ସରକାରଙ୍କ ବଡ଼ ଘୋଷଣା, କେଜି ୩୦ ଟଙ୍କାରେ ଆଳୁ ଦେବୁ
Potato prices: ଆଳୁର ଭାଉ ବଢ଼ିକି ଥିବା ବେଳେ ଆଳୁ ସଙ୍କଟ ଦୂର କରିବା ପାଇଁ କଲିକତା ଯିବେ ଜଗନ୍ନାଥ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର ଆଜି କୋଲକାତା ଯାଇଛନ୍ତି।
ଭୁବନେଶ୍ବର: ରାଜ୍ୟରେ ପୁଣି ଆଳୁ ଦର ଉପରମୁହାଁ ହୋଇଥିବା ବେଳେ ଏହାକୁ ନେଇ ହନ୍ତସନ୍ତ ହେଉଛନ୍ତି ଖାଉଟି। ସରକାରଙ୍କ ହସ୍ତକ୍ଷେପ ପରେ ବି ସ୍ଥିତି ସୁଧୁରୁନି। ଦିନକୁ ଦିନ ବଜାରରେ ଆଳୁ ଦର ବଢିଚାଲିଛି। ଯାହାକୁ ନେଇ ଆଜି ରାଜ୍ୟ ସରକାରଙ୍କ ବଡ଼ ଘୋଷଣା କରିଛନ୍ତି। କେଜି ୩୦ଟଙ୍କାରେ ଦିଆଯିବ ଆଳୁ। ଏନେଇ ଦିଲ୍ଲୀରୁ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
ମନ୍ତ୍ରୀ କହିଛନ୍ତି ଯେ, ଆଲୋଚନା ସତ୍ତ୍ବେ ପଶ୍ଚିମବଙ୍ଗରୁ ଆଳୁ ଆସିପାରୁନାହିଁ। ତେଣୁ ରାଜ୍ୟ ସରକାର ନାଫେଡ୍ ଜରିଆରେ ଆଳୁ ଆଣିବେ। ରବିବାର ଦିନ ରାଜ୍ୟକୁ ପର୍ଯ୍ୟାପ୍ତ ପରିମାଣର ଆଳୁ ଆସିଯିବ। ଉଚ୍ଚା ଦରରେ କିଣିଲେ ବି ଲୋକଙ୍କୁ ୩୦ଟଙ୍କାରେ ଦେବୁ। ଆଳୁ ଅଭାବ ରହିବନି, ପର୍ଯ୍ୟାପ୍ତ ପରିମାଣରେ ଆଳୁ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
ଅନ୍ୟପଟେ ଆଳୁର ବଢ଼ିକି ଥିବା ବେଳେ ଆଳୁ ସଙ୍କଟ ଦୂର କରିବା ପାଇଁ କଲିକତା ଯିବେ ଜଗନ୍ନାଥ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର ଆଜି କୋଲକାତା ଯାଇଛନ୍ତି। ଓଡିଶାକୁ ଆଳୁ ପଠାଇବା ବାବଦରେ ସେ ଦିଦିଙ୍କ ସହ ଆଲୋଚାନ କରିବେ। ମମତାଙ୍କୁ ମନାଇବେ। ସେ କଥା ହେବା ପରେ ରାଜ୍ୟରେ ଉପୁଜିଥିବା ଆଳୁ ସମସ୍ୟାର ସମାଧାନ ହେବ ବୋଲି ଆଶା ରଖିଛନ୍ତି।