Bhubaneswar Baramunda New Bus Stand: ଭାରତୀୟ ସମ୍ବିଧାନ ପ୍ରଣେତା ତଥା ସାମାଜିକ ନ୍ୟାୟର ପ୍ରତୀକ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ନାମରେ ନାମିତ ହେବ ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡ ରାଜଧାନୀରେ ଅବସ୍ଥିତ ରାଜ୍ୟର ଏହି ପ୍ରମୁଖ ବସଷ୍ଟାଣ୍ଡ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ନାମରେ ନାମିତ ହେଉଥିବା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ସମ୍ପର୍କରେ ଜଣାଇବା ବେଳେ ମୁଖ୍ୟମନ୍ତ୍ରୀ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ପ୍ରତି  ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏଣିକି ବରମୁଣ୍ଡା ବସଷ୍ଟାଣ୍ଡ ବାବା ସାହେବ ଭୀମ ରାଓ ଆମ୍ବେଦକର ବସ ଟର୍ମିନାଲ ନାମରେ ନାମିତ ହେବ।


COMMERCIAL BREAK
SCROLL TO CONTINUE READING

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି  ଯେ  ଡକ୍ଟର ଭୀମରାଓ ଆମ୍ବେଦକର ଜଣ  ଦୂରଦର୍ଶୀ ନେତା  ସମର୍ପିତ  ସମାଜ  ସଂସ୍କାରକ  ଥିଲେ। ସମାଜର ଦଳିତ ନିଷ୍ପେଶିତଙ୍କ ପାଇଁ ସେ  ଆଶାର ଆଲୋକ ରହିଥିଲେ। ଏକ   ନ୍ୟାୟ ପୂର୍ଣ୍ଣ ସମାଜ ଗଠନ ପାଇଁ  ସେ ସାରା ଜୀବନ ସଂଘର୍ଷ କରିଛନ୍ତି।


ଦେଶ ଗଠନରେ ତାଙ୍କର ମହାନ୍ ଅବଦାନ ସହ ଆଦର୍ଶ ବିଷୟରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ  ଡକ୍ଟର ବାବାସାହେବ ଆମ୍ବେଦକର ବସଷ୍ଟାଣ୍ଡ ଠାରେ ୯୦୦ ବର୍ଗ ଫୁଟ ଅଞ୍ଚଳରେ ଏକ ସ୍ଵତନ୍ତ୍ର ଗ୍ୟାଲେରୀ  ନିର୍ମାଣ  କରାଯିବ। ଡିଜିଟାଲ ଜ୍ଞାନକୌଶଳ ବ୍ୟବହାର କରି ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଜୀବନୀ ଏବଂ ଆଦର୍ଶକୁ ଏହି ସ୍ଵତନ୍ତ୍ର ଗ୍ୟାଲେରୀ ଠାରେ ସୁନ୍ଦର ଭାବେ ଉପସ୍ଥାପିତ କରାଯିବ। ଭାରତୀୟ  ସମ୍ବିଧାନର ଏକ ନକଲ ସହିତ  ବାବା ସାହେବ ଦ୍ଵାରା ବ୍ୟବହୃତ ବିଭିନ୍ନ  ଜିନିଷ ମଧ୍ଯ ଏଠାରେ ପ୍ରଦର୍ଶିତ ହେବ।


ପ୍ରାୟ ୧୫.୫ ଏକର ପରିମିତ ଜମିରେ ନିର୍ମିତ ଡକ୍ଟର ବାବାସାହେବ ଆମ୍ବେଦକର ବସଷ୍ଟାଣ୍ଡ ଦୈନିକ ୩୦ ହଜାର  ଯାତ୍ରୀଙ୍କ ଲାଗି ପରିବହନର ମୁଖ୍ୟ ମାଧ୍ୟମ ହେବ। ଏହାକୁ ଦୃଷ୍ଟିରେ ରଖି ଏଠାରେ ଯାତ୍ରୀଙ୍କ ପାଇଁ ବିଭିନ୍ନ ସୁବିଧା  ସୁଯୋଗର ବିକାଶ କରାଯିବା ସହ ନିରାପତ୍ତା ପ୍ରତି ମଧ୍ୟ ସ୍ଵତନ୍ତ୍ର ଧ୍ୟାନ ଦିଆଯାଇଛି।