ଓ୍ବାକଫ୍ ବିଲ୍ ବିରୋଧରେ ବିଜେଡିର ବିକ୍ଷୋଭ
Bid protest: ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ମନମାନି ଚାଲିବ ନାହିଁ ବୋଲି ବିଜେଡି କହିଛି। ଦୀର୍ଘ ବର୍ଷହେଲା ଏହି ପ୍ରଥା ରହି ଆସିଛି। ୱାକଫ ମାଧ୍ୟମରେ ସଂଖ୍ୟାଲଘୁଙ୍କ ପାଇଁ ଅନେକ ବିକାଶ ମୂଳକ କାର୍ଯ୍ୟ ହଉଛି। ଏହା ବନ୍ଦ କରିବାକୁ କେନ୍ଦ୍ର ପ୍ରୟାସ କରୁଛି। କେନ୍ଦ୍ର ନ ମାନିଲେ ଏହାକୁ ଜୋରଦାର ବିରୋଧ ହବ ବୋଲି ବିଜେଡି କହିଛି।
ଭୁବନେଶ୍ଵର: ଓ୍ବାକଫ୍(ସଂଶୋଧନ) ବିଲ୍କୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛି ବିଜୁ ଜନତା ଦଳ। ଆଜି ଓ୍ବାକଫ୍(ସଂଶୋଧନ) ବିଲ୍କୁ ବିରୋଧ କରି ରାଜଭବନ ନିକଟ ସର୍କିଟ୍ ହାଉସ ସମ୍ମୁଖରେ ବିଜେଡି ସଂଖ୍ୟାଲଘୁ ସେଲ୍ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରତିବାଦ ସଭା କରାଯାଇଛି।
ସୂଚନାଯୋଗ୍ୟ ଯେ, ୱାକଫ୍ ବିଲକୁ ବିଜେଡି ବିରୋଧ କରି ଆଜି ବିଧାୟକ କଲୋନିରୁ ବାହାରି ରାଜଭବନ ଅଭିମୁଖେ ଯାଇଥିଲେ ବିଜେଡି ନେତା। ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ମନମାନି ଚାଲିବ ନାହିଁ ବୋଲି ବିଜେଡି କହିଛି। ଦୀର୍ଘ ବର୍ଷହେଲା ଏହି ପ୍ରଥା ରହି ଆସିଛି। ୱାକଫ ମାଧ୍ୟମରେ ସଂଖ୍ୟାଲଘୁଙ୍କ ପାଇଁ ଅନେକ ବିକାଶ ମୂଳକ କାର୍ଯ୍ୟ ହଉଛି। ଏହା ବନ୍ଦ କରିବାକୁ କେନ୍ଦ୍ର ପ୍ରୟାସ କରୁଛି। କେନ୍ଦ୍ର ନ ମାନିଲେ ଏହାକୁ ଜୋରଦାର ବିରୋଧ ହବ ବୋଲି ବିଜେଡି କହିଛି।