁ ବୋରାଡୁ ମିଶି ସହର ଉପକଣ୍ଠ ଫାଷ୍ଟ ଗେଟ୍ ନିକଟରେ ପିଣ୍ଟୁ ଓ ତା'ର ପୁତୁରାକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଆହତ ଦ୍ଵୟ ସେଠାରୁ ଯାଇ ସଦର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରିବା ସହ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।