Odisha News: କାନ୍ଦି ପକାଇଲେ ବିଧାୟକ ସମ୍ବିତ ରାଉତରାୟ। ପାରାଦୀପ ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାର୍ଥୀଙ୍କ ଟିକେଟ୍ କୁ ନେଇ ସମ୍ବିତ ରାଉତରାୟ ଓ ତାଙ୍କ ପରିବାର ମଧ୍ୟରୁ କାହାରି କୁ ଟିକେଟ୍ ନଦେବା ପାଇଁ ବାରମ୍ବାର ବିରୋଧ କରା ଯାଉଥିବା ବେଳେ ଜବାବ ମାଗିଛନ୍ତି ବିଧାୟକ ସମ୍ବିତ ରାଉତରାୟ। କୁଜଙ୍ଗ ମୁକ୍ତେଶ୍ଵର ମଣ୍ଡପଠାରେ ଅୟୋଜିତ ଦଳୀୟ କର୍ମୀ ସମ୍ମିଳନୀ ରେ ବିଧାୟକ ସମ୍ବିତ ରାଉତରାଏ ଯୋଗ ଦେଇ କୋହ ଭରା କଣ୍ଠରେ କାନ୍ଦି ପକାଇ ବିରୋଧୀ ଙ୍କୁ ଜବାବ ମାଗିଛନ୍ତି। ଯାହାଙ୍କୁ ହାତରେ ମଣିଷ କରାଯାଇଥିଲା ସେମାନେ ଦାମ ବାବୁଙ୍କ ମୃତ୍ୟୁର ଦୁଇଦିନ ପରେ ତାଙ୍କ ବିରୋଧରେ କହିବାକୁ ମଧ୍ଯ ପଛେଇନାହାନ୍ତି । କି ଦୋଷ ଆମେ ଆଉ ଆମ ପରିବାର କରିଥିଲୁ ଆମେ ବୁଝି ପାରୁନୁ ବୋଲି ସମ୍ବିତ ପ୍ରକାଶ କରିଛନ୍ତି।



COMMERCIAL BREAK
SCROLL TO CONTINUE READING

ତେବେ ନିକଟରେ କୁଜଙ୍ଗ ବିଦ୍ୟୁଲତା ମଣ୍ଡପରେ ବିଧାୟକ ସମ୍ବିତ ରାଉତରାଏ ଙ୍କ ବିରୋଧରେ ୩୬ ପଞ୍ଚାୟତ ର ନେତା ଓ କର୍ମୀ ମାନେ ଏକତ୍ରୀତ ହୋଇ ହାଲ୍ଲାବୋଲ କରିଥିବା ବେଳେ ସମ୍ବିତ ରାଉତ କିମ୍ବା ତାଙ୍କ ପରିବାର ରୁ କାହାରିକୁ ପାର୍ଥି କରାଗଲେ ଆମେ ଏଠି ସମୂହ ମାଟି ଚଟାଇବୁ ବୋଲି କଡା ଚେତାବନୀ ଦେଇଥିଲେ। ଏହି ବିଜେଡି କର୍ମୀଙ୍କ ମେଳି ୯ମ ଥର ହୋଇଥିବା ବେଳେ ପ୍ରଥମେ କୁଜଙ୍ଗ ରେ ସମ୍ବିତଙ୍କୁ ନିଜ ଦଳ ଲୋକ ଅଯୋଗ୍ୟ ଘୋଷିତ କରିବା , ରାହାମାରେ ତାଙ୍କ ଟିକେଟ କଟିବା ପାଇଁ ୧୦୦୮ ନଡ଼ିଆ ମାନସିକ କରି ମା'' ତାରେଣୀ ଙ୍କ ପାଖକୁ ପଠେଇବା ଓ ଗତ ୨୭ ତାରିଖ ରେ ଶଙ୍ଖ ଭବନରେ ଯାଇ ତାଙ୍କ ପରିବାରରୁ କାହାରିକୁ ଟିକେଟ ନଦେବା କହି ଆସିବା ପରେ ଆଜି ୩୬ ପଞ୍ଚାୟତ ର ନେତା ଓ କର୍ମୀ ମେଳି ଏବେ ସମ୍ବିତଙ୍କ ପ୍ରାର୍ଥୀତ୍ୱକୁ ନେଇ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି।