Vande Bharat Express: ଭୁବନେଶ୍ବର- ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ୍ (Vande Bharat Express) ଆଜିଠାରୁ ନିୟମିତ ଚଳାଚଳ କରିବ। ଭୁବନେଶ୍ବର ଷ୍ଟେସନରୁ ଏହି ଟ୍ରେନ୍ ସକାଳ  ୫ଟା ୧୫ରେ ଛାଡି଼ବ। ଯାହା ବିଶାଖାପାଟଣାରୁ ଅପରାହ୍ନ ୩ଟା ୩୦ରେ ଛାଡି଼ବ ବୋଲି ପୂର୍ବତଟ ରେଳପଥର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଚଳିତ ମାସ ୧୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟବାସୀଙ୍କ ପାଇଁ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍ (ଭୁବନେଶ୍ବର- ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ୍ )ର ଶୁଭାରମ୍ଭ କରିଛନ୍ତି।  


COMMERCIAL BREAK
SCROLL TO CONTINUE READING

ALSO READ:  Weather Update: ରାଜ୍ୟରେ ବର୍ଷା ନେଇ ୧୪ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି


ଭୁବନେଶ୍ବର ବିଶାଖାପାଟଣା ମଧ୍ୟରେ ନିୟମିତ ଚାଲିବାକୁ ଥିବା ଏହି ଟ୍ରେନ୍ ଖୋର୍ଦ୍ଧା ରୋଡ୍, ବ୍ରହ୍ମପୁର, ପଲାସା, ଶ୍ରୀକାକୁଲମ ରୋଡ୍ ଓ ବିଜୟନଗରମ ଠାରେ ରହିବ ।  ଏହି ଟ୍ରେନଟି ସପ୍ତାହକୁ ୬ ଦିନ ଚାଲିବ ବୋଲି ଜଣାପଡିଛି। ସୂଚନା ଅନୁସାରେ, ୮ କୋଚ୍ ବିଶିଷ୍ଟ ଏହି ଟ୍ରେନ୍ ଟି ସୋମବାର ବ୍ୟତିତ ଅନ୍ୟ ଦିନରେ ଚଳାଚଳ କରିବ। ଏହି ଟ୍ରେନଟି ଭୁବନେଶ୍ବର, ଖୋର୍ଦ୍ଧା ରୋଡ୍, ବିଜୟନଗରମ୍, ବିଶାଖାପାଟଣାରେ ରହଣୀ କରିବ।  ଯାତ୍ରା ସମୟରେ ଟ୍ରେନର ବେଗ ଘଣ୍ଟାପ୍ରତି ୭୭ କିମି ରହିବ ବୋଲି କୁହାଯାଇଛି। 


ସେହିପରି, ନିକଟରେ, ପ୍ରଧାନମନ୍ତ୍ରୀ ପୁରୀ-ଅଯୋଧ୍ୟା ଟ୍ରେନ୍ ର ମଧ୍ୟ ଉଦଘାଟନ କରିଥିଲେ। ଏହି ଟ୍ରେନ୍ ରେ ରାଜ୍ୟବାସୀ ଜଗନ୍ନାଥଧାମରୁ ରାମଲାଲାଙ୍କ ପାଖକୁ ଯାଇ ଦର୍ଶନ କରିପାରିବେ। ଏଥିସହ ପର୍ଯ୍ୟଟନ କ୍ଷେତ୍ରକୁ ରେଳ ମାଧ୍ୟମରେ ଯୋଡିବାରେ ଓଡି଼ଶା ଆଉ ପାଦେ ଆଗକୁ ବଢିବ। ବନ୍ଦେ ଭାରତ ଟ୍ରେନଟି ପୁରୀରୁ ବାହାରି ଖୋର୍ଦ୍ଧା ରୋଡ୍, ବ୍ରହ୍ମପୁର, ପଲାସା, ଶ୍ରୀକାକୁଲମ୍ ରୋଡ୍, ବିଜୟନଗରମ୍ ଦେଇ ବିଶାଖାପାଟଣାରେ ପହଂଚିବ।  ଏହି ଟ୍ରେନଟି ଶନିବାରକୁ ଛାଡି ବାକି ୬ ଦିନ ଚାଲିବ ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।