Commissionerate Police Security for Dussehra 2023: ଦଶହରା ପାଇଁ ରାଜଧାନୀରେ କମିଶନରେଟ ପୋଲିସ ପକ୍ଷରୁ ଗ୍ରହଣ କରାଯାଇଛି ମଜବୁତ ସୁରକ୍ଷା ବ୍ୟବସ୍ଥା। ଦୁର୍ଗାପୂଜା ଲାଗି ଅକ୍ଚୋବର ୨୦ ତାରିଖରୁ ୨୫ ପର୍ଯ୍ୟନ୍ତ ସୁରକ୍ଷା ଦାୟିତ୍ୱରେ ରହିବେ ୩୧ ପ୍ଲାଟୁନ ଫୋର୍ସ। ସୁରକ୍ଷା ଦାୟିତ୍ୱରେ ୧୨ ଅତିରିକ୍ତ ଡିସିପି, ୨୩ ଏସିପି, ୪୧ ଇନ୍ସପେକ୍ଟର, ୧୫୧ ସବ୍ ଇନ୍ସପେକ୍ଟର, ୧୧୯ ଟ୍ରାଫିକ୍ କନଷ୍ଟେବଳ, ୭୦ ଏପିଆର କନେଷ୍ଟବଳ, ୨୦୭୦ ଓପପିଏଫ କନଷ୍ଟେବଳ ନିୟୋଜିତ ହେବେ। 


COMMERCIAL BREAK
SCROLL TO CONTINUE READING

ଦଶହରା ବେଳେ କମିଶନରେଟ ପୋଲିସ କେବଳ ଭୁବନେଶ୍ୱର ରାସ୍ତାରେ ଗାଡ଼ି ମଟର ଯାଞ୍ଚ (Commissionerate Police Checking in Bhubaneswar) କରିପାରିବ ନାହିଁ। ବରଂ ଭାରୀ ଯାନବାହନ ଚଳାଚଳ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯିବ। ରାଜଧାନୀ ପୂଜା ମଣ୍ଡପକୁ (Bhubaneswar Durga Puja Mandap) ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇଛି। ଏ ସମ୍ପର୍କରେ ପୋଲିସ ସମ୍ପୃକ୍ତ ସମସ୍ତ ବିଭାଗ ସହିତ ମିଳିତ ଭାବରେ ଯାଞ୍ଚ କରିସାରିଛି। ଚଳିତ ବର୍ଷ ରାଜଧାନୀରେ ୧୮୮ ମଣ୍ଡପରେ ଦୁର୍ଗା ପୂଜା ଆୟୋଜନ କରାଯାଉଛି। 


ରାଜଧାନୀ ଭୁବନେଶ୍ୱର ଠାରେ ସ୍ଥାପିତ ୬ କଣ୍ଟ୍ରୋଲ (Commissionerate Police Control Room in Bhubaneswar) ରୁମ ଠାରୁ କମିଶନରେଟ ପୋଲିସ ପକ୍ଷରୁ ଗ୍ରହଣ କରାଯାଇଥିବା ସମସ୍ତ ପ୍ରକାରର ସୁରକ୍ଷା ବ୍ୟବସ୍ଥା ଉପରେ ୨୪ ଘଣ୍ଟିଆ ସତର୍କ ନଜର ରଖାଯିବ। ସୁରକ୍ଷା ବ୍ୟବସ୍ଥା ନୀରିକ୍ଷଣ ପାଇଁ ମଧ୍ୟ ସିସିଟିଭି କ୍ୟାମେରା ବ୍ୟବହାର କରାଯିବ। ପୂଜା ସମୟରେ ଜୋର ଜବରଦସ୍ତ ପୂଜା ଆଦାୟ ସମ୍ପର୍କରେ ଅଭିଯୋଗ କରିବା ପାଇଁ ପୋଲିସ ପକ୍ଷରୁ ଟୋଲ୍ ଫ୍ରି ନମ୍ବର ଜାରି କରାଯାଇଛି।


ଚଳିତ ବର୍ଷ ଦଶହରା ପାଇଁ କମିଶନରେଟ ପୋଲିସ (Commissionerate Police Bhubaneswar) ପକ୍ଷରୁ ଗ୍ରହଣ କରାଯାଇଥିବା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ କମିଶନର ସୌମ୍ୟେନ୍ଦ୍ର ପ୍ରିୟଦର୍ଶୀ (Police Commissioner Saumendra Priyadarshi)। ଏନେଇ ପ୍ରତିକ୍ରିୟା ରଖି ପୋଲିସ କମିଶନର କହିଛନ୍ତି ଯେ, ଦଶହରା ସମୟରେ ପୋଲିସ ବାହୀନୀର ପ୍ରାଥମିକ ଦାୟିତ୍ୱ ହେଉଛି ଭିଡ଼ ପରିଚାଳନା ପାଇଁ ପୂଜା ମଣ୍ଡପରେ ଉପସ୍ଥିତ ରହିବା। କୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ କମିଶନରେଟ ପୋଲିସ ପକ୍ଷରୁ ୬  ନିୟନ୍ତ୍ରଣ କକ୍ଷ ସ୍ଥାପନ କରାଯାଇଛୁ। ଆବଶ୍ୟକ ସ୍ଥଳେ ହସ୍ତକ୍ଷେପ କରିବାକୁ ଆମେ ବିଭିନ୍ନ ସ୍ଥାନରେ ଷ୍ଟ୍ରାଇକ୍ ଫୋର୍ସ ମୁତୟନ କରାଯାଇଛି।


ସେମାନଙ୍କ ସହ ଏକ ସୁଗମ ସମନ୍ୱୟ ନିଶ୍ଚିତ କରିବାକୁ ଆମେ ପୂଜା କମିଟି ସହିତ ନିରନ୍ତର ଯୋଗାଯୋଗରେ ରହିଛୁ। ପୂଜା ଦେଖିବାକୁ ବାହାରକୁ ଯାଉଥିବାବେଳେ ସେମାନଙ୍କ ଘରର ସୁରକ୍ଷା ପ୍ରତି ସାବଧାନ ରହିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି ପୋଲିସ କମିଶନର ସୌମ୍ୟେନ୍ଦ୍ର ପ୍ରିୟଦର୍ଶୀ।।


ଦଶହରା ପାଇଁ ଆସନ୍ତା ୨୦ ତାରିଖରୁ ୨୫ ପର୍ଯ୍ୟନ୍ତ କମିଶନରେଟ ପୋଲିସ ଛାଉଣୀରେ ରହିବ ସମଗ୍ର ରାଜଧାନୀ। ଟ୍ରାଫିକ କଟକଣା ସହ ବ୍ଲକିଂ ସହ ଚେକିଂ କଡ଼ାକଡ଼ି ଭାବରେ କରାଯିବ। ଭାରୀଯାନ ଚଳାଚଳ ଉପରେ ନିଷେଧାଦେଶ ଜାରି ହେବ। ରାଜଧାନୀର ଦୁର୍ଗା ପୂଜା ମଣ୍ଡପକୁ ୩ ଶ୍ରେଣୀରେ ବିଭକ୍ତ କରାଯାଇଛି। ବଟି କିମ୍ବା ଚାନ୍ଦା ପାଇଁ ଟୋଲ ଫ୍ରି ନମ୍ବର ଜାରି କରିଛି କମିଶନରେଟ ପୋଲିସ। ସୁରକ୍ଷା ବ୍ୟବସ୍ଥାକୁ ୨୪ ଘଣ୍ଟିଆ ଅନୁଧ୍ୟାନ କରିବେ ଭୁବନେଶ୍ୱର ଡିସିପି। ସିସିଟିଭି ନଜରରେ ରାଜଧାନୀର ବିଭିନ୍ନ ଛକ ସହ ଗଳିକନ୍ଦି ରହିବ। ଶାରଦୀୟ ଅଭିନନ୍ଦନ ନେଇ ମଧ୍ୟ ସହରବାସୀଙ୍କୁ ଦୁର୍ଗାପୂଜା ଲାଗି ଶୁଭେଚ୍ଛା ଜଣାଇଛନ୍ତି ପୋଲିସ କମିଶନର ସୌମ୍ୟେନ୍ଦ୍ର ପ୍ରିୟଦର୍ଶୀ।