Ipshita Sahu: ଶଙ୍ଖ ଭବନରେ ‘ବିଜୁ ଜନତା ଦଳ’ରେ ବଡ଼ ଗୋଷ୍ଠୀ କନ୍ଦଳ ଦେଖିବାକୁ ମିଳିଛି। ବିଜେଡି ନେତ୍ରୀଙ୍କ ହାତାହାତିର ଏକ ଖବର ଏବେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି। ଏହାର ଏକ ଭିଡିଓ ମଧ୍ୟ ଏବେ ସୋସିଆଲ ମିଡିଆରେ ଘୂରି ବୁଲିବାରେ ଲାଗିଛି। ରାଜ୍ୟରେ ବିଜେଡି ସରକାର ହରାଇବା ପରେ ଏପରି ଏପରି ଘଟଣା ଏବେ ବିଜେଡ଼ିର ଦଳୀୟ ଏକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। 

 

ବିଜେଡିର ପ୍ରତିଷ୍ଠା ଦିବସରେ ବିଜେଡି ମୁଖପାତ୍ର ଇପ୍ସିତା ସାହୁଙ୍କୁ ଚାପୁଡା ମାରିଛନ୍ତି ନିଜ ଦଳର ଅନ୍ୟ ଜଣେ ମହିଳା କର୍ମୀ।  ପୂର୍ବରୁ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ନେଇ ସୂଚନା ଥିବା ବେଳେ ଆଜିର ଘଟଣା ଦଳର ନୈତିକତାକୁ ପଦାରେ ପକାଇଥିବା କୁହାଯାଉଛି। ବରିଷ୍ଠ ବିଜେଡି ନେତାଙ୍କ ଉପସ୍ଥିତିରେ ଏଭଳି ଏକ ଘଟଣା ଘଟିଥିବାରୁ ଏବେ ଦଳର ଅନୁଶାସନ ଉପରେ ପ୍ରଶ୍ନ ଉଠିଛି। 


 

ତେବେ ବିଜେଡି(BJD)ର ମହିଳା ଗୋଷ୍ଠୀ କାହିଁକି ଇପ୍ସିତା ସାହୁଙ୍କୁ ଆକ୍ରମଣ କଲେ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। ବିଗତ ୨୮ ବର୍ଷ ମଧ୍ୟରେ ଏପରି ଘଟଣା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି। ସେପଟେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳିର ଜିଲ୍ଲା ଗଂଜାମର ଭଞ୍ଜନଗର ବ୍ଲକ ଅଧ୍ୟକ୍ଷ ନରିସଭା ନାୟକ ଆଜି ବିଜେଡି ଦଳ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି।