STF Raid: ଓଡିଶା ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ (STF)କୁ ବଡ଼ ସଫଳତା। ଅନୁଗୁଳ ଜିଲ୍ଲାରେ ଏକ ସ୍ୱତନ୍ତ୍ର ଅପରେସନ ଜରିଆରେ ଦୁଇଜଣ ଡ୍ରଗ୍ସ ବେପାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ଏସଟିଏଫ୍। ଅପରେସନ୍ ସମୟରେ ୧.୧ କୋଟିରୁ ଅଧିକ ମୂଲ୍ୟର ହେରୋଇନ୍ ଜବତ କରାଯାଇଛି।


COMMERCIAL BREAK
SCROLL TO CONTINUE READING

ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଉପରେ କାର୍ଯ୍ୟ କରି ସୋମବାର ଦିନ ଅନୁଗୁଳ ଜିଲ୍ଲା ପୋଲିସର ସହାୟତାରେ ଭୁବନେଶ୍ୱରରୁ ଆସିଥିବା ଏସଟିଏଫଙ୍କ ଏକ ଟିମ୍ ଦ୍ୱାରା ନିଶା କାରବାର ତଥା ନିଶା ନିବାରଣ ବିରୋଧରେ ତାଳଚେରରେ ଏକ ଅପରେସନ କରାଯାଇଥିବା ସୂଚନା ଦେଇଛି ଏସଟିଏଫ୍।


ଏହି ଚଢ଼ାଉ ବେଳେ ଦଳ ଜଣେ ଆନ୍ତଃ ରାଜ୍ୟ ଡ୍ରଗ୍ ବେପାରୀଙ୍କ ସମେତ ଦୁଇ ଜଣଙ୍କୁ ଗିରଫ କରିଛି। ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲ୍ଲାର ଫାରାକ୍କାର ରାକିବୁଲ ସେଖ (୪୩) ଏବଂ ତାଲଚେରର ବିଜୟ ବିରବର୍ମା (୨୬) ବୋଲି ଜଣାପଡିଛି।ଚଢ଼ାଉ ସମୟରେ ୧.୧ କିଲୋଗ୍ରାମରୁ ଅଧିକ ବ୍ରାଉନ ସୁଗାର (ହେରୋଇନ) ଏବଂ ଅନ୍ୟାନ୍ୟ ଅପରାଧିକ ସାମଗ୍ରୀ ସେମାନଙ୍କ ନିକଟରୁ ଜବତ କରାଯାଇଥିବା ସୂଚନା ଦେଇଛି ଏସଟିଏଫ୍।