ଶିମିଳିପାଳରେ ଆଖି ବୁଜିଲା ପୋଷା ହାତୀ ଭବାନୀ; ୬୦ ବର୍ଷ ବୟସରେ ମୃତ୍ୟୁ

Elephant death: ଅଭୟାରଣ୍ୟରେ କାଠ ମାଫିଆ ଏବଂ ବନ୍ୟଜନ୍ତୁ ଶିକାରୀ ରୋକିବା ତଥା ପେଟ୍ରୋଲିଂ ପାଇଁ ୨୦୦୧ ଡିସେମ୍ବର ମାସରେ କର୍ଣ୍ଣାଟକ ରାଜୀବ ଗାନ୍ଧୀ ଜାତୀୟ ଉଦ୍ୟାନ `ହାମସୁରା ବନ୍ୟପ୍ରାଣୀ ଡିଭିଜନ`ର ହସ୍ତୀପ୍ରକଳ୍ପ ଶିବିରରୁ ତାଲିମ ପ୍ରାପ୍ତ ଦନ୍ତାହାତୀ ମହେନ୍ଦ୍ର, ଦୁଇଟି ମାଈ ହାତୀ ଭବାନୀ ଓ ଶୋଭା ଏବଂ ତିନିଟି କୁମକୀ ହାତୀଙ୍କୁ ଶିମିଳିପାଳ ଅଣାଯାଇଥିଲା। ପ୍ରଥମେ ଶୋଭା ଓ କିଛି ଦିନ ପୂର୍ବରୁ ମହେନ୍ଦ୍ରର ମୃତ୍ୟୁ ହୋଇଥିଲା। ଆଜି ୬୦ବର୍ଷ ବୟସରେ ଆଖି ବୁଜିଛି ଭବାନୀ।
ମୟୁରଭଞ୍ଜ: ସଙ୍କଟରେ ଗଜରାଜ। ଶିମିଳିପାଳ ଅଭୟାରଣ୍ୟ ଭିତରେ କୁଙ୍କି ହାତୀ ଭବାନୀର ମୃତ୍ୟୁ। ଅଭୟାରଣ୍ୟ ଭିତରେ ଜେନାବିଲଠାରେ ତାକୁ ରଖାଯାଇଥିଲା ଗତ ୨୦୦୧ ମସିହା ରେ ଶିମିଳିପାଳକୁ ଏକ ସାଙ୍ଗରେ କର୍ଣ୍ଣାଟକରୁ ତିନୋଟି ହାତୀ ଶୋଭା ଭବାନୀ ଓ ମହେନ୍ଦ୍ରକୁ ଅଣାଯାଇଥିଲା। ଗତ କିଛି ମାସ ପୂର୍ବରୁ ଶୋଭାର ମୃତ୍ୟୁ ହୋଇଥିବା ବେଳେ ଗତ ଜାନୁଆରୀ ୧୨ ତାରିଖ ରେ ମହିନ୍ଦ୍ରାର ମୃତ୍ୟୁ ହୋଇଥିଲା।
ଆଜି ସକାଳୁ ହାତୀଟିର ମୃତ୍ୟୁ ହୋଇଥିବା ବେଳେ ବନକର୍ମଚାରୀ ଓ ପ୍ରାଣୀପ୍ରେମୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ଅଭୟାରଣ୍ୟରେ କାଠ ମାଫିଆ ଏବଂ ବନ୍ୟଜନ୍ତୁ ଶିକାରୀ ରୋକିବା ତଥା ପେଟ୍ରୋଲିଂ ପାଇଁ ୨୦୦୧ ଡିସେମ୍ବର ମାସରେ କର୍ଣ୍ଣାଟକ ରାଜୀବ ଗାନ୍ଧୀ ଜାତୀୟ ଉଦ୍ୟାନ 'ହାମସୁରା ବନ୍ୟପ୍ରାଣୀ ଡିଭିଜନ'ର ହସ୍ତୀପ୍ରକଳ୍ପ ଶିବିରରୁ ତାଲିମ ପ୍ରାପ୍ତ ଦନ୍ତାହାତୀ ମହେନ୍ଦ୍ର, ଦୁଇଟି ମାଈ ହାତୀ ଭବାନୀ ଓ ଶୋଭା ଏବଂ ତିନିଟି କୁମକୀ ହାତୀଙ୍କୁ ଶିମିଳିପାଳ ଅଣାଯାଇଥିଲା। ପ୍ରଥମେ ଶୋଭା ଓ କିଛି ଦିନ ପୂର୍ବରୁ ମହେନ୍ଦ୍ରର ମୃତ୍ୟୁ ହୋଇଥିଲା। ଆଜି ୬୦ବର୍ଷ ବୟସରେ ଆଖି ବୁଜିଛି ଭବାନୀ।