Bird Flu: ପିପିଲି ଓ ସତ୍ୟବାଦୀ ଅଞ୍ଚଳରେ ବାର୍ଡ ଫ୍ଲୁ ଉଗ୍ର ରୂପ ନେଇଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ କୁକୁଡ଼ା ମରା ଅଭିଯାନ ଚାଲିଛି। ଗତକାଲି ସୁଦ୍ଧା ୨୬୩୭୧ଟି କୁକୁଡା ମାରି ପୋତାଯାଇଛି। ବାର୍ଡ ଫ୍ଲୁ ଅଞ୍ଚଳରେ ଫାର୍ମ ହାଉସ ମାନଙ୍କୁ ସଚେତନ କରାଯାଇଛି। ୧୦କିଲୋମିଟର ବାହାରକୁ କୁକୁଡା ଯୋଗାଣ ଉପରେ କଟକଣା ଲଗାଯାଇଛି। ପୁରୀ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି। ଯେପରି ଅଧିକ ଅଞ୍ଚଳକୁ ବ୍ୟାପିବ ନାହିଁ ତା ଉପରେ ଗୁରୁତର ସହ ସ୍ବାସ୍ଥ୍ୟ ବିଭାଗ, ପ୍ରାଣୀଧନ ସୁରକ୍ଷା ବିଭାଗ ପକ୍ଷରୁ କାର୍ଯ୍ୟ କରାଯାଉଛି। ଯାହାକୁ ନେଇ ମୁଖ୍ୟ ଚିକିତ୍ସାଧିକାରୀ ଓ ଜିଲ୍ଲାପାଳ କହିଛନ୍ତି।


COMMERCIAL BREAK
SCROLL TO CONTINUE READING

ସେପଟେ ମଣିଷ ଶରୀରରେ ବାର୍ଡ ଫ୍ଲୁ ନେଇ କୌଣସି ସୂଚନା ଏ ପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ। ଦୁଇଣଙ୍କର ସ୍ୱାବ ପରୀକ୍ଷା ପାଇଁ ପଠାଯାଇଛି। ସେମାନଙ୍କ ମଧ୍ୟରେ ରାପିଡ଼ ରେସପନ୍ସ ଟିମର ଯାଜପୁରର ଜଣେ କର୍ମଚାରୀ ଅଛନ୍ତି। ତାଙ୍କୁ କ୍ୱରାଣ୍ଟାଇନରେ ରଖାଯାଇଛି। ୭ ଦିନ ଭିତରେ ରିପୋର୍ଟ ଆସିବା ପରେ ଜଣାପଡିବ ବାର୍ଡଫ୍ଲୁ ହୋଇଛି କି ନାହିଁ। ପିପିଲି ଓ ସତ୍ୟବାଦୀ ଅଞ୍ଚଳରେ ୪ ଟି RRT ବା ରାପିଡ଼ ରେସପନ୍ସ ଟିମ ଗଠନ କରାଯାଇଛି।


ତେବେ ପରିସ୍ଥିତି ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ।ସ୍ୱାସ୍ଥ୍ୟ ବିଭାଗ ପରିସ୍ଥିତି ଉପରେ ସମ୍ପୂର୍ଣ୍ଣ ନଜର ରଖିଛି।ସେହି ଅଞ୍ଚଳରେ କିଛି ଦିନ ପାଇଁ ଚିକେନ ନ ଖାଇବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।ଜିଲ୍ଲାର ପିପିଲି ଓ ସତ୍ୟବାଦୀ ଅଞ୍ଚଳ ବ୍ୟତୀତ ଅନ୍ୟ କୌଣସି ସ୍ଥାନରୁ ବାର୍ଡ ଫ୍ଲୁ ଖବର ଆସି ନାହିଁ।ସଂକ୍ରମିତ ଅଂଚଳରେ ତଣ୍ଟି ଦରଜ ,କାଶ ଭଳି ଲକ୍ଷଣ ଦେଖା ଦେଲେ ତୁରନ୍ତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ପରାମର୍ଶ ଦିଆଯାଇଛି।ପିପିଲିରେ ଆଇସୋଲେସନ ୱାର୍ଡର ବ୍ୟବସ୍ଥା ହୋଇଥିବା ଜିଲ୍ଲା ପାଳ କହିଛନ୍ତି।